ଇରାନରେ ଆତଙ୍କବାଦୀ ଆକ୍ରମଣ: ଚାଲିଗଲା ୨ ଜୀବନ

ତେହେରାନ୍‌,୫।୪: ଇରାନର ରୁସ୍କ ସହରରେ ଜୈସ-ଅଲ-ଅଦଲ ଆତଙ୍କବାଦୀ ଗୋଷ୍ଠୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ଘଟିଛି। ଆକ୍ରମଣରେ ୨୮ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ଜଣ ସୁରକ୍ଷା କର୍ମୀ ରହିଥିବା ବେଳେ ୧୮ଜଣ ସାଧାରଣ ନାଗରିକ ରହିଥିବା ଡେପୁଟି ଆଭ୍ୟନ୍ତରୀଣ ମନ୍ତ୍ରୀ ମାଜିଦ ମିରହାମାଡି ପ୍ରକାଶ କରିଛନ୍ତି।

ଆଫଗାନିସ୍ତାନ ଏବଂ ପାକିସ୍ଥାନ ସୀମାବର୍ତ୍ତୀ ଏହି ଅଞ୍ଚଳ ଦୀର୍ଘ ଦିନରୁ ଇରାନର ସୁରକ୍ଷା ବାହିନୀ ଏବଂ ସୁନ୍ନି ମାଓବାଦୀ ତଥା ଡ୍ରଗ ବେପାରୀଙ୍କ ମଧ୍ୟରେ ବାରମ୍ବାର ସଂଘର୍ଷ ହୋଇଆସୁଛି। ଡିସେମ୍ବରରେ ଆତଙ୍କବାଦୀ ଗୋଷ୍ଠୀ ରୁଷର ଏକ ପୋଲିସ ଷ୍ଟେଶନ ଉପରେ ଆକ୍ରମଣ କରି ୧୧ଜଣ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଥିଲେ।

Share