ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କାଦୁଅ ଓ ପଙ୍କରେ ଏକ ହରିଣ ଫସି ଯାଇଥିବା ଦେଖିବାକୁ ମିଳୁଛି। ପରେ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସୁଛନ୍ତି। ଉଦ୍ଧାର ସମୟରେ ହରିଣକୁ ଦେଖିଲେ ଲାଗୁଛି ସେ ଯେପରି ଅଧିକ ଅସୁସ୍ଥ ହୋଇପଡ଼ିଛି ମାତ୍ର ବାହାରକୁ ଆସିଲା ପରେ ସେ ବ୍ୟକ୍ତିଙ୍କୁ ଚକମା ଦେଇ ଦୌଡିବାକୁ ଲାଗୁଛି।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
You have not lived your day until you have done something for someone who can never repay you….
And the happiness and look of gratitude at the end is enough to melt ones heart 💕 pic.twitter.com/y1EbPRpTag
— Susanta Nanda IFS (Retd) (@susantananda3) November 3, 2020

