ବଢି ଚାଲିଛି କରୋନା ସଂକ୍ରମଣ,ରାଜ୍ୟରେ ୨୭୦୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୭।୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୨୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦୯ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୭୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୧୨୪ ଜଣ ଲୋକାଲ କେସ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୬୨ ହଜାର ୪୭୬ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୫୬ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୭, ବାଲେଶ୍ୱରରୁ ୭୩, ବରଗଡରୁ ୭୫, ଭଦ୍ରକରୁ ୫, ବଲାଙ୍ଗୀରରୁ ୫୪ , ବୌଦ୍ଧରୁ ୭, କଟକରୁ ୧୯୧, ଦେବଗଡରୁ ୩୭, ଢେଙ୍କାନାଳରୁ ୩, ଗଜପତିରୁ ୯, ଗଞ୍ଜାମରୁ ୨୭, ଜଗତ୍‌ସିଂହପୁରରୁ ୧୩, ଯାଜପୁରରୁ ୭୮, ଝାରସୁଗୁଡାରୁ ୧୦୬, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୬, କେନ୍ଦୁଝରରୁ ୩୩, କୋରାପୁଟରୁ ୧୯, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୪୨, ନବରଙ୍ଗପୁରରୁ ୨୯, ନୟାଗଡରୁ ୬, ନୂଆପଡାରୁ ୧୦, ପୁରୀରୁ ୫୪, ରାୟଗଡାରୁ ୧୦ ଆକ୍ରାନ୍ତ ଅଛନ୍ତି। ସେହିପରି ସମ୍ବଲପୁରରୁ ୧୭୯, ସୋନପୁରରୁ ୧୦, ସୁନ୍ଦରଗଡରୁ ୪୫୪ ଥିବା ବେଳେ ଷ୍ଟେଟ ପୁଲ୍‌ରୁ ୨୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।