Posted inUncategorized

୪ ଦିନ ପାଇଁ ୨୮ ଟ୍ରେନ୍‌ ବାତିଲ

ଭୁବନେଶ୍ୱର, ୪।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣା ପରେ ଦକ୍ଷିଣ ପୂର୍ବ ରେଳପଥ ଓ ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ୪ ଦିନ ଲାଗି ଉକ୍ତ ରୁଟ୍‌ରେ ଚଳାଚଳ କରୁଥିବା ୨୮ ଟ୍ରେନ୍‌କୁ ବାତିଲ କରାଯାଇଥିବାବେଳେ ବହୁ ଟ୍ରେନ୍‌ର ଗତପଥ ବଦଳାଯାଇଛି। ରବିବାର ପର୍ଯ୍ୟନ୍ତ ବାତିଲ ହୋଇଥିବା ଟ୍ରେନ୍‌ଗୁଡିକ ହେଲା ୧୨୦୭୩ ହାଓଡା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ୍‌୍‌, ୧୨୦୭୪ ଭୁବନେଶ୍ୱର-ହାଓଡା ଜନଶତାବ୍ଦୀ ଏକ୍ସପ୍ରେସ୍‌,୧୨୮୨୨ ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ୍‌,୧୨୮୨୧ ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ୍‌, ୨୨୮୯୬ ପୁରୀ-ହାଓଡା ବନ୍ଦେ ଭାରତ ଏକ୍ସପ୍ରେସ୍‌, ୨୨୮୯୫ ହାଓଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌,୧୨୨୭୮ ପୁରୀ-ହାଓଡା ଶତାବ୍ଦୀ ଏକ୍ସପ୍ରେସ୍‌, ୧୨୨୭୭ ହାଓଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍‌, ୦୮୦୬୩ ଖଡଗପୁର-ଭଦ୍ରକ ସ୍ପେଶାଲ, ୦୮୦୬୪ ଭଦ୍ରକ-ଖଡଗପୁର ସ୍ପେଶାଲ, ୦୮୦୩୧ ବାଲେଶ୍ୱର-ଭଦ୍ରକ ସ୍ପେଶାଲ, ୦୮୦୩୨ ଭଦ୍ରକ-ବାଲେଶ୍ୱର ସ୍ପେଶାଲ, ୦୮୦୧୨ ପୁରୀ-ଭଞ୍ଜନଗର ସ୍ପେଶାଲ, ୧୨୮୯୧ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ୍‌, ୧୨୮୯୨ ଭୁବନେଶ୍ୱର- ବାଙ୍ଗିରିପୋଷି ଏକ୍ସପ୍ରେସ୍‌, ୧୮୦୨୧ ଖଡଗପୁର-ଖୋର୍ଦ୍ଧା ଏକ୍ସପ୍ରେସ୍‌,୧୨୦୭୩ ହାଓଡା-ସିକନ୍ଦରାବାଦ ଏକ୍ସପ୍ରେସ୍‌, ୨୨୮୫୨ ବେଙ୍ଗାଲୁରୁ-ସନ୍ତରାଗାଚ୍ଛି ଏକ୍ସପ୍ରେସ୍‌,୧୮୦୨୨ ଖୋର୍ଦ୍ଧା-ଖଡଗପୁର ଏକ୍ସପ୍ରେସ୍‌, ୦୮୪୧୨ ଭୁବନେଶ୍ୱର-ବାଲେଶ୍ୱର ସ୍ପେଶାଲ, ୧୮୦୪୮ ଭାସ୍‌କୋଡାଗାମା-ଶାଲିମାର ଏକ୍ସପ୍ରେସ୍‌, ୧୨୮୭୬ ଆନନ୍ଦ ବିହାର-ପୁରୀ ନୀଳାଚଳ ଏକ୍ସପ୍ରେସ୍‌। ସେହିପରି ୬ ଓ ୭ ତାରିଖ ଲାଗି ୧୨୫୧୦ ଗୁଆହାଟୀ-ବେଙ୍ଗାଲୁରୁ ଏକ୍ସପ୍ରେସ୍‌ ଓ ୧୨୨୫୨ କାମାକ୍ଷା-ବେଙ୍ଗାଲୁରୁ ଏକ୍ସପ୍ରେସ୍‌କୁ ବାତିଲ କରାଯାଇଛି। ଅନ୍ୟପଟେ ଗତିପଥ ପରିବର୍ତ୍ତନ ହୋଇଥିବା ଟ୍ରେନ୍‌ ମଧ୍ୟରେ ୦୭୦୪୭ ଗୁଆହାଟୀ-ବେଙ୍ଗାଲୁରୁ ଏକ୍ସପ୍ରେସ୍‌, ୧୨୫୫୨କାମାକ୍ଷା-ବେଙ୍ଗାଲୁରୁ ଏକ୍ସପ୍ରେସ୍‌, ୦୭୦୪୭ ଦିବ୍ରୁଗଡ-ସିକନ୍ଦରାବାଦ ଏକ୍ସପ୍ରେସ୍‌, ୧୮୪୭୮ କଳିଙ୍ଗ ଏକ୍ସପ୍ରେସ୍‌, ୨୨୮୦୩ ଶାଲିମାର-ସମ୍ବଲପୁର ଏକ୍ସପ୍ରେସ୍‌, ୧୨୮୦୨ ପୁରୁଷୋତ୍ତମ ଏକ୍ସପ୍ରେସ୍‌,୧୨୮୭୫ ନୀଳାଚଳ ଏକ୍ସପ୍ରେସ୍‌ ଓ ୨୨୮୧୧ ରାଜଧାନୀ ଏକ୍ସପ୍ରେସ୍‌। ଏ ସଂକ୍ରାନ୍ତ ଅଧିକ ସୂଚନା ପାଇବାକୁ ରେଲ୍‌ଓ୍ବେ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ରହିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri