୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ନଦୀ ନାଳ ଶୁଖିଲା ପଡିଥିବା ବେଳେ ଗଁାରେ ଥିବା ଜଳାଶୟ ଶୁଖିବାକୁ ବସିଲାଣି। ମଣିଷ ସାଙ୍ଗକୁ ଗୃହପାଳିତ ପ୍ରାଣୀ ଓ ଜୀବଜନ୍ତୁ ବି ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି। ସମସ୍ତଙ୍କ ଭରସା ଏବେ ନଳକୂପର ଜଳ। ପ୍ରତି ଗ୍ରାମକୁ ପାଇପ ଯୋଗେ ଯୋଗାଯାଉଥିବା ଜଳ ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି।
ମାର୍ଶାଘାଇ ବ୍ଲକର ୨୪ଟି ପଞ୍ଚାୟତରେ ୪୪ଟି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ରହିଛି। ସେଥିମଧ୍ୟରୁ ନେମ୍ବରା, ଅଙ୍ଗୁଳାଇ, ଶିଳିପୁର, ଦଶିପୁର, ହାତିଆ, ମାର୍ଶାଘାଇର ପୁରୁଷୋତ୍ତମପୁର, ନାରଣପୁର, ବେରୁହାଁ, ଅନ୍ତେଇ, ରାଘବପୁର, ଡିହବଳରାମପୁର, ମାଣ୍ଡିଆ, ବଉଳାଙ୍ଗ, ଓରିଶବିନ୍ଧା, ଅରିମୂଳ, ଆଖୁଆ, ବଛରାଇ, ବନ୍ଧକଟା, ଗୋଧନ, ମେହେନ୍ଦିନଗର, କରାଣ୍ଡିଆ ପାଟଣା, ଜମପଡ଼ା, ଗୋପେଇ, ରାଇଚାନ୍ଦ, ଆଇତିପୁର, ପକ୍ଷଟ ଭଳି ୨୯ଟି ସ୍ଥାନରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ଲାଗି ଓଭରହେଡ୍‌ ପାଣିଟାଙ୍କି ନିର୍ମାଣ କରାଯାଇଛି; ଯାହାକି ଲୋକମାନେ କିପରି ସୁରୁଖୁରୁରେ ପିଇବା ପାଣି ପାଇ ପାରିବେ। ତେବେ ଏହି ଓଭରହେଡ୍‌ ପାଣିଟାଙ୍କିଗୁଡିକ ସରକାରୀ ଖାତାରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ କେତେଗୋଟି କାର୍ଯ୍ୟକାରୀ ହେବାକୁ ବର୍ଷବର୍ଷ ବିତିଗଲାଣି। ଯଦି ଉଦାହରଣକୁ ନେବା ମାର୍ଶାଘାଇ ପଞ୍ଚାୟତର ତହସିଲ କାର୍ଯ୍ୟାଳୟ ନିକଟ ପୁରୁଷୋତ୍ତମପୁରଠାରେ ଥିବା ଓଭରହେଡ୍‌ ପାଣିଟାଙ୍କି ରଙ୍ଗ ଦିଆ ହୋଇ ଚକଚକ କରୁଛି ସିନା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଇନାହିଁ। ଜମପଡ଼ାରେ ତଦ୍ରୁପ ଅବସ୍ଥା। କେବଳ ମାର୍ଶାଘାଇ ନୁହେଁ କି ଜମପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଓଭରହେଡ ପାଣି ଟାଙ୍କିକୁ ଜଳ ଯୋଗାଣ ନ ଥାଇ ସିଧାସଳଖ ପାଇପ ଯୋଗେ ପାଣି ଛଡାଯାଉଛି। ଯାହା ଫଳରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ କରାଯାଇଥିବା ଓଭରହେଡ ପାଣିଟାଙ୍କି କେବଳ ସାକ୍ଷୀ ଭଳି ଛିଡା ହୋଇଛି ସିନା କାମରେ ଲାଗୁନି। ପାଇପ ଯୋଗେ ଯୋଗାଇ ଦିଆଯାଉଥିବା ପାଣି ତଳମୁଣ୍ଡରେ ପହଞ୍ଚୁ ନ ଥିବା ଲୋକମାନେ ଅଭିଯୋଗ କରୁଛନ୍ତି। ଏଥିସହ ବ୍ଲକର ବିଭିନ୍ନ ପଞ୍ଚାୟତରେ ୧୫୪୪ଟି ନଳକୂପ ରହିଛି। ଅଚଳ ନଳକୂପର ସଂଖ୍ୟା କିନ୍ତୁ ବିଭାଗ ନିକଟରେ ନାହିଁ। ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ତୀବ୍ରତର ହେଉଛି। ନଳକୂପ କେବଳ ସରକାରୀ ଖାତାରେ ରହିଛି ସିନା ଅନେକ ଜଳସ୍ତର ଖସୁଥିବାରୁ ପାଣି ବ୍ୟବହାର ଯୋଗ୍ୟ ହୋଇପାରୁନି। ଅନ୍ୟପଟରେ ପାଇପ ଯୋଗେ ଯୋଗାଣ ହେଉଥିବା ପାଣି କେଉଁଠି ଯାଉନି ତ କେଉଁଠାରେ ଲୋକମାନେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି। ଯଦି ମାର୍ଶାଘାଇ ପଞ୍ଚାୟତକୁ ଧରାଯାଏ ଏଠାରେ ତୁଳସୀପୁର ଅନୁସୂଚିତ ସାହିରେ ନଳକୂପ ନ ଥିବା ବେଳେ ପାଇପ ଯୋଗେ ପାଣି ଯୋଗାଣ ହୋଇପାରୁନି। ମଣିକୁଣ୍ଡା ପଞ୍ଚାୟତର ପାଲିକୁଦ ସମେତ ବ୍ଲକର ବିଭିନ୍ନ ସ୍ଥାନରେ ବିଶେଷ କରି ପାଇପ ଯୋଗେ ଯୋଗାଇ ଦିଆଯାଉଥିବା ପାଣି ଶେଷମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚତ୍ ପାରୁନାହିଁ। ସାମାଜିକ କର୍ମୀ ଶୁଭେନ୍ଦୁ ପ୍ରକାଶ ଦାସ, ବିଶ୍ୱରଞ୍ଜନ ଜେନା, ବିଚିତ୍ରାନନ୍ଦ ବେହେରା, ରଣେନ୍ଦ୍ର ନାୟକ ପ୍ରମୁଖ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ନଳକୂପ ଅଚଳ ହୋଇପଡୁଛି। ପାଇପ ଯୋଗେ ଯୋଗାଣ ପାଣି ଉପରେ ଲୋକମାନେ ଅଧିକ ନିର୍ଭର କରୁଥିବାରୁ ଏହାର ପରିଚାଳନା ଠିକ ଭାବେ ହେଉ ନ ଥିବାରୁ ସମସ୍ୟା ଉପୁଜୁଛି। ସରକାର ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ସମସ୍ୟାରେ ସୁଧାର ଆସୁନି। ଅନେକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ତୀବ୍ରତର ହୋଇଛି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର କୁମାର ସିଂଙ୍କୁ ପଚାରିବାରେ ଜଳସ୍ତର କମି ଯାଉଥିବାରୁ ଅନେକ ନଳକୂପ ଅଚଳ ହୋଇପଡିଛି। ତଥାପି ଉପୁଜିଥିବା ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri