୫୫ ଖିଲାପକାରୀଙ୍କ ଉପରେ ୨୯.୫୦ କୋଟି ବକେୟା

ଭୁବନେଶ୍ବର, ୧୫ା୩(ବନ୍ଦନା ସେଠୀ): ଏବର୍ଷ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ରାଜସ୍ବ ଆଦାୟ ଅତି ନଗଣ୍ୟ ରହିବ। ଆର୍ଥତ୍କ ବର୍ଷ ପୂରିବାକୁ ଆଉ ମାତ୍ର ୧୫ଦିନ ଥିବାବେଳେ ଏବେସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୬୦% ରାଜସ୍ବ ଆଦାୟ ହୋଇପାରିନାହିଁ। ଗୋଟିଏ ପଟେ ଟ୍ୟାକ୍ସ କଲେକ୍ଟର ତଥା ୱାର୍ଡ ଅଫିସରଙ୍କୁ ଟାର୍ଗେଟ ପୂରଣ କରିବାକୁ ପରୱାନା ଜାରି ହୋଇଥିବାବେଳେ ସରକାରୀ କାର୍ଯ୍ୟକ୍ରମ ଚଳାଇବା ସହ ଏବେ ସେମାନଙ୍କୁ ନିର୍ବାଚନ ଲାଗି ପ୍ରସ୍ତୁତ କରାଯାଉଛି। ଏହି ସ୍ଥିତିରେ ଲୋକେ ମଧ୍ୟ ଟିକସ ବା ରାଜସ୍ବ ଦେବାରେ କୁନ୍ଥକୁନ୍ଥ ହେଉଛନ୍ତି।
ବିଶେଷକରି ୩ ଜୋନ୍‌ର କେବଳ ୫୫ ବଡ଼ବଡ଼ିଆ ଖିଲାପକାରୀଙ୍କ ଉପରେ ୨୯.୫୦ କୋଟି ଟଙ୍କାର ହୋଲ୍ଡିଂ ଟିକସ ବକେୟା ପଡ଼ି ରହିଛି। ଗୁରୁବାର ବିଏମ୍‌ସି ଏମାନଙ୍କ ତାଲିକା ନିଜ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ କରିବା ସହ ଏହି ତଥ୍ୟ ଦେଇଛି। ଖିଲାପକାରୀଙ୍କ ତାଲିକାରେ କେତେକ ବ୍ୟବସାୟିକ ପ୍ରତିଷ୍ଠାନ, ବିଲ୍ଡର, ଘରୋଇ ସ୍କୁଲ-କଲେଜ ଓ ଘରୋଇ କମ୍ପାନୀଙ୍କ ନାମ ରହିଛି।
ଚଳିତ ଆର୍ଥିକ ବର୍ଷରେ ବିଏମ୍‌ସିର ୩ ଜୋନ୍‌ରେ ୭,୬୪,୪୨,୬୫୧.୧୭ ଟଙ୍କାର ହୋଲ୍ଡିଂ ଟିକସ ବକେୟା ରହିଛି।
ଉତ୍ତର ଜୋନ୍‌ରେ ୧୬ ହୋଲ୍ଡିଂ ଟିକସ ଖିଲାପକାରୀଙ୍କ ଉପରେ ୮୬ଲକ୍ଷ ୯୫ ହଜାର ୧୯୯ ଟଙ୍କା ୮୬ ପଇସା, ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ସର୍ବାଧିକ ୨୯ଜଣ ଖିଲାପକାରୀ ଥିବାବେଳେ ଏଠାରେ ୭ କୋଟି ୩୧ ଲକ୍ଷ ୯୨ ହଜାର ୩୭୮ଟଙ୍କା ୦୯ ପଇସା ଏବଂ ଦକ୍ଷିଣ-ପୂର୍ବ ଜୋନ୍‌ରେ ୧୦ ଖିଲାପକାରୀଙ୍କ ଉପରେ ୩୧ ଲକ୍ଷ ୮୧ ହଜାର ୭୩ ଟଙ୍କା ୨୨ ପଇସା ହୋଲ୍ଡିଂ ବାକି ପଡ଼ିଛି। ପୂର୍ବରୁ ମଧ୍ୟ ଏହି ଖିଲାପକାରୀ ମୋଟ ୨୦ କୋଟି ୯୯ ଲକ୍ଷ ୭୨ ହଜାର ୯୯୨ଟଙ୍କା ୩୩ ପଇସା ହୋଲ୍ଡିଂ ଟିକସ ବକେୟା ଭାବେ ପକାଇ ରଖିଛନ୍ତି। ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ପୂର୍ବରୁ ଏହି ଖିଲାପକାରୀମାନେ ୧୫,୧୫,୦୬,୯୫୫.୨ ଟଙ୍କାର ହୋଲ୍ଡିଂ ବକେୟା ପକାଇ ରଖିଥିବାବେଳେ ଉତ୍ତର ଜୋନ୍‌ରେ ୩,୭୨,୭୮,୮୧୧.୨୬ ଟଙ୍କା ଏବଂ ଦକ୍ଷିଣ-ପୂର୍ବ ଜୋନ୍‌ରେ ସର୍ବନିମ୍ନ ୨,୧୧,୮୭,୨୨୫.୮୭ ଟଙ୍କାର ହୋଲ୍ଡିଂ ପଡ଼ି ରହିଥିବା ବିଏମ୍‌ସି ତଥ୍ୟରୁ ସୂଚନା ମିଳିଛି। ଚଳିତ ଓ ପୂର୍ବ ଆର୍ଥିକବର୍ଷର ବକେୟାକୁ ମିଶାଇଲେ ବିଏମ୍‌ସି ଏହି ୫୫ଜଣ ଖିଲାପୀଙ୍କଠାରୁ ୨୯,୫୦,୪୧,୬୪୩.୫୧ ଟଙ୍କାର ବକେୟା ରାଜସ୍ବ ପାଇବ। ଦକ୍ଷିଣ-ପଶ୍ଚିମ ଜୋନ୍‌ର ଖିଲାପୀଙ୍କଠାରୁ ବିଏମ୍‌ସି ୨୨,୪୬,୯୯,୩୩୩.୩ ଟଙ୍କା ପାଇବାକୁ ଥିବାବେଳେ ଉତ୍ତରରୁ ୪,୫୯,୭୪,୦୧୧.୧୨ ଟଙ୍କା ଓ ଦକ୍ଷିଣ-ପୂର୍ବରୁ ୨,୪୩,୬୮,୨୯୯.୦୯ ଟଙ୍କା ବକେୟା ହୋଲ୍ଡିଂ ଟିକସ ବାବଦକୁ ପାଇବ। ମାତ୍ର ଖିଲାପୀମାନେ ବିଭିନ୍ନ ଆଳ ଦେଖାଇ ଏହି ଟିକସ ପୈଠ କରୁ ନ ଥିବାରୁ ବିଏମସି ତାର ରାଜସ୍ବ ହରାଉଛି।
ସୂଚନାଯୋଗ୍ୟ, ପୂର୍ବବର୍ଷ ୭୦ କୋଟିର ହୋଲ୍ଡିଂ ଟିକସ ଆଦାୟ ହୋଇଥିବାବେଳେ ଚଳିତବର୍ଷ ଏ ବାବଦକୁ ୧୧୫ କୋଟି ଆଦାୟ କରିବାକୁ ଲକ୍ଷ୍ୟ ରଖିଛି। ହେଲେ ଏଯାବତ୍‌ ଲକ୍ଷ୍ୟର ୫୦ ପ୍ରତିଶତ ପୂରଣ ହୋଇପାରି ନ ଥିବାରୁ ଚିନ୍ତା ବଢ଼ିଛି। ରାଜସ୍ବ ଆଦାୟରେ ପ୍ରମୁଖ ଭୂମିକା ନେଉଥିବା ୱାର୍ଡ ଅଫିସରଙ୍କ ଅଚାନକ ବଦଳି, ୱାର୍ଡରେ ଅର୍ପଣ ରଥ ପରିଚାଳନା, ବରିଷ୍ଠ ନାଗରିକଙ୍କୁ ଭତ୍ତା ବଣ୍ଟା, ପରିକ୍ରମା ପ୍ରକଳ୍ପ ପରି ବହୁ କାର୍ଯ୍ୟ ଅତିରିକ୍ତ ଭାବେ କରୁଛନ୍ତି। ଅଧିକାରୀମାନେ ମାତ୍ରାଧିକ ଚାପରେ ରହୁଥିବାରୁ ରାଜସ୍ବ ଆଦାୟ ପ୍ରଭାବିତ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri