ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ: ନେଲା ୨୬ ଜୀବନ

ହେରାତ୍‌,୧୮।୧: ପଶ୍ଚିମ ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ଏନେଇ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

ଭୂକମ୍ପର ତୀବ୍ରତା ୫.୬ ରହିଥିଲା। ଏଥିରେ ୭୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ଜଣାପଡିଛି। ତୁର୍କମେନିସ୍ତାନ ସୀମାନ୍ତ ବାଦଘିସ୍‌ ପ୍ରଦେଶର କାଦିସ୍‌ ଜିଲାରେ ଘର ଛାତ ଭୁଶୁଡ଼ି ମହିଳା ଓ ପିଲାଙ୍କ ସମେତ ୨୬ଜଣ ପ୍ରାଣ ହରାଇଥିବା ଜିଲା ଗଭର୍ନର ମହମ୍ମଦ ସାଲେହ ପୁର୍‌ଡେଲ୍‌ କହିଛନ୍ତି। ପ୍ରବଳ ବର୍ଷା ଲାଗି ରହିଥିବାରୁ ପାର୍ବତ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସୂଚନା ଯୋଗ୍ୟ, ୨୦୧୫ରେ ଆଫଗାନିସ୍ତାନରେ ୭.୫ ତୀବ୍ରତାର ଭୂକମ୍ପ ହୋଇଥିଲା। ଏଥିରେ ୨୮୦ ଜଣଙ୍କ ମୃତ୍ୟୁ ଘଟିଥିଲା।

Share