୨୬% ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୫ା୩(ପି.ଟି.): ସାତ ପର୍ଯ୍ୟାୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ ୪,୪୦୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ପ୍ରତିଶତଙ୍କ ନାଁରେ ଆପରାଧିକ ମାମଲା ରହିଥିବା ସେମାନେ ସତ୍ୟପାଠରେ ଘୋଷଣା କରିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୭ ବିଧାନସଭା ନିର୍ବାଚନରେ ୪,୮୨୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୮ ପ୍ରତିଶତ ଅର୍ଥାତ୍‌ ୮୫୯ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ସେମାନେ ଘୋଷଣା କରିଥିଲେ। ଚଳିତ ନିର୍ବାଚନରେ ୮୮୯ ବା ୨୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଗୁରୁତର ଅପରାଧ ମାମଲା ରହିଛି। ୨୦୧୭ରେ ୭୦୪ ଜଣଙ୍କ ବିରୋଧରେ ଏଭଳି ମାମଲା ରହିଥିଲା।
ଏଡିଆର୍‌ ରିପୋର୍ଟ ଅନୁଯାୟୀ ଚଳିତ ନିର୍ବାଚନରେ ୪,୪୦୬ ପ୍ରାର୍ଥୀଙ୍କ ମଧ୍ୟରୁ ୧,୧୪୨ ଜଣ(୨୬%) ସେମାନଙ୍କ ନାଁରେ ଆପରାଧିକ ମାମଲା ଥିବା କଥା ନାମାଙ୍କନପତ୍ର ଦାଖଲ ବେଳେ ଘୋଷଣା କରିଛନ୍ତି। ସମାଜବାଦୀ ପାର୍ଟିର ୩୪୭ ପ୍ରାର୍ଥୀଙ୍କ ମଧ୍ୟରୁ ୨୨୪ ଜଣ ଅର୍ଥାତ୍‌ ୬୫ ପ୍ରତିଶତଙ୍କ ନାଁରେ ଆପରାଧିକ ମାମଲା ଥିବାବେଳେ ସୁହଲଦେବ ଭାରତୀୟ ସମାଜ ପାର୍ଟିର ୧୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ (୫୮ ପ୍ରତିଶତ), ଆର୍‌ଏଲ୍‌ଡିର ୩୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ଜଣ (୫୮ ପ୍ରତିଶତ)ଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ଅନ୍ୟମାନଙ୍କ ମଧ୍ୟରେ ଭାଜପାର ୩୭୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୯ ଜଣ ଅର୍ଥାତ୍‌ ୪୫%, କଂଗ୍ରେସର ୩୯୭ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୦ (୪୦%), ବିଏସ୍‌ପିର ୩୯୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୩ (୩୮%) ଜଣ ସେମାନଙ୍କ ନାଁରେ ଆପରାଧିକ ମାମଲା ରହିଥିବା ଘୋଷଣା କରିଛନ୍ତି। ସେହିପରି ଅପ୍‌ନା ଦଳ (ସୋନେଲାଲ)ରେ ୬%, ଏଏପିରେ ୧୮% ପ୍ରାର୍ଥୀ ସେମାନଙ୍କ ନାଁରେ ଆପରାଧିକ ମାମଲା ଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ୬୯ ପ୍ରାର୍ଥୀଙ୍କ ନାମରେ ମହିଳାଙ୍କ ପ୍ରତି ଅପରାଧ ମାମଲା ଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ବିରୋଧରେ ବଳାତ୍କାର ମାମଲା ରହିଛି।ସେହିପରି ୩୭ ଜଣଙ୍କ ନାମରେ ହତ୍ୟା ଏବଂ ୧୫୯ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି। ୟୁପି ବିଧାନସଭାର ୪୦୩ ଆସନ ମଧ୍ୟରୁ ୨୨୬ ଅର୍ଥାତ୍‌ ୫୬ ପ୍ରତିଶତ ରେଡ୍‌ ଆଲର୍ଟରେ ରହିଛି। ଆର୍‌ଏଲ୍‌ଡିର ୯୪ ପ୍ରତିଶତ ପ୍ରାର୍ଥୀଙ୍କ ସମ୍ପତ୍ତି ମୂଲ୍ୟ କୋଟିଏରୁ ଅଧିକ ହୋଇଥିବାବେଳେ ଭାଜପାର ୯୦ ପ୍ରତିଶତ, ସମାଜବାଦୀ ପାର୍ଟିର ୮୭ ପ୍ରତିଶତ ପ୍ରାର୍ଥୀ କୋଟିପତି ଥିବା ଜଣାପଡ଼ିଛି। ସେହିପରି ବିଏସ୍‌ପିର ୭୯%, ଅପ୍‌ନା ଦଳ (ସୋନେଲାଲ୍‌)ର ୭୧%, ସୁହେଲଦେବ ଭାରତୀୟ ସମାଜ ପାର୍ଟିର ୬୮%, କଂଗ୍ରେସର ୫୦% ଏବଂ ଏଏପିର ୩୩ ପ୍ରତିଶତ ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟିରୁ ଅଧିକ ବୋଲି ସେମାନେ ଦେଇଥିବା ସତ୍ୟପାଠରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri