Categories: ଖେଳ

୭୭ ଖେଳାଳିଙ୍କ ପାଇଁ ଖର୍ଚ୍ଚ ହେବ ୨୬୩ କୋଟି ଟଙ୍କା

ନୂଆଦିଲ୍ଲୀ,୧୮।୧୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହେବ। ସମସ୍ତ ଫ୍ରାଞ୍ଚାଇଜ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହା ପ୍ରଥମ ଥର ପାଇଁ ଭାରତ ବାହାରେ ନିଲାମର ଆୟୋଜନ କରାଯାଉଛି। ଆଇପିଏଲ ୨୦୨୪ ନିଲାମ ପାଇଁ ୩୩୩ ଖେଳାଳିଙ୍କ ନାମ ତାଲିକାରେ ରଖାଯାଇଛି। କିନ୍ତୁ ଏଥିମଧ୍ୟରୁ କେବଳ ୭୭ ଖେଳାଳି କିଣାଯାଇପାରିବ। ଦଳଗୁଡିକ ଏହି ୭୭ ଖେଳାଳିଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ। ଦର୍ଶକମାନେ ମାଗଣାରେ ଆଇପିଏଲର ଏହି ମିନି ନିଲାମକୁ ଅନଲାଇନରେ ଦେଖିପାରିବେ।
ଆଇପିଏଲ ନିଲାମ ପୂର୍ବରୁ, ଦଳଗୁଡିକ ରଖାଯାଇଥିବା ଏବଂ ଖେଳାଳିଙ୍କ ତାଲିକା ପ୍ରକାଶ କରିଥିଲେ। ତେଣୁ ନିଲାମରେ ଅନେକ ବଡ ନାମ ମଧ୍ୟ ଦେଖିବାକୁ ମିଳିବ। ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍‌ କରିଛି। ସେ ଗତ ସିଜନରେ ଗୁଜରାଟ ଟାଇଟାନ୍ସ ପାଇଁ ଖେଳିଥିଲେ। ପାଣ୍ଡ୍ୟାଙ୍କୁ ମୁମ୍ବାଇର ଅଧିନାୟକ ମଧ୍ୟ କରାଯାଇଛି।
ଆଇପିଏଲର ଏହି ମିନି ନିଲାମରେ ମୋଟ ୨୬୨.୯୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ହେଉଛି ଦଳର ମୋଟ ବଜେଟ। ଏହି ଟଙ୍କା ସହିତ ୭୭ ଖେଳାଳିଙ୍କୁ କିଣିବାକୁ ପଡିବ। ଏଥିରେ ୩୦ ଜଣ ବିଦେଶୀ ଖେଳାଳି ରହିବା ଆବଶ୍ୟକ। ଚେନ୍ନାଇ ସୁପର କିଙ୍ଗ୍ସ ବିଷୟରେ କହିବାକୁ ଗଲେ ସେମାନଙ୍କ ପାଖରେ ୩୧.୪ କୋଟି ଟଙ୍କା ଉପଲବ୍ଧ। ଚେନ୍ନାଇରେ ୬ ଜଣ ଖେଳାଳିଙ୍କ ପାଇଁ ସ୍ଲଟ ଅଛି। ଦିଲ୍ଲୀ କ୍ୟାପିଟାଲ୍ସରେ ୨୮.୯୫ କୋଟି ଟଙ୍କା ରହିଛି। ଦିଲ୍ଲୀକୁ ୯ ଖେଳାଳି କିଣିବାକୁ ପଡିବ। ଗୁଜରାଟ ଟାଇଟାନ୍ସର ୩୮.୧୫ କୋଟି ଟଙ୍କା ରହିଛି। ତାଙ୍କୁ ୮ ଖେଳାଳି କିଣିବାକୁ ପଡିବ। କୋଲକାତାର ୩୨.୭ କୋଟି ଟଙ୍କା ରହିଛି। ତାଙ୍କୁ ୧୨ ଖେଳାଳି କିଣିବାକୁ ପଡିବ।
ସୂଚନାଯୋଗ୍ୟ ଯେ, ପ୍ରଶଂସକମାନେ ମାଗଣାରେ ଆଇପିଏଲ୍‌ ୦୨୪ ନିଲାମ ଅନଲାଇନରେ ଦେଖିପାରିବେ। ଏହା ଜିଓ ସିନେମାରେ ପ୍ରଦର୍ଶିତ ହେବ। ଏହା ସହିତ ଟିଭି ଦର୍ଶକମାନେ ଏହାକୁ ଷ୍ଟାର ସ୍ପୋର୍ଟସରେ ଦେଖିପାରିରେ। ଦିନ ୧ଟାରୁ ନିଲାମ ଅନୁଷ୍ଠିତ ହେବ।

Share