ଥାମ୍ପିଙ୍କ ଗୋଟିଏ ଓଭରରେ ୨୬ ରନ୍‌

ମୁମ୍ବାଇ,୨।୪: ଡିୱାଇ ପାଟିଲ ଷ୍ଟାଡିୟମରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ- ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍‌ ଜାରି ରହିଛି। ଏଥିରେ ଧୂଆଁଧାର ବ୍ୟାଟିଂ କରି ଚର୍ଚ୍ଚାରେ ଅଛନ୍ତି ଜୋସ୍‌ ବଟ୍‌ଲର। ସେ ୬୬ ବଲ୍‌ରେ ନିଜର ଶତକ ପୂରଣ କରିଛନ୍ତି। ଏଥିରେ ତାଙ୍କର ୧୧ ଚୌକା ଏବଂ ୫ ଛକା ରହିଛି। ବିଶେଷକରି ମୁମ୍ବାଇ ବୋଲର୍‌ ବେସିଲ ଥାମ୍ପିଙ୍କ ଗୋଟିଏ ଓଭରରେ ସେ ୨୬ ରନ୍‌ କରିଥିଲେ।

ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ ଜିତିବା ପରେ ରାଜସ୍ଥାନ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା। ପ୍ରଥମରୁ ଦଳ ୪୮ ରନ୍‌ରେ ଦୁଇଟି ଉଇକେଟ ହରାଇଥିଲା। ଏହାପରେ ବଟଲର୍‌ ନିଜର ବିସ୍ଫୋରକ ଇନିଂସ ଆରମ୍ଭ କରିଥିଲେ। ଅଧିନାୟକ ସଞ୍ଜୁ ସାମସନ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। କ୍ୟାରିୟରର ୩୦୦ତମ ଟି୨୦ ମ୍ୟାଚ୍‌ ଖେଳୁଥିବା ବଟ୍‌ଲର ଇନିଂସର ଚତୁର୍ଥ ଓଭରରେ ୬ ବଲ୍‌ରେ ୨୬ ରନ୍‌ କରିଥିଲେ। ଥାମ୍ପିଙ୍କ ଓଭରରେ ସେ ୦,୪,୬,୬,୪,୬ ରନ୍‌ ସ୍କୋର କରିଥିଲେ। ପରେ ୬୬ବଲ୍‌ରେ ବଟ୍‌ଲର ୧୧ ଚୌକା ଏବଂ ୫ ଛକା ସହାୟତାରେ ଆଇପିଏଲ୍‌ରେ ଶତକ ପୂରଣ କରିଥିଲେ।

୧୫ ତମ ସିଜିନର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୩୫ ରନ ସ୍କୋର କରିଥିବା ବଟଲର୍‌ ୬୦ ରନ ମାର୍କ ଅତିକ୍ରମ କରିବା ମାତ୍ରେ ଆଇପିଏଲ୍‌ର ସର୍ବାଧିକ ରନ ସ୍କୋରର୍‌ ପାଲଟିଛନ୍ତି। ସେ ତାଲିକାରେ ଆନ୍ଦ୍ରେ ରସେଲଙ୍କୁ ପଛରେ ପକାଇ ଅରେଞ୍ଜ କ୍ୟାପ୍‌ରେ ଉପରେ କବ୍ଜା କରିଛନ୍ତି । ୨ ଟି ମ୍ୟାଚରେ ବଟଲରଙ୍କ ୧୩୫ ରନ କରିଛନ୍ତି। ସେ ରସେଲଙ୍କଠାରୁ ୪୦ ରନ୍‌ରେ ଆଗୁଆ ଅଛନ୍ତି।

Share