ସୁନା ଖଣିରେ ନିଆଁ ଲାଗି ୨୭ ମୃତ

ୟାନାକୁଇହୁଆ, ୯।୫: ସଦ୍ଦର୍ନ ପେରୁ ଆରେକିପାରେ ଥିବା ଏକ ସୁନା ଖଣିରେ ରବିବାର ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଖଣିରେ ଶର୍ଟସର୍କିଟ୍‌ ଯୋଗୁ ବିସ୍ଫୋରଣ ହେବା ଫଳରେ ନିଆଁ ଲାଗିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ଖଣିରେ ୧୦୦ ମିଟର ଗଭୀର ତଳେ ଥିବା ଟନେଲରେ ଲୋକେ କାର୍ଯ୍ୟ କରୁଥିବା ସମୟରେ ନିଆଁ ଚାରିଆଟେ ବ୍ୟାପିଯାଇଥିଲା। ଅଗ୍ନିଶମ ଟିମ୍‌ ସେଠାରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିବା ସହ ଲୋକଙ୍କୁ ଉଦ୍ଧାର କରିଥିଲା।

Share