ଆସିଲା ୨୯ ଡିଏନ୍‌ଏ ରିପୋର୍ଟ, ୬ ମୃତଦେହ ହସ୍ତାନ୍ତର

ଭୁବନେଶ୍ୱର,୧।୭(ଅଭିଜିତ ଦାସ): ଜୁନ୍‌ ୨ ବାଲେଶ୍ୱର ବାହାନଗାଠାରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି ପାଇଛି। ତେବେ ବିଳମ୍ବ ସତ୍ତ୍ୱେ ଚିହ୍ନଟ ହୋଇପାରି ନ ଥିବା ୮୧ ମୃତଦେହ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୯ଟିର ଡିଏନ୍‌ଏ ପରୀକ୍ଷା ରିପୋର୍ଟ ଆସିଛି। ଏହାପରେ ଏମ୍‌ସ ଭୁବନେଶ୍ୱରରେ ଶୁକ୍ରବାରଠାରୁ ପୁନଃ ମୃତଦେହ ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ୨ଟି ମୃତଦେହ ଓଡିଶାର ହୋଇଥିବାବେଳେ ବାକି ୨୭ଟି ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡର ବୋଲି ଜଣାପଡିଛି। ତେବେ ରାତି ୯ଟା ସୁଦ୍ଧା ୬ ମୃତଦେହକୁ ପ୍ରକୃତ ପରିବାରକୁ ହସ୍ତାନ୍ତର କରାଯାଇଥିବା ଏମ୍‌ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସିବିଆଇ ଏହି ଦୁର୍ଘଟଣାର ତଦନ୍ତ କରୁଥିବାବେଳେ ମୃତଦେହ ହସ୍ତାନ୍ତର ସମୟରେ ଏହାର ଅଧିକାରୀମାନେ ଉପସ୍ଥିତ ରହି ତନ୍ନତନ୍ନ କରି କାଗଜପତ୍ର ଯାଞ୍ଚ କରୁଥିବା ଦେଖାଯାଇଛି।
ପ୍ରଥମେ ବିହାର ବେଗୁସରାଇର ୨୩ ବର୍ଷୀୟ ସୁଜିତ କୁମାର ଓ ପୂର୍ଣ୍ଣିଆ ଅଞ୍ଚଳର ୨୧ ବର୍ଷୀୟ ସୁରଜ କୁମାରଙ୍କ ମୃତଦେହକୁ ହସ୍ତାନ୍ତର କରାଯାଇଥିଲା। ପରେ ପଶ୍ଚିମବଙ୍ଗ ମେଦିନାପୁରର ୩୮ ବର୍ଷୀୟ ମାନସ ମାଇତି ଓ ପୁରୁଲିୟା ଅଞ୍ଚଳର ୩୨ ବର୍ଷୀୟ ସମୀର ବାଉରି, ଝାଡଖଣ୍ଡର ୨୪ବର୍ଷୀୟ ଭୀମ ଚୌଧୁରୀ ଏବଂ ଶେଷରେ ଓଡ଼ିଶା ମୟୂରଭଞ୍ଜର ୩୪ବର୍ଷୀୟ ବ୍ରହ୍ମକାନ୍ତ ଚୌଧୁରୀଙ୍କ ମୃତଦେହକୁ ପରିବାର ଲୋକେ ଏମ୍‌ସରୁ ଗ୍ରହଣ କରି ନିଜ ଗାଁକୁ ନେଇଛନ୍ତି। ଅନ୍ୟପକ୍ଷରେ ଚିହ୍ନଟ ହୋଇଥିବା ବାକି ୨୩ଟି ମୃତଦେହକୁ ନେବା ଲାଗି ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ କହିଛନ୍ତି, ସମସ୍ତ ଚିହ୍ନଟ ମୃତଦେହଗୁଡିକୁ ସେମାନଙ୍କ ଠିକଣାସ୍ଥଳରେ ପହଞ୍ଚାଇବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ୨୯ ମୃତଦେହ ଚିହ୍ନଟ ହୋଇଥିବା ସୂଚନା ଦିଆଯିବା ପରେ ତୁରନ୍ତ ୨୯ଟି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା। ଆମ୍ବୁଲାନ୍ସଗୁଡିକର ଫିଟ୍‌ନେସ ପେପର, ଲାଇସେନ୍ସ ଆଦି ଯାଞ୍ଚ କରାଯିବା ପରେ ମୃତଦେହ ପରିବହନରେ ନିୟୋଜିତ କରାଯାଇଛି।
ଦୁର୍ଘଟଣା ପରେ ୧୬୨ ମୃତଦେହକୁ ଚିହ୍ନଟ ଓ ହସ୍ତାନ୍ତର ଲାଗି ବିଭିନ୍ନ ପର୍ଯ୍ୟାୟରେ ଏମ୍‌ସକୁ ଅଣାଯାଇଥିଲା। ୮୧ ମୃତଦେହ ଚିହ୍ନଟ ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବାକି ୮୧ ମୃତଦେହ ଚିହ୍ନଟ ହୋଇ ନ ପାରିବାରୁ ଓ କେତେକ ମୃତଦେହର ଏକାଧିକ ଦାବିଦାର ବାହାରିବାରୁ ଡିଏନ୍‌ଏ ପରୀକ୍ଷା ଶେଷ ବିକଳ୍ପ ହୋଇଥିଲା। ତେଣୁ ମୃତଦେହଗୁଡିକ ଏମ୍‌ସ ପରିସରରେ ୩ଟି କଣ୍ଟେନର ମଧ୍ୟରେ ସଂରକ୍ଷିତ କରି ରଖାଯିବା ସହ ଡିଏନ୍‌ଏ ପରୀକ୍ଷା ଲାଗି ଉଭୟ ମୃତଦେହ ଓ ଦାବିଦାର ପରିବାର ସଦସ୍ୟଙ୍କ ବାଳ, ଦାନ୍ତ, ହାଡ, ନଖ ଆଦି ଅଙ୍ଗର ନମୁନା ଦିଲ୍ଲୀ ଏମ୍‌ସକୁ ପଠାଯାଇଥିଲା। ଏବେ ଦିଲ୍ଲୀସ୍ଥିତ ସିବିଆଇ ଫୋରେନ୍ସସିକ୍‌ ଲାବ୍‌ରେ ଡିଏନ୍‌ଏ ପରୀକ୍ଷା ଚାଲିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୯ ରିପୋର୍ଟ ଆସିଛି। ଭୁବନେଶ୍ୱର ଏମ୍‌ସ କର୍ତ୍ତୃପକ୍ଷ ଏହି ଡିଏନ୍‌ଏ ରିପୋର୍ଟକୁ ଆଧାର କରି ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମାତ୍ର କେତେକ ମୃତଦେହର ହାଡ଼, ଦାନ୍ତ ଆଦି ନଷ୍ଟ ହୋଇଥିବାରୁ ସେମାନଙ୍କ ଡିଏନ୍‌ଏ ମ୍ୟାଚିଂ କରିବାରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଡିଏନ୍‌ଏ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି ବୋଲି ଭୁବନେଶ୍ୱର ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri