ମହିଳାଙ୍କ ପାଇଁ ୨୯ ସରପଞ୍ଚ ପଦବୀ

ଢେଙ୍କାନାଳ ଅଫିସ,୧୦।୧: ଢେଙ୍କାନାଳ ଜିଲାର ଗଁଦିଆ ବ୍ଲକର ୨୯ ପଞ୍ଚାୟତ ମଧ୍ୟରୁ ୧୫ ଏବଂ ଓଡ଼ାପଡ଼ା ବ୍ଲକର ୨୮ ପଞ୍ଚାୟତ ମଧ୍ୟରୁ ୧୪ଟି ସରପଞ୍ଚ ପଦବୀ ବିଭିନ୍ନ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଫଳରେ ଉଭୟ ବ୍ଲକର ୨୯ ପଞ୍ଚାୟତର ଦାୟିତ୍ୱ ମହିଳାମାନେ ନିର୍ବାହ କରିବେ ବୋଲି ସ୍ପଷ୍ଟ ହୋଇଛି। ୨୦୧୧ ଜନଗଣନା ଅନୁଯାୟୀ ଗଁଦିଆ ବ୍ଲକର ମୋଟ ଜନସଂଖ୍ୟା ୧ଲକ୍ଷ ୫୨ହଜାର ୧୭୬। ସେଥିରୁ ଅନୁସୂଚିତ ଜାତି ୨୬,୨୪୮ ଏବଂ ଅନୁସୂଚିତ ଜନଜାତି ବର୍ଗର ୨୫,୨୭୫। ଚଳିତ ନିର୍ବାଚନରେ ସମିତି ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ରହିଛି। ପୋରୁହଖୋଜ, ବରଦା, ଗୁଣ୍ଡୁରାପଶି, ଲେଥକା, ସନ୍ଥପୁର, ଶୋରିଷିଆପଦା, ମଠତେନ୍ତୁଳିଆ, ବିଧାରପୁର, ବେଗା, ଷଡ଼ଙ୍ଗୀ, ଦେଓଗଁା ପଞ୍ଚାୟତ ଅଣସଂରକ୍ଷିତ ରହିଛି। କାବେରା, କାଶୀପୁର, ମନ୍ଦାର, ଯୋରନ୍ଦା, ରତନପୁର, ରାଇତଳା, ଲାଉଲଇ, ଖଙ୍କିରା, ଗଁଦିଆ, ଦଶମାଣପାଟଣା, ଦିଗମ୍ବରପୁର, ନେଉଳପୋଇ ପଞ୍ଚାୟତର ସରପଞ୍ଚ ପଦବୀ ମହିଳାଙ୍କ ଲାଗି ନିର୍ଦ୍ଧାରିତ ରହିଛି। କରମୂଳ, ନିହଲପ୍ରସାଦ, ବାଇଶିଆଁ ଅନୁସୂଚିତ ଜାତି ମହିଳା, କାଲୁରିଆ, ଖଣ୍ଡବନ୍ଧ ଏବଂ ପିଙ୍ଗୁଆ ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ରଖାଯାଇଛି।
ସେହିପରି ଓଡ଼ାପଡ଼ା ବ୍ଲକର ଜନସଂଖ୍ୟା ୧ଲକ୍ଷ ୪୩ହଜାର ୪୪୨। ତନ୍ମଧ୍ୟରୁ ୩୨,୧୭୯ ଅନୁସୂଚିତ ଜାତି ଏବଂ ୧୧,୬୭୨ ଅନୁସୂଚିତ ଜନଜାତି ବର୍ଗର। ବ୍ଲକ ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଛି। କମଳାଙ୍ଗ, କାଶିଆଡ଼ିହ, ସିମିନଇ, ଖୁଣ୍ଟଝରି, ଗଦାଶିଳା, ଗୁଣୁଦେଇ, ଶିବପୁର, କୋତ୍ତମ, ଘଟିପିରି, ବଦାଳୋ, ବିଡୋ ପଞ୍ଚାୟତର ସରପଞ୍ଚ ପଦବୀ ଅଣସଂରକ୍ଷିତ ରହିଛି। ନାଧରା, ନିମିଧା, ଇନ୍ଦିପୁର, ଓଡ଼ାପଡ଼ା, କାଣ୍ଡବିନ୍ଧା, ବଳରାମପ୍ରସାଦ, ମଙ୍ଗଳପୁର, ଗୁଣ୍ଡିଚାପଡ଼ା, ଗୋବିନ୍ଦପ୍ରସାଦ, କୁଶୁପଙ୍ଗା ପଞ୍ଚାୟତ ମହିଳାଙ୍କ ଲାଗି ନିର୍ଦ୍ଧାରିତ ଅଛି। କଳାଙ୍ଗ, ନୟାଭାଗୀରଥିପୁର, ବଳରାମପୁର ଅନୁସୂଚିତ ଜାତି ପାଇଁ ରହିଥିବାବେଳେ ବାଙ୍ଗୁରିସିଂହା, ମୋଟଙ୍ଗା, ଖଡଗପ୍ରସାଦ, ସଦାଶିବପୁର ଅନୁସୂଚିତ ଜାତି ମହିଳା ବର୍ଗଙ୍କ ଲାଗି ସଂରକ୍ଷିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri