ମହିଳାଙ୍କ ପାଇଁ ୨୯ ସରପଞ୍ଚ ପଦବୀ

ଢେଙ୍କାନାଳ ଅଫିସ,୧୦।୧: ଢେଙ୍କାନାଳ ଜିଲାର ଗଁଦିଆ ବ୍ଲକର ୨୯ ପଞ୍ଚାୟତ ମଧ୍ୟରୁ ୧୫ ଏବଂ ଓଡ଼ାପଡ଼ା ବ୍ଲକର ୨୮ ପଞ୍ଚାୟତ ମଧ୍ୟରୁ ୧୪ଟି ସରପଞ୍ଚ ପଦବୀ ବିଭିନ୍ନ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଫଳରେ ଉଭୟ ବ୍ଲକର ୨୯ ପଞ୍ଚାୟତର ଦାୟିତ୍ୱ ମହିଳାମାନେ ନିର୍ବାହ କରିବେ ବୋଲି ସ୍ପଷ୍ଟ ହୋଇଛି। ୨୦୧୧ ଜନଗଣନା ଅନୁଯାୟୀ ଗଁଦିଆ ବ୍ଲକର ମୋଟ ଜନସଂଖ୍ୟା ୧ଲକ୍ଷ ୫୨ହଜାର ୧୭୬। ସେଥିରୁ ଅନୁସୂଚିତ ଜାତି ୨୬,୨୪୮ ଏବଂ ଅନୁସୂଚିତ ଜନଜାତି ବର୍ଗର ୨୫,୨୭୫। ଚଳିତ ନିର୍ବାଚନରେ ସମିତି ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ରହିଛି। ପୋରୁହଖୋଜ, ବରଦା, ଗୁଣ୍ଡୁରାପଶି, ଲେଥକା, ସନ୍ଥପୁର, ଶୋରିଷିଆପଦା, ମଠତେନ୍ତୁଳିଆ, ବିଧାରପୁର, ବେଗା, ଷଡ଼ଙ୍ଗୀ, ଦେଓଗଁା ପଞ୍ଚାୟତ ଅଣସଂରକ୍ଷିତ ରହିଛି। କାବେରା, କାଶୀପୁର, ମନ୍ଦାର, ଯୋରନ୍ଦା, ରତନପୁର, ରାଇତଳା, ଲାଉଲଇ, ଖଙ୍କିରା, ଗଁଦିଆ, ଦଶମାଣପାଟଣା, ଦିଗମ୍ବରପୁର, ନେଉଳପୋଇ ପଞ୍ଚାୟତର ସରପଞ୍ଚ ପଦବୀ ମହିଳାଙ୍କ ଲାଗି ନିର୍ଦ୍ଧାରିତ ରହିଛି। କରମୂଳ, ନିହଲପ୍ରସାଦ, ବାଇଶିଆଁ ଅନୁସୂଚିତ ଜାତି ମହିଳା, କାଲୁରିଆ, ଖଣ୍ଡବନ୍ଧ ଏବଂ ପିଙ୍ଗୁଆ ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ରଖାଯାଇଛି।
ସେହିପରି ଓଡ଼ାପଡ଼ା ବ୍ଲକର ଜନସଂଖ୍ୟା ୧ଲକ୍ଷ ୪୩ହଜାର ୪୪୨। ତନ୍ମଧ୍ୟରୁ ୩୨,୧୭୯ ଅନୁସୂଚିତ ଜାତି ଏବଂ ୧୧,୬୭୨ ଅନୁସୂଚିତ ଜନଜାତି ବର୍ଗର। ବ୍ଲକ ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଛି। କମଳାଙ୍ଗ, କାଶିଆଡ଼ିହ, ସିମିନଇ, ଖୁଣ୍ଟଝରି, ଗଦାଶିଳା, ଗୁଣୁଦେଇ, ଶିବପୁର, କୋତ୍ତମ, ଘଟିପିରି, ବଦାଳୋ, ବିଡୋ ପଞ୍ଚାୟତର ସରପଞ୍ଚ ପଦବୀ ଅଣସଂରକ୍ଷିତ ରହିଛି। ନାଧରା, ନିମିଧା, ଇନ୍ଦିପୁର, ଓଡ଼ାପଡ଼ା, କାଣ୍ଡବିନ୍ଧା, ବଳରାମପ୍ରସାଦ, ମଙ୍ଗଳପୁର, ଗୁଣ୍ଡିଚାପଡ଼ା, ଗୋବିନ୍ଦପ୍ରସାଦ, କୁଶୁପଙ୍ଗା ପଞ୍ଚାୟତ ମହିଳାଙ୍କ ଲାଗି ନିର୍ଦ୍ଧାରିତ ଅଛି। କଳାଙ୍ଗ, ନୟାଭାଗୀରଥିପୁର, ବଳରାମପୁର ଅନୁସୂଚିତ ଜାତି ପାଇଁ ରହିଥିବାବେଳେ ବାଙ୍ଗୁରିସିଂହା, ମୋଟଙ୍ଗା, ଖଡଗପ୍ରସାଦ, ସଦାଶିବପୁର ଅନୁସୂଚିତ ଜାତି ମହିଳା ବର୍ଗଙ୍କ ଲାଗି ସଂରକ୍ଷିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri