୨୭ ବର୍ଷର ଶିକ୍ଷାନୁଷ୍ଠାନ, ନାହିଁ ବିଦ୍ୟୁତ୍‌ ସଂଯୋଗ

ଲୋଇସିଂହା,୩୦ା୩(ବଲାଙ୍ଗୀର): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଟେନପାଲି ଆଦିବାସୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୨୦୧୬ରୁ ଉକ୍ତ ସ୍କୁଲ ଶତପ୍ରତିଶତ ଅନୁଦାନ ଲାଭ କରି ସାରିଛି। ଇତିମଧ୍ୟରେ ଶିକ୍ଷାନଷ୍ଠାନକୁ ୨୭ ବର୍ଷ ହେଲାଣି। ବିଡ଼ମ୍ବନାର ବିଷୟ ଯେ, ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ବିଦ୍ୟାଳୟକୁ ଅଦ୍ୟାବଧି ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ଅପରପକ୍ଷେ ଛାତ୍ରୀଛାତ୍ରଙ୍କ ବୈଷୟିକ ଶିକ୍ଷା ଉପରେ ସରକାର ଗୁରୁତ୍ୱରୋପ କରୁଛନ୍ତି। ହେଲେ ସ୍କୁଲରେ ବିଦ୍ୟୁତ୍‌ ସେବା ନ ଥିବାରୁ ବିଦ୍ୟାଳୟର ଛାତ୍ରୀଛାତ୍ର କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। କୁଟେନପାଲି ପଞ୍ଚାୟତର ସଦର ଗାଁ। ୧୯୯୬ରେ ଉକ୍ତ ସ୍କୁଲ ପ୍ରତିଷ୍ଠା ହୋଇଥିଲା। ଏହି ବିଦ୍ୟାଳୟ ୨୦୦୪ ଅନୁଦାନ ପ୍ରାପ୍ତ ହୋଇ ୨୦୧୬ରେ ଶତପ୍ରତିଶତ ଅନୁଦାନ ଲାଭ କରିଛି। ଆଦିବାସୀ ବହୁଳ କୁଟେନପାଲି,ଦୁମଦୁମି,ପତ୍ରାପାଲି, ବୁଦେଲପାଲି ଛାତ୍ରୀଛାତ୍ର ଏଠାରେ ଅଧ୍ୟୟନ କରୁଛନ୍ତି। ଉକ୍ତ ଶିକ୍ଷାନୁଷ୍ଠାନ ଆଦିବାସୀ ଛାତ୍ରୀଛାତ୍ରଙ୍କ ପାଇଁ ଆଲୋକ ବର୍ତ୍ତିକା ସାଜିଛି। ଖୋଖୋ,କବାଡ଼ି କ୍ଷେତ୍ରରେ ଉକ୍ତ ସ୍କୁଲର ଉଲ୍ଲେଖନୀୟ ଅବଦାନ ରହିଛି। ଖୋଖୋରେ ରାଜ୍ୟ ଓ ଜାତୀୟସ୍ତରରେ ଛାତ୍ରୀ ଭାଗ ନେଇ ବିଦ୍ୟାଳୟର ଗୌରବ ବଢାଇଛନ୍ତି। ସେହିପରି ଶିକ୍ଷାକ୍ଷେତ୍ରର ମଧ୍ୟ ସ୍କୁଲର ଭଲ ପ୍ରଦର୍ଶନ ରହିଛି। ୨୦୨୧-୨୨ ଶିକ୍ଷାବର୍ଷରେ ମାଟ୍ରିକ ପରୀକ୍ଷାରେ ସ୍କୁଲ ବ୍ଲକ ଟପ୍ପର ହୋଇ ପୁରସ୍କୃତ ହୋଇଛି। ୨୦୨୨ ଡିସେମ୍ବରରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଦେହାନ୍ତ ପରେ ପଦବୀ ଖାଲିପଡ଼ିଛି। ସେହିପରି ଅନ୍ୟ ଚାକିରି ପାଇବାରୁ ସିବିଜେଡ ଶିକ୍ଷକ ୨୦୧୦-୧୧ରୁ ସ୍କୁଲ ଛାଡ଼ି ଦେଇଛନ୍ତି। ସେବେଠାରୁ ସିବିଜେଡ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଉଦ୍‌ଗାତା କହିଛନ୍ତି, ବିଦ୍ୟାଳୟରେ ବିଦ୍ୟୁତ୍‌ ନ ଥିବାରୁ ଶିକ୍ଷା ବିଭାଗ ପକ୍ଷରୁ କମ୍ପ୍ୟୁଟର ଯୋଗାଣ ହୋଇପାରିନାହିଁ। ବିଦ୍ୟୁତ ସେବା ମିଳିଲେ ଛାତ୍ରୀଛାତ୍ର ବୈଷୟିକ ଶିକ୍ଷା ପାଇଁ ଉପକୃତ ହୋଇପାରନ୍ତେ। ବିଦ୍ୟୁତ ସଂଯୋଗ ନେଇ ବ୍ଲକ ଅଧ୍ୟକ୍ଷଠାରୁ ସ୍ଥାନୀୟ ବିଧାୟକ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରି ନିରାଶ ହେବାକୁ ପଡ଼ିଥିବା ଅଭିଭାବକମାନେ ଅଭଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri