୨୭ ତମ ବାର୍ଷିକ ଉତ୍ସବ, ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ: ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ

ବାଲିଗୁଡା, ୨୨।୧ (ସଞ୍ଜୟ କୁମାର ପାଣିଗ୍ରାହୀ): ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ବାଲିଗୁଡା ଓ କୁର୍ତ୍ତମଗଡ଼ ସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ୨୭ ତମ ବାର୍ଷିକ ଉତ୍ସବ ଏବଂ ରାଷ୍ଟ୍ର ଜାଗରଣ ନବ କୁଣ୍ଡିୟ ଗ୍ରାୟତ୍ରୀ ମହାଯଜ୍ଞ କାର୍ଯ୍ୟକ୍ରମ ଗାୟତ୍ରୀ ଶକ୍ତିପୀଠ ପରିସର ମଧ୍ୟରେ ତିନି ଦିନ ଧରି ଆୟୋଜନ ହେବା ପରେ ଯଥାରିତି ନୀତି ଅନୁଯାୟୀ ପୂର୍ଣ୍ଣାହୁତି ହୋଇଛି।

ତିନି ଦିନ ଧରି ଆୟୋଜିତ ଏହି ମହାଯଜ୍ଞରେ ସାମୁହିକ ଜପ ,ଧ୍ୟାନ, ବ୍ୟାୟମ ,ପ୍ରଜ୍ଞାଯୋଗ ,ରୁଦ୍ରାଭିଷେକ ସହ ଗାୟତ୍ରୀ ନବ କୁଣ୍ଡୀୟ ମହାଯଜ୍ଞ ଓ ଧର୍ମ ଜାଗରଣ ସମନ୍ଵୟ ପକ୍ଷରୁ ବିଭିନ୍ନ ସଂସ୍କାର ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମଗ୍ର କନ୍ଧମାଳ ଜିଲା ତଥା ଜିଲ୍ଲା ବାହାରୁ ଶତାଧିକ ମହିଳା ଓ ପୁରୁଷ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରିଥିଲେ।

ବୁଧବାର ସାନ୍ଧ୍ୟରେ ଘୃତଯଜ୍ଞ ପୂର୍ଣାହୁତୀ ହୋଇଥିଲା। ବାଲିଗୁଡାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନନ୍ତ ଚରଣ ପୃଷ୍ଟିଙ୍କ ସମେତ ବହୁ ଭକ୍ତ ଯୋଗ ଦେଇଥିବା ବେଳେ କୁର୍ତ୍ତମଗଡ଼ ମହାଯଜ୍ଞ କାର୍ଯ୍ୟକ୍ରମରେ ଧର୍ମ ଜାଗରଣ ସମନ୍ଵୟ ଓଡିଶା ପୂର୍ବ ପ୍ରାନ୍ତ ପ୍ରମୁଖ ଆଲୋକ କୁମାର ଖଟୁଆ, ଜିଲା ଧର୍ମ ଜାଗରଣ ସମନ୍ଵୟର ଟୋଲି ପ୍ରମୁଖ ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଏହା ସହ ଗାୟତ୍ରୀ ପରିବାରର ପରିବ୍ରାଜକ ଅଶୋକ ପେଣ୍ଠୋଇ, ପଣ୍ଡିତ ବିରୁପାକ୍ଷ ଦାସ , ଜିଲା ଯୁବ ସଂଯୋଜକ ନବୀନ ପାତ୍ର, ଗୋପାଳ ପଟ୍ଟନାୟକ , ନିବେଦିତା ନାୟକ ,ଗୀତାଞ୍ଜଳି ମହାନ୍ତି ,ଗୌତମ ମାଝି ,ଆନନ୍ଦ ଦଣ୍ଡ ସେନା ,ଜଗନ୍ନାଥ ବେହେରା, ବିରେନ୍ଦ୍ର ପାଟମାଝି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ପ୍ରତିଦିନ ସନ୍ଧ୍ୟା ସମୟରେ କୁର୍ତ୍ତମଗଡ଼ ସ୍ଥିତ ଯଜ୍ଞେଶ୍ଵର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରୀମଦ ଭାଗବତ କଥା ସପ୍ତାହ ସହ ଦୀପ ଦାନ ଯଜ୍ଞ ଓ ଶ୍ରୀମଦ ଭାଗବତ କଥା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁରେ ଜଳୁଥିଲେ ମେନକା, ଚିତ୍କାର କରି ଡାକୁଥିଲେ ପୁଅ: ଛାଡ଼ିଲେନି SCB ସିକ୍ୟୁରିଟୀ, ଆସିଲା ସାଂଘାତିକ ଅଭିଯୋଗ

ମହାକାଳପଡ଼ା, ୧୭ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କଟକ ବଡ଼ ଡାକ୍ତରଖାନାରେ ରବିବାର ବିଳମ୍ବିତ ରାତିରେ ମେଡିସିନ ୱାର୍ଡ ଟ୍ରମା କେୟାର ଆଇସିୟୁରେ ଶର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ଫଳରେ…

ଏୟାରଷ୍ଟ୍ରାଇକ ପରେ ତାଲିବାନର ବଡ଼ ଘୋଷଣା, ଆଉ ଆଲୋଚନା ନୁହେଁ-ପାକିସ୍ତାନ ଉପରେ ପ୍ରତିଶୋଧ….

ନୂଆଦିଲ୍ଲୀ,୧୭।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂଘର୍ଷ ଏବେ ଏକ ମାସ ଅତିକ୍ରମ କରିବାକୁ ଯାଉଛି। ତଥାପି,…

ମର୍ଣ୍ଣିଂ ଓ୍ବାକରେ ଯାଇଥିବା ଭାଜପା ନେତାଙ୍କୁ ଛୁରୀ ଭୁଷି ହତ୍ୟା

ଗୋରଖପୁର,୧୭।୩: ମଙ୍ଗଳବାର ସକାଳେ ଉତ୍ତର ପ୍ରଦେଶ ଗୋରଖପୁରର ଚିଲୁଆତାଲ ପୋଲିସ ଷ୍ଟେଶନ ଅଞ୍ଚଳର ସୀମା ମଧ୍ୟରେ ଥିବା ବରଗଡୱାରେ ଜଣେ ଭାଜପା ନେତାଙ୍କ ର୍ନିମମ ହତ୍ୟା ଘଟଣା…

ହାତୀ ଉପଦ୍ରବରେ ପଡିଗଲା ଘରର କାନ୍ଥ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଜଳେଶ୍ଵର,୧୭।୩( ନବୀନ ସାହୁ): ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଖୁଆଡ଼ ପଞ୍ଚାୟତ କେନ୍ଦୁଖୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଠ ଛଡା ହାତୀ ପଶି ଉପଦ୍ରବ ମଚାଇଥିଲା…

ଲଢୁ ଲଢୁ ବିତିଗଲାଣି ୧୭ ଦିନ, ହେଲେ କିଛି ବି କରିପାରିଲେ ନାହିଁ ଟ୍ରମ୍ପ, ବିଶେଷଜ୍ଞ କହିଲେ ଇରାନ ପାଖରେ ବି ରହିଛି ବାଜି….

ଓ୍ବାଶିଂଟନ,୧୭।୩: ଯୁକ୍ତରାଷ୍ଟ୍ର ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବାର ୧୭ ଦିନ ବିତିଗଲାଣି, ତଥାପି ଏକ ନର୍ଣ୍ଣାୟକ ଫଳାଫଳ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏବେ…

ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି: ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ସରପଞ୍ଚଙ୍କ ଦାବି

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଅତିରିକ୍ତ ବିଡ଼ିଓ ଉମେଶ…

ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି। ୧୭ ମାର୍ଚ୍ଚ ମଙ୍ଗଳବାର ଦିନ, ଅଶୋଧିତ ତୈଳ…

LPG ସଙ୍କଟ ଭିତରେ ଆସିଲା ଖୁସିଖବର: ଆଜି ଭାରତରେ ପହଞ୍ଚିବ ଏତିକି ମେଟ୍ରିକ ଟନ୍‌ ଗ୍ୟାସ

ନୂଆଦିଲ୍ଲୀ,୧୭।୩: ଦେଶରେ ବଢ଼ି ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଆଶ୍ୱସ୍ତିର ଖବର ଆସିଛି। ଇରାନ ସରକାରଙ୍କ ସ୍ବତନ୍ତ୍ର ଅନୁମତି ପରେ, ଭାରତୀୟ ଜାହାଜ ପାଇଁ ପଥ ପରିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri