୨୭.୩ କୋଟି ଭାରତୀୟ ଦାରିଦ୍ର୍ୟମୁକ୍ତ

ଜାତିସଂଘ,୧୮ା୭(ପି.ଟି.): ୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ଭାରତରେ ୨୭.୩ କୋଟି ଲୋକ ଦାରିଦ୍ର୍ୟମୁକ୍ତ ହୋଇଥିବା ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ ୧୦ ବର୍ଷ ମଧ୍ୟରେ ଭାରତରେ ଗରିବୀ ସର୍ବାଧିକ ହ୍ରାସ ପାଇଛି। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ଏବଂ ଅକ୍ସଫୋର୍ଡ ଦାରିଦ୍ର୍ୟ ଓ ମାନବ ବିକାଶ ପଦକ୍ଷେପ (ଓପିଏଚ୍‌ଆଇ) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଅଧ୍ୟୟନ କରାଯାଇଥିବା ୭୫ ଦେଶ ମଧ୍ୟରୁ ୬୫ରେ ୨୦୦୦ରୁ ୨୦୧୯ ମଧ୍ୟରେ ବହୁ ଦିଗରୁ ଦାରିଦ୍ର୍ୟ (ମଲ୍ଟିଡାଇମେନଶନାଲ ପ୍ରଭର୍ଟି)ସ୍ତର ଯଥେଷ୍ଟ ହ୍ରାସ ପାଇଛି।
ଦାରିଦ୍ର୍ୟ ଅର୍ଥ ଲୋକେ ବିଭିନ୍ନ ଦିଗରୁ ସମ୍ମୁଖୀନ ହେଉଥିବା ଅଭାବ। ଅର୍ଥାଭାବ ସାଙ୍ଗକୁ ଖରାପ ସ୍ବାସ୍ଥ୍ୟ, ଶିକ୍ଷାର ଅଭାବ, ଅପର୍ଯ୍ୟାପ୍ତ ଜୀବନଧାରଣ ମାନ, ନିମ୍ନମାନର କାର୍ଯ୍ୟ, ହିଂସା ଭୟ, ବିପଦସଙ୍କୁଳ ବାସସ୍ଥାନ ପରିବେଶ ଆଦିକୁ ବହୁମୁଖୀ ଦାରିଦ୍ର୍ୟ କୁହାଯାଇଥାଏ। ୬୫ଟି ଦେଶରେ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (ଏମ୍‌ପିଆଇ) ମୂଲ୍ୟ ହ୍ରାସ ପାଇବା ସହ ଦାରିଦ୍ର୍ୟ ସୀମାରେଖା ମଧ୍ୟରେ ରହୁଥିବା ଲୋକଙ୍କ ସଂଖ୍ୟା କମିଛି। ଭାରତରେ ସର୍ବାଧିକ ୨୭.୩ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇପାରିଥିବା ଏହି ରିପୋର୍ଟରେ କୁହାଯାଇଛି। ଭାରତ ସମେତ ଆର୍ମେନିଆ, ନିକାରାଗୁଆ, ନର୍ଥ ମାସେଡୋନିଆ ୫.୫ରୁ ୧୦.୫ ବର୍ଷ ମଧ୍ୟରେ ସେମାନଙ୍କର ବିଶ୍ୱିକ ଏମ୍‌ପିଆଇ ମୂଲ୍ୟ ଅଧାକୁ କମାଇପାରିଛନ୍ତି। ସେହିପରି ଭାରତ ସମେତ ବାଂଲାଦେଶ, ବଲିଭିଆ, କିଙ୍ଗ୍‌ଡମ୍‌ ଅଫ୍‌ ଏସ୍ବାଟିନି, ଗାବନ, ଗମ୍ବିଆ, ଗୁଏନା, ଲାଇବେରିଆ, ମାଲି, ମୋଜାମ୍ବିକ୍‌, ନିକାରାଗୁଆ, ନେପାଳ, ର୍ବାଣ୍ଡା ଆଦି ୧୪ଟି ଦେଶ ସେମାନଙ୍କ ଅଞ୍ଚଳରେ ଦାରିଦ୍ର୍ୟ କମାଇବାରେ ସକ୍ଷମ ହୋଇଛନ୍ତି।
ବର୍ତ୍ତମାନର କରୋନା ମହାମାରୀ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ ପ୍ରଭାବିତ କରିଛି। ମହାମାରୀ ପୂର୍ବରୁ ଦାରିଦ୍ର୍ୟ ହ୍ରାସରେ ଆଶାନୁରୂପ ବିକାଶ ହୋଇଥିଲା ବୋଲି ଉକ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ମହାମାରୀ ପରେ ବିଶ୍ୱର ଦାରିଦ୍ର୍ୟ ଉପରେ ଏହାର କିଭଳି ପ୍ରଭାବ ପଡ଼ିଛି ତାହାର ତଥ୍ୟ ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ। ତେବେ କୁପୋଷଣ ଏବଂ ସ୍କୁଲ୍‌ ଉପସ୍ଥାନ ଦୃଷ୍ଟିରୁ ଦେଖିଲେ ୭୦ଟି ବିକାଶଶୀଳ ରାଷ୍ଟ୍ର ଗୁରୁତର ପ୍ରଭାବିତ ହୋଇଛନ୍ତି।
ତଥ୍ୟ ଅନୁଯାୟୀ ୧୦୭ଟି ବିକାଶଶୀଳ ଦେଶର ୧୩୦ କୋଟି ଲୋକ ଦାରିଦ୍ର୍ୟ ମଧ୍ୟରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅର୍ଦ୍ଧେକଙ୍କ ବୟସ ୧୮ ବର୍ଷରୁ କମ୍‌। ୧୦.୭ କୋଟିଙ୍କ ବୟସ ୬୦ ବର୍ଷ କିମ୍ବା ଏହାଠାରୁ ଅଧିକ। ଏମାନଙ୍କ ପ୍ରତି କରୋନା ଭୟ ଅଧିକ ବୋଲି କୁହାଯାଉଛି। ବହୁମୁଖୀ ଦାରିଦ୍ରଙ୍କ ମଧ୍ୟରୁ ୮୪.୩ ପ୍ରତିଶତ ସବ୍‌-ସାହାରା ଆଫ୍ରିକା ଅଞ୍ଚଳରେ ରହୁଛନ୍ତି। ପ୍ରତିଷେଧକ ଟିକା ନେଇ ନ ଥିବା ୬୦ ପ୍ରତିଶତ ପିଲା ୧୦ଟି ଦେଶରେ ରହୁଛନ୍ତି। ଡିଟିପି୩ ଟିକା ନେଇ ନ ଥିବା ୪୦ ପ୍ରତିଶତ ପିଲା ଭାରତ, ପାକିସ୍ତାନ, ନାଇଜେରିଆ ଓ ଇଣ୍ଡୋନେସିଆରେ ରହୁଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri