ଅନୁଗୋଳରେ ୨୮ ହିରୋଷ୍ଟୋନ ସନ୍ଧାନ

ଅନୁଗୋଳ ଅଫିସ, ୫।୩:  ଅନୁଗୋଳ ଉପଖଣ୍ଡରୁ ୨୮ଟି ହିରୋଷ୍ଟୋନ ବା ବୀର ଫଳକର ସନ୍ଧାନ ମିଳିଛି। ଏହି ପ୍ରାଚୀନ ପ୍ରସ୍ତର ଫଳକଗୁଡ଼ିକ ନତଡା, ଝିଣ୍ଟିପାଳ, ବଡ କେରଜାଙ୍ଗ ଓ କୋରଡ଼ା ଗ୍ରାମରେ ରହିଥିବା ପ୍ରାକ୍ତନ ଇତିହାସ ପ୍ରାଧ୍ୟାପିକା ଓ ଗବେଷିକା ରମା ମଞ୍ଜରୀ ସାହୁ ଏବଂ ସାହିତି୍ୟକ ତ୍ରେତାନନ୍ଦ ସାମନ୍ତ ସୂଚନା ଦେଇଛନ୍ତି। ଦୁହେଁ ଉକ୍ତ ଗ୍ରାମଗୁଡିକୁ ଯାଇ ବୀର ଫଳକ ସମ୍ପର୍କରେ ଅନେକ ତଥ୍ୟ ସଂଗ୍ରହ କରିଛନ୍ତି। ଦଳପତି ତଥା ଜଣେ ଯୋଦ୍ଧା ବୀରତ୍ୱର ସହ ଶତ୍ରୁ ସହିତ ଲଢେଇ କରିବା ସମୟରେ ପ୍ରାଣ ହରାଇଲେ ତାଙ୍କ ସ୍ମୃତିରେ ଏକ ପ୍ରସ୍ତର ଫଳକ ଉତ୍ସର୍ଗ କରିବାର ପରମ୍ପରାକୁ ଅନୁଗୋଳର ପ୍ରାଚୀନ ଓ ମଧ୍ୟ ଯୁଗୀୟ ଲୋକମାନେ ମଧ୍ୟ୍ୟ ଅନୁସରଣ କରିଥିବା ଏହି ବୀର ଫଳକ ପ୍ରମାଣ କରୁଛି। ନତଡା ଗ୍ରାମ ମଧ୍ୟସ୍ଥଳର ଏକ ଖୋଲା ସ୍ଥାନରେ ୩ ଓ ଝିଣ୍ଟିପାଳଠାରେ ୮, ବଡ କେରଜାଙ୍ଗ ଗ୍ରାମରେ ୧୨, କୋରଡ଼ା ଗ୍ରାମରେ ୫ଟି ଖଣ୍ଡିତ ଓ କ୍ଷୟପ୍ରାପ୍ତ ବୀର ଫଳକ ରହିଥିବା ଦେଖିବାକୁ ମିଳିଛି। ସମସ୍ତ ବୀର ଫଳକ ବାଲିପଥରରେ ତିଆରି l ଫଳକର ମଧ୍ୟ ଭାଗରେ ବାମ ହାତରେ ଢାଲ ଓ ଡାହାଣ ହାତରେ ଖଡ୍ଗ ଧାରଣ କରିଥିବା ଯୋଦ୍ଧାଙ୍କ ମୂର୍ତ୍ତି ଖୋଦିତ ହୋଇଛି। କେବଳ ଝିଣ୍ଟିପାଳ ଫଳକର ପ୍ରଥମ ଭାଗରେ ଯୋଦ୍ଧା ଜଣକ ବୀରଗତି ପ୍ରାପ୍ତ ହେବାପରେ ସ୍ବର୍ଗ ଲୋକକୁ ଯାଇ ଶିବ ଲିଙ୍ଗ ପୂଜା କରୁଥିବାର ଚିତ୍ର ଖୋଦିତ ହୋଇଛି। ଉପରୋକ୍ତ ୨୮ ବୀର ଫଳକ ମଧ୍ୟରୁ କୌଣସି ଫଳକରେ ଅଭିଲେଖ ନ ଥିବାରୁ ସେଗୁଡିକର ପ୍ରତିଷ୍ଠା କାଳ ନିରୂପଣ କରି ହୁଏନାହିଁ l ତେବେ ଭାସ୍କର୍ଯ୍ୟ କଳା ଦୃଷ୍ଟିରୁ ଏହି ବୀର ଫଳକଗୁଡିକ ଅଷ୍ଟମରୁ ଦଶମ ଶତାବ୍ଦୀ ମଧ୍ୟରେ ସ୍ଥାନିତ ନେଇ ଅନୁମାନ କରାଯାଉଥିବା ରମା ମଞ୍ଜରୀ ସାହୁ ମତବ୍ୟକ୍ତ କରିଛନ୍ତି। ଏହି ବିରଳ ସ୍ଥାପତ୍ୟଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ପ୍ରଶାସନ ଯତ୍ନବାନ ହେବା ଆବଶ୍ୟକ ବୋଲି ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri