୨୭ ଦୋକାନୀଙ୍କୁ ଜରିମାନା

ଭଦ୍ରକ ଅଫିସ, ୨୦।୩: ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଦୋକାନ ଓ ଚାନ୍ଦବାଲି ବାଇପାସ୍‌ ବଜାର ସହ ଚରମ୍ପା ଅଞ୍ଚଳରେ ବିଭିନ୍ନ ଦୋକାନରେ କୋଟପା ଚଢ଼ାଉ କରାଯାଇଛି। ମୋଟ ୨୭ ଦୋକାନୀଙ୍କଠାରୁ ୫,୨୦୦ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ମେଡିକାଲ ଛକରେ ୧୬ ଦୋକାନୀଙ୍କଠାରୁ ୩,୨୦୦ ଏବଂ ଚରମ୍ପା ବଜାରରେ ୧୧ ଦୋକାନୀଙ୍କଠାରୁ ୨,୦୦୦ଟଙ୍କା ଜରିମାନା ଆଦାୟ ହୋଇଛି। ଏପିଡେମିଲୋଜିଷ୍ଟ ଡା. କାଶୀନାଥ ପଣ୍ଡା, ଅଣସଂକ୍ରାମକ ରୋଗର ସହକାରୀ ପରିଚାଳକ ଦୀପକ ରାଉତ ଓ ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ୍ତ ଦାସ ଚଢ଼ାଉରେ ସାମିଲ ଥିଲେ।