ସମୂହ ବାଦ୍ୟ ଧ୍ୱନି, ଦର୍ଶକଙ୍କ ତାଳିରେ କମ୍ପିଲା ମଞ୍ଚ

ଭୁବନେଶ୍ୱର,୮।୯(ବ୍ୟୁରୋ): ବାଦ୍ୟଯନ୍ତ୍ର ସମୂହର ସୁମଧୁର ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ପୂରା ମଞ୍ଚ। ଝୁମି ଉଠିଥିଲେ ଶ୍ରୋତା, ଦର୍ଶକ ଓ ଅତିଥି। ଅବସର ଥିଲା ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ୨୮ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟା। ବାଦ୍ୟ ସଙ୍ଗୀତ ବି ନଚାଇପାରେ, ଯାହାକୁ ପ୍ରମାଣିତ କରି ଦେଖାଇଥିଲେ ଶିବାଙ୍ଗୀ ଅନୁଷ୍ଠାନର ୧୦ଜଣ ଶିଳ୍ପୀ। ତା’ ସାଙ୍ଗକୁ ଦର୍ଶକଙ୍କ କରତାଳି ‘ମ୍ୟୁଜିକାଲ ମିଲେଙ୍ଗେ’ କାର୍ଯ୍ୟକ୍ରମକୁ ନିଆରା କରିଦେଇଥିଲା।
ଆରମ୍ଭରେ ଶ୍ରୀ ଗଣେଶଙ୍କୁ ଆବାହନ ପୂର୍ବକ ବକ୍ର ତୁଣ୍ଡ ମହାକାୟ ସଙ୍ଗୀତ ସହ ବିଭିନ୍ନ ବାଦ୍ୟଯନ୍ତ୍ରର ଧ୍ୱନି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ବେହେଲାରେ ଅଗ୍ନିମିତ୍ରା ବେହେରା, ବଂଶୀରେ ଶ୍ରୀନିବାସ ଶତପଥୀ, ଗିଟାରରେ ଦେବ ରଞ୍ଜନ ନାୟକ ଓ ପ୍ରଣବ ପ୍ରଧାନ, କିବୋର୍ଡରେ ରମେଶ ଚନ୍ଦ୍ର ବେହେରା, ତବଲାରେ ବିଶ୍ୱ ରଞ୍ଜନ ନନ୍ଦ, ପରକ୍ୟୁଶନରେ ବୈଭବ କୁମାର ଦାସ ଓ ସମୀର ରଞ୍ଜନ ପ୍ରଧାନ, ଡ୍ରମ୍‌ରେ ବିକଶିତ୍‌ ସାହୁ ଏବଂ କଣ୍ଠରେ ମିଲନ୍‌ କୁମାର ପଣ୍ଡା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।
ପ୍ରସ୍ତୁତି ‘ଇମ୍ଫୋସିଆନ୍‌’ ଏବଂ ‘ଓଡ଼ିଶୀ ଫ୍ୟୁଜନ’ରେ ଶିଳ୍ପୀଙ୍କ ଉତ୍ସାହ ଓ କଳାର ସୃଜନତା ଶ୍ରୋତାଙ୍କୁ ସ୍ତମ୍ଭୀଭୂତ କରିଥିଲା। ପରବର୍ତ୍ତୀ ପ୍ରଦର୍ଶନରେ ବର୍ଷାର ସେ ଶାନ୍ତକାରୀ ଶବ୍ଦକୁ ଧ୍ୱନି ମାଧ୍ୟମରେ ଶ୍ରୋତାଙ୍କ ପାଖରେ ଉପସ୍ଥାପିତ କରିଥିଲେ ଶିଳ୍ପୀ। ସନ୍ଥ କବୀରଙ୍କ ଦୋହାକୁ ସଙ୍ଗୀତ ମାଧ୍ୟମରେ ଚିତ୍ରଣ କରିବା ପରେ ବିନାଶକ ଭଗବାନ ଶିବଙ୍କ ଉପରେ ପର୍ଯ୍ୟବସିତ ଶିବନାସରେ ‘ସୃଜନ’ ପକ୍ଷରୁ ଆୟୋଜିତ ୨୮ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସା ସମାପ୍ତ ହୋଇଥିଲା। ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ଓ ‘କାଦମ୍ବିନୀ’ର ସମ୍ପାଦିକା ଡ. ଇତିରାଣୀ ସାମନ୍ତ ଯୋଗ ଦେଇଥିଲେ। ଉତ୍ସବର ପରିକଳ୍ପନା ସୃଜନ ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବାବେଳେ କାର୍ଯ୍ୟକାରୀ କରିଥିଲେ ଦେବୀପ୍ରସାଦ ମିଶ୍ର। ଡ. ମୃତ୍ୟୁଞ୍ଜୟ ରଥ ଓ ଅନୁଜା ତାରିଣୀ ମିଶ୍ର ଏହାର ପରିଚାଳନା କରିଥିଲେ। ସୃଜନ ଅନୁଷ୍ଠାନର ଫେସବୁକ୍‌ ପେଜ୍‌ ଏବଂ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହି ପୁରସ୍କାର ଉତ୍ସବର ସିଧା ପ୍ରସାରଣ କରାଯାଉଛି। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସହଯୋଗ କରିଥିବାବେଳେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ଏହି ଉତ୍ସବର ମିଡିଆ ପାର୍ଟନର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri