ପ୍ରଦୂଷଣମୁକ୍ତ ହେବ ୨୮୧ ଜଳାଶୟ

ଯାଜପୁର ଅଫିସ,୬ା୯:ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀ ପାଣି ବ୍ୟବହାର ଅନୁପଯୋଗ ହୋଇ ପଡ଼ିଛି। ବର୍ଷ ବର୍ଷ ଧରି ପଙ୍କ ଉଦ୍ଧାର କରାଯାଉ ନାହିଁ। ଏହାସହ ପୋଖରୀରେ ନର୍ଦ୍ଦମା ପାଣି ପଶି ଜଳକୁ ପ୍ରଦୂଷିତ କରୁଛି। ଫଳରେ ସଂରକ୍ଷିତ ପାଣି ଅପରିଷ୍କାର ହୋଇଯାଉଛି। ଏହିକ୍ରମରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜଟି)ରେ ୩୨୫/୨୦୧୫ ମାମଲାର ନିର୍ଦ୍ଦେଶ ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ୧୦ ହେକ୍ଟର କିମ୍ବା ଊର୍ଦ୍ଧ୍ୱ ପରିମିତ ଅଞ୍ଚଳର ୨୮୧ ଜଳାଶୟକୁ ପ୍ରଦୂଷଣମୁକ୍ତ କରାଯିବ। ପାଣି ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ କ୍ଷୁଦ୍ର ଜଳସେଚନ ମୁଖ୍ୟ ଯନ୍ତ୍ରୀଙ୍କୁ ସୋମବାର ନିର୍ଦ୍ଦେଶ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ସହାୟତା ନେଇ ଏହି ପ୍ରକ୍ରିୟା ୨୦ା୯ା୨୦୨୨ ସୁଦ୍ଧା ସମ୍ପନ୍ନ କରିବାକୁ ଜଳ ସମ୍ପଦ ବିଭାଗ ନୋଡାଲ ଅଫିସର ଡି.ଡି.ଆର୍‌.ଆର୍‌. ପଟ୍ଟନାୟକ ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି। ଉକ୍ତ ଜଳାଶୟଗୁଡିକର ସ୍ଥାନ ନିରୂପଣ କରିବାକୁ ଏକ ନକ୍ସା ପ୍ରସ୍ତୁତ କରାଯାଇଛି। ଜଳନମୁନା ସଂଗ୍ରହ କରିବା ପରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ପ୍ରସ୍ତୁତ ଫର୍ମାଟ ଅନୁସାରେ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଏହା ଯଦି ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୁଏ ତେବେ ଜଳାଶୟଗୁଡିକ ପ୍ରଦୂଷଣମୁକ୍ତ ହୋଇପାରିବ ବୋଲି ମତପ୍ରକାଶ ପାଇଛି।
ରାଜ୍ୟରେ ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଶିଳ୍ପ କାରଖାନା ବୃଦ୍ଧି ସାଙ୍ଗକୁ ମୋରମ ଓ ପଥର ଖାଦାନରେ ବେଆଇନ ବିସ୍ପୋରଣ ଯୋଗୁ ଶତାଧିକ ଜଳାଶୟ ସମେତ ଭୂତଳ ଜଳ ପ୍ରଦୂଷିତ ହେଉଛି। ଏଭଳି ସ୍ଥିତିରେ ଜଳାଶୟ କିସମ ଜମି ହ୍ରାସ ପରିବେଶ ପାଇଁ ବିପଦ ସୃଷ୍ଟି କରିଛି। ପୋଖରୀ ପୁନରୁଦ୍ଧାର ଅବା ଖୋଲାଯିବା ପରିବର୍ତ୍ତେ ପୁରାତନ ପୋଖରୀକୁ ପୋତା ଚାଲିଛି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୮ ଜାନୁୟାରୀରେ ରାଜ୍ୟର ସମସ୍ତ ମହାନଗର ନିଗମର କମିଶନର ଏବଂ ପୌରାଞ୍ଚଳ ଓ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଏନେଇ ତାଗିଦ କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଳାଶୟ କିସମ ଜମିକୁ ସୁରକ୍ଷିତ ରଖିବାକୁୁ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ଏଥିରେ ଜିଲାପାଳ ଆବାହକ, ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ, ନିର୍ବାହୀ ଅଧିକାରୀ, ଉନ୍ନୟନ ପରିଷଦର ଯୋଜନା ଅଧିକାରୀ ପ୍ରମୁଖ ସଭ୍ୟ ରହିଥିଲେ। ହେଲେ ଜଳାଶୟଗୁଡିକର ସୁରକ୍ଷା ତ ଦୂରର କଥା କ୍ରମଶଃ ସେଗୁଡିକୁ ପୋତାଯାଉଥିବା ଅଭିଯୋଗ ହେଉଛି। ଏଭଳି ପୋଖରୀ ସଂଖ୍ୟା ହ୍ରାସ ପାଇବା ଯୋଗୁ କ୍ରମବର୍ଦ୍ଧିଷ୍ଣୁ ଉତ୍ତପ୍ତ ପରିବେଶରୁ ସାଧାରଣ ଲୋକେ ଆଶ୍ୱସ୍ତ ହେବାର ବାଟ ବନ୍ଦ ହୋଇଯାଇଛି।
ରାଜାରାଜୁଡା ସମୟରେ ପୋଖରୀ ଖୋଳିଲେ ମହାପୁଣ୍ୟ ବୋଲି ବିଶ୍ୱାସ ରହିଥିଲା। ତେଣୁ ପ୍ରତ୍ୟେକ ଗ୍ରାମରେ ୫/୬ ପୋଖରୀ ଖୋଲାଯାଉଥିଲା। ମନ୍ଦିର ପାର୍ଶ୍ୱରେ ପୋଖରୀଟିଏ ନିଶ୍ଚିତ ଭାବେ ଖନନ ହେଉଥିଲା। ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଏଠାରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଜଳାଶୟ ଥିଲା, ଯାହା ଏବେ ୨୦୦୦କୁ ହ୍ରାସ ପାଇଥିବା କୁହାଯାଉଛି। ବର୍ଷାଜଳର ସଂରକ୍ଷଣ ସହ ସହର ବସତିକୁ ଅତିବୃଷ୍ଟି ଜନିତ କ୍ଷୟକ୍ଷତିରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଯୋଜନାବଦ୍ଧ ଭାବେ ଖୋଳାଯାଇଥିବା ଶହ ଶହ ବର୍ଷର ପୋଖରୀଗୁଡ଼ିକ ହଜିଯାଉଛି। ଅନ୍ୟପକ୍ଷରେ ଜଳାଶୟ ବକ୍ଷରେ ବଡ଼ ଅଟ୍ଟାଳିକା, ଶିଳ୍ପ ଆଦି ଗଢ଼ି ଉଠିଛି। ଏହିସବୁ ଜମିକୁ ପ୍ରଶାସନ ଫେରାଇ ଆଣିଲେ ବାସ୍ତବରେ ଜଳାଶୟ ଜମିର ପୁନରୁଦ୍ଧାର ହୋଇପାରିବ ବୋଲି ମତପ୍ରକାଶ ପାଉଛି।
ଏସ୍‌ପିସିିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ପୂର୍ବରୁ ଜଳାଶୟଗୁଡିକର ଜଳ ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏଥିରେ ଏସ୍‌ପିସିବିକୁ ସହାୟତା କରିବାକୁ ପରାମର୍ଶ ହୋଇଥିଲା। ହେଲେ ପରବର୍ତ୍ତୀ ପଦକ୍ଷେପ ସଂକ୍ରାନ୍ତରେ ତାଙ୍କୁ କୌଣସି ନିର୍ଦ୍ଦେଶ ହୋଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri