୨୬ ବର୍ଷ ପରେ ସ୍ତ୍ରୀ ହତ୍ୟାକାରୀ ନିର୍ଦ୍ଦୋଷ

ଦେବଗଡ଼,୮।୧(ଡି.ଏନ.ଏ.): ଏକ ହତ୍ୟା ମାମଲାର ଦୀର୍ଘ ୨୬ ବର୍ଷ ପରେ ରାୟ ପ୍ରକାଶ ପାଇଛି। ଉକ୍ତ ମାମଲାର ବିଚାର କରି ଦେବଗଡ଼ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଚିନ୍ମୟ ଗୋଚ୍ଛାୟତ ମତୁଆ ମୁଣ୍ଡା ଓରଫ୍‌ ଗାଗାରିନ ନାମକ ଜଣେ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲା ଟିକାୟତପାଲି ଥାନା ଅଧୀନ ଦଲକୀ ଗ୍ରାମର ମତୁଆ ମୁଣ୍ଡା ଓରଫ୍‌ ଗାଗାରିନ ସେହି ଗ୍ରାମର ଦୀନବନ୍ଧୁ ବାଙ୍କିରାଙ୍କ ଘରେ କାମ କରୁଥିଲେ। ଦୀନବନ୍ଧୁଙ୍କ ମୃତ୍ୟୁ ପରେ ତାଙ୍କ (ଦୀନବନ୍ଧୁଙ୍କ) ବିଧବା ସ୍ତ୍ରୀ ରଜନୀ ଓରଫ ରାଇମନି ମୁଣ୍ଡାଙ୍କ ସହ ମତୁଆଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କରୁ ରଜନୀ ଗର୍ଭବତୀ ହେବା ପରେ ଘଟଣା ଜଣାପଡ଼ିଥିଲା। ଏହା ପରେ ଗ୍ରାମବାସୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଗ୍ରାମ୍ୟ କମିଟି ନିଷ୍ପତ୍ତି ଅନୁଯାୟୀ ମତୁଆ ରଜନୀଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରି ନିଜ ଘରକୁ ନେଇଥିଲେ।

ଉଭୟେ କିଛିଦିନ ସେଠାରେ ଏକାଠି ରହିବା ପରେ ସମ୍ବଲପୁର ଯିବା ପାଇଁ ଗତ ୧୯୯୫ ମସିହା ଫେବୃୟାରୀ ୨୦ ତାରିଖରେ ବସ୍‌ ଧରିବା ପାଇଁ ଦେବଗଡ ଥାନା ଅଧୀନ ଲଇମୁରା ଗ୍ରାମକୁ ଯାଇଥିଲେ। ସେହିଦିନଠାରୁ ଉଭୟଙ୍କ ଆଉ କୌଣସି ଖବର ମିଳି ନ ଥିଲା। ଏହାର ୭ ଦିନ ପରେ ରଜନୀଙ୍କ ମୃତଦେହ ଦେବଗଡ ଥାନା (ଲଇମୁରା ଫାଣ୍ଡି) ଅଧୀନ ଢେଙ୍ଗୁରଯୋର ଗ୍ରାମର ଏକ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ମତୁଆ ରଜନୀଙ୍କୁ ହତ୍ୟା କରି ଉକ୍ତ ପୋଖରୀରେ ଫିଙ୍ଗିଦେଇଥିବା ଅଭିଯୋଗ ହେବା ପରେ ଦେବଗଡ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ମତୁଆ ଫେରାର ଥିବାରୁ ତାଙ୍କୁ ଗିରଫ କରିବା ଉଭୟ ଦେବଗଡ ଏବଂ ସୁନ୍ଦରଗଡ ଜିଲା ପୋଲିସ ପାଇଁ ଏକ ବଡ ଆହ୍ବାନ ସାଜିଥିଲା। ଉଭୟ ଜିଲା ପୋଲିସର ମିଳିତ ସହଯୋଗରେ ୨୦୧୪ ଏପ୍ରିଲ ୧୯ରେ ମତୁଆଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଆବେଦନ ଖାରଜ ହେବା ପରେ ଉଚ୍ଚ ନ୍ୟାୟାଳୟ ମଧ୍ୟ ତାଙ୍କର ଜାମିନ ନାମଞ୍ଜୁର କରିବାରୁ ସେହି ଦିନଠାରୁ ଦୀର୍ଘ ପ୍ରାୟ ୭ ବର୍ଷରୁ ଊର୍ଦ୍ଧ୍ୱ ହେବ ଜେଲ ହାଜତରେ ବିଚାରାଧୀନ ବନ୍ଦୀ ଭାବେ ରହିଥିଲେ। ଏହି ଘଟଣା ସେହି ସମୟରେ ଉଭୟ ଦେବଗଡ ଏବଂ ସୁନ୍ଦରଗଡ ଜିଲାରେ ଆଲୋଡନ ସୃଷ୍ଟି କରିଥିଲା। ଶେଷରେ ଉକ୍ତ ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଗୋଚ୍ଛାୟତ ପ୍ରମାଣ ଅଭାବରୁ ମତୁଆଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ଗୁରୁ ଓ ସିଦ୍ଧେଶ୍ୱର ଗୁରୁ ମକଦ୍ଦମା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri