ବିପର୍ଯ୍ୟୟରେ ଯାଇଛି ୨୬୮ ବିଲିୟନ୍‌ ଡଲାର

ବର୍ନ,୫।୧୨: ବିଶ୍ୱରେ ମନୁଷ୍ୟକୃତ ଏବଂ ପ୍ରାକୃତିକ ବିପର୍ଯ୍ୟୟ ମାତ୍ରା କ୍ରମାଗତ ବଢ଼ିବାରେ ଲାଗିଛି। ଏହା ଫଳରେ ବହୁ ଧନ ଜୀବନ ନଷ୍ଟ ହେବା ସହିତ ବୈଶ୍ୱିକ ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ସୁଇଜରଲାଣ୍ଡର ରିଇନ୍‌ସ୍ୟୁରାନ୍ସ ଜାଏଣ୍ଟ ‘ସୁଇସ୍‌ ରେ’ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ଚଳିତବର୍ଷ ବୈଶ୍ୱିକ ଅର୍ଥନୀତିକୁ ୨୬୮ ବିଲିୟନ୍‌ ଡଲାର କ୍ଷତି ସହିବାକୁ ପଡ଼ିଛି।

ବାତ୍ୟା ବ୍ୟତୀତ ୟୁରୋପରେ ଓ୍ବିଣ୍ଟର ଷ୍ଟର୍ମ, ଅଷ୍ଟ୍ରେଲିଆ ଏବଂ ସାଉଥ୍‌ ଆଫ୍ରିକାରେ ବନ୍ୟା, ଫ୍ରାନ୍ସରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଚଳିତବର୍ଷ ୧୧୫ ବିଲିୟନ ଡଲାରର କ୍ଷତି ଘଟିଛି। ଏଥିମଧ୍ୟରୁ ମନୁଷ୍ୟକୃତ ବିପର୍ଯ୍ୟୟ କାରଣରୁ ୭ବିଲିୟନ୍‌ ଡଲାର କ୍ଷତି ହୋଇଛି। ଚଳିତବର୍ଷ ବିପର୍ଯ୍ୟୟଜନିତ କ୍ଷତି ସର୍ବାଧିକ ଥିବାବେଳେ ଗତବର୍ଷ ଏହା ୧୨୧ ବିଲିୟନ୍‌ ଡଲାର ଆକଳନ କରାଯାଇଥିଲା। ଜଳବାୟୁ ପରିବର୍ତ୍ତନ ଏଥିଲାଗି ମୁଖ୍ୟଭାବେ ଦାୟୀ ବୋଲି ସୁଇସ୍‌ ରେ’ର ମୁଖ୍ୟ ମାର୍ଟିନ ବରଟୋଗ କହିଛନ୍ତି।

ବର୍ଷ ପୂର୍ବେ ଆଣ୍ଡ୍ରେଉ ବାତ୍ୟା ଯୋଗୁ ବୈଶ୍ୱିକ ଅର୍ଥନୀତିକୁ ୨୦ ବିଲିୟନ୍‌ ଡଲାରର କ୍ଷତ ସହିବାକୁ ପଡ଼ିଥିଲା। କିନ୍ତୁ ଗତ ୬ ବର୍ଷ ମଧ୍ୟରେ ଏଭଳି ୭ଟି ବିରାଟ ଧରଣର ବାତ୍ୟା ଦ୍ୱାରା ବିଶ୍ୱବାସୀ ପ୍ରଭାବିତ ହୋଇଛନ୍ତି। ଅନ୍ୟବର୍ଷଗୁଡ଼ିକ ତୁଳନାରେ ଚଳିତବର୍ଷ ବିଶ୍ୱ ଅର୍ଥନୀତିରେ ସର୍ବାଧିକ କ୍ଷତି ହୋଇଛି।

ଓ୍ବିଣ୍ଟର ଷ୍ଟର୍ମ କାରଣରୁ ଫେବୃୟାରୀରେ ୟୁରୋପ ଅର୍ଥନୀତିର ୩.୭ ବିଲିୟନ ଡଲାର କ୍ଷତି ହୋଇଛି। ଅନ୍ୟପକ୍ଷେ ଚଳିତବର୍ଷ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଫେବୃୟାରୀ ଓ ମାର୍ଚ୍ଚରେ ଅଷ୍ଟ୍ରେଲିଆରେ ହୋଇଥିବା ଗ୍ରୀଷ୍ମକାଳୀନ ବର୍ଷା ଯୋଗୁ ସ୍ଥାନୀୟ ଅଞ୍ଚଳରେ ବନ୍ୟାସ୍ଥିତି ଉପୁଜିଥିଲା। ଏପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଦେଶରେ ୪ ବିଲିୟନ୍‌ ଡଲାରର କ୍ଷତି ହୋଇଥିବା ସୁଇସ୍‌ ରେ’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri