୨୬ ରୁ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା

ଛତ୍ରପୁର,୧୧।୩(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ନେଇ ସୋମବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ୫ଟି ପାଳି ଯାତ୍ରା ହେବ। ମାର୍ଚ୍ଚ ୨୬ରେ ପ୍ରଥମ ପାଳି, ଏପ୍ରିଲ ୨ରେ ଦ୍ୱିତୀୟ ପାଳି, ୯ରେ ତୃତୀୟ ପାଳି, ୧୬ ତାରିଖରେ ଚତୁର୍ଥ ପାଳି ଓ ଏପ୍ରିଲ ୨୩ରେ ପଞ୍ଚମ ପାଳି ମା’ଙ୍କ ଚୈତ୍ର ମେଳା ଅନୁଷ୍ଠିତ ହେବ । ଏହି ଚୈତ୍ର ମେଳାରେ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ଶାନ୍ତି ଶୃଙ୍ଖଳାରେ କିପରି ଏହି ମେଳା ସମାପନ ହେବ ସେ ନେଇ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗୁରତ୍ୱ ଦେଇଛନ୍ତି ।