Posted inଜାତୀୟ

୨୬/୧୧ ମୁମ୍ବାଇ ଆକ୍ରମଣ: ସାକ୍ଷୀ ଦେଇଥିଲି ବୋଲି ପଢିବାକୁ ମିଳି ନ ଥିଲା ସ୍କୁଲ

ନୂଆଦିଲ୍ଲୀ,୨୬।୧୧: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୫ବର୍ଷ। ସମୟ ବିତିଥିଲେ ବି କ୍ଷତ ଶୁଖିନି। କ୍ଷତ ଆଉ କ୍ଷତି ଦୁଇଗୁଣା ବଢିଛି। ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ଜଣଙ୍କ ହତ୍ୟା କରାଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ହୋଟେଲରେ ଆତଙ୍କବାଦୀଙ୍କ ବନ୍ଧକରେ ଥିବା ଲୋକଙ୍କ ମଧ୍ୟରୁ ସବୁଠାରୁ ସାନ ଥିଲେ ୯ବର୍ଷର ଦେବିକା ରୋଟାଓ୍ବାନ। ଏହି କୁନି ଝିଅ ଜଣକ ୨୦୦୯ରେ ଆତଙ୍କୀଙ୍କ ବିରୋଧରେ କୋର୍ଟରେ ସାକ୍ଷୀ ଦେଇଥିଲେ। ଯାହାଯୋଗୁ ସେମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା।
ଆକ୍ରମଣ ସମୟର ୯ବର୍ଷର ଦେବିକା ଏବେ ୨୪ବର୍ଷର ଯୁବତୀ। ଆକ୍ରମଣ ପରେ ତାଙ୍କ ଜୀବନ କେଉଁ ସେଲିବ୍ରେଟିଙ୍କ ଠାରୁ କମ୍‌ ନ ଥିଲା। କୌନ ବନୋ କୋରଡପତି ଠାରୁ ଆରମ୍ଭ କରି ବହୁ ଡ୍ୟାନ୍ସ ଶୋ’କୁ ଦେବିକା ଅଂଶ ଗ୍ରହଣ କରିଛନ୍ତି। ଏହାରି ଭିତରେ ବହୁ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ହେଲେ ଏତେ ବର୍ଷ ଭିତରେ ସେ ବହୁ ସମସ୍ୟା ଦେଇ ଗତି କରିଛନ୍ତି।

ଏନେଇ ଦେବିକା କହିଛନ୍ତି, ୨୬।୧୧ ଦିନ ମନେରଖିବା ପାଇଁ କୌଣସି ରିମାଇଣ୍ଡର ଲୋଡା ପଡେ ନାହିଁ। ତାହା ମୋ ମନର ଏକ ଅକ୍ଷତ ଦାଗ। ଯାହା କେବେ ବି ଶୁଖିନି। କାରଣ ଆକ୍ରମଣ ପରର ଏହି ଦୀର୍ଘ ୧୫ବର୍ଷର ପ୍ରତିଟି ଦିନ ମୋତେ ସେହି ଦିନକୁ ଭୁଲେଇବାକୁ ପଛଘୁଞ୍ଚା ଦେଇ ନାହାନ୍ତି। ଆଜିର ଦିନରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ରେଲଓ୍ବେ ଷ୍ଟେଶନରେ ଆତଙ୍କ ରଚାଇଥିଲା ଆତଙ୍କବାଦୀ ଅଜମଲ କସାବ। ମୁଁ ସେତେବେଳେ ୯ବର୍ଷର ଥିଲି। ଆଉ ସବୁଠୁ କମ ବୟସରେ ହିଁ କୋର୍ଟରେ ସାକ୍ଷୀ ଦେଇ ଆତଙ୍କୀ କସାବକୁ ଅଭିଯୁକ୍ତଙ୍କ ମଧ୍ୟରେ ଚିହ୍ନଟ କରିଥିଲି।

୨୦୦୬ରେ କୌଣସି ରୋଗରେ ପୀଡିତ ହୋଇ ଦେବିକା ତାଙ୍କ ମାଆଙ୍କୁ ହରାଇଥିଲେ। ୨୬/୧୧ ଆକ୍ରମଣ ପୂର୍ବରୁ ତାଙ୍କ ବାପା ସେଓ ବିକ୍ରି କରୁଥିଲେ। ଆକ୍ରମଣ ସମୟରେ ଦେବିକା ତାଙ୍କ ବାପା ଓ ଭାଇଙ୍କ ସହ ଟ୍ରେନରେ ଚଢିବା ପାଇଁ ଶିବାଜୀ ରେଲଓ୍ବେ ଷ୍ଟେଶନରେ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କର ଡାହାଣ ଗୋଡରେ ଗୁଳି ବାଜିଥିଲା। ଗୁଳି ବାଜିବାରୁ ସେ ସାଙ୍ଗେ ସାଙ୍ଗେ ବେହୋସ ହୋଇ ପଡିଥିଲେ। କସାବ ଦ୍ୱାରା ଚଳାଯାଇଥିବା ଗୁଳିରେ ତାଙ୍କ ଗୋଡରେ ୬ଟି ସର୍ଜରୀ ହୋଇଥିଲା। ସେ ୬୫ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କ ବାପା ହସ୍ପିଟାଲର ଚକ୍କର କାଟୁଥିଲେ। ଏହାରି ଭିତରେ ତାଙ୍କ ବ୍ୟବସାୟ ମାନ୍ଦା ପଡି ଦୋକାନ ବନ୍ଦ ହୋଇଯାଇଥିଲା। ପରେ ପରେ ୨୦୧୪ରେ ତାଙ୍କୁ ଟିବି ହୋଇଯାଇଥିଲା। ଦୀର୍ଘଦିନ ସେ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ।

୨୦୦୯ରେ ୧୦ବର୍ଷର ହୋଇଥିବାବେଳେ ଏହି ମାମଲାର କୋର୍ଟରେ ଶୁଣାଣି ସମୟରେ ଦେବିକା ସାକ୍ଷୀ ଦେଇଥିଲେ। ସେ କହିଛନ୍ତି, ଘଟଣାର ମୁଁ ପ୍ରତ୍ୟକ୍ଷଦର୍ଶୀ ଥିବାରୁ କସାବଙ୍କୁ ଚିହ୍ନିବାରେ ମୋର ଭୁଲ ହୋଇ ନ ଥିଲା। ଏବଂ ତାଙ୍କ ବିରୋଧରେ କୋର୍ଟରେ ସାକ୍ଷୀ ଦେଇଥିଲି। ସାକ୍ଷୀ ଦେବା ପରେ କସାବ ମୋତେ ଚାହିଁ ପୁଣି ମୁଣ୍ଡ ତଳକୁ ପୋତି ଦେଇଥିଲେ। ଦଣ୍ଡ ତ ମିଳିଥିଲା ହେଲେ ମୋ ଜୀବନ ଦୁର୍ବିସହ ହୋଇ ପଡିଥିଲା। ସ୍କୁଲରେ ଏଥିଯୋଗୁ ମୋତେ ଆଡମିଶନ ମିଳି ନ ଥିଲା। ମୋ ଯୋଗୁ ଅନ୍ୟ ପିଲାଙ୍କ ସୁରକ୍ଷା ପ୍ରତି ବିପଦ ଅଛି ବୋଲି ସେମାନେ ଆଡମିଶନ ପାଇଁ ମନା କରି ଦେଇଥିଲେ। ଯେନତେନ ପ୍ରକାରେ ପାଠପଢା ଶେଷ କରିଥିଲି। ବହୁ ସଂସ୍ଥା ଓ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ମିଳିଥିଲା। ମୋର ବାପାଙ୍କ ରୋଜଗାର ସେତାଟା ଆଖିଦୃଶିଆ ନ ଥିଲା। ପୁଣି ଆକ୍ରମଣ ପରେ ବାପାଙ୍କ ଦୋକାନ ମଧ୍ୟ ବନ୍ଦ ହୋଇଯାଇଥିଲା।

ପରେ ଆତଙ୍କବାଦର ଦମନ କରିବା ପାଇଁ ମୁଁ ଆଇପିଏସ ଅଧିକାରୀ ହେବାକୁ ନିଷ୍ପତ୍ତି ନେଇଥିଲି। କିନ୍ତୁ ମୋ ପରିବାରର ଭରଣ ପୋଷଣ ଦାୟିତ୍ୱ ମୋର ଥିଲା। ଯାହାଯୋଗୁ ସ୍ବପକୁ ପଛ କରି ଏବେ ଚାକିରିଟିଏ ଖୋଜୁଛି। ଯାହାଦ୍ୱାରା ଘର ପାଖରେ ରହି ଘରର ଦେଖାଶୁଣା କରିପାରିବି।

ବର୍ତ୍ତମାନ ଦେବିକା ବାନ୍ଦ୍ରାର ଚେତନା କଲେଜରେ ଯୁକ୍ତ ୩ କଳାର ତୃତୀୟ ବର୍ଷର ଛାତ୍ରୀ। ତାଙ୍କ ବାପାଙ୍କ ବୟସ ହୋଇଯବ ଯୋଗୁ ଘରେ ଆଉ କେହି ବି ରୋଜଗାରକ୍ଷମ ନୁହନ୍ତି। ତେଣୁ ଦେବିକା ଏବେ ଚାକିରି ସନ୍ଧାନରେ ଅଛନ୍ତି। ସେ କହିଛନ୍ତି, ମୋତେ ବହୁତ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଶେଷରେ ବୁଝିଲି ଯେ ନିଜକୁ ନିଜ ପାଇଁ ରାସ୍ତା ଖୋଜିବାକୁ ପଡିଥାଏ। ଲୋକ କେବଳ ବଡ ବଡ କଥା କହି ଜାଣନ୍ତି। କିନ୍ତୁ କେହି ବି ଜାଣନ୍ତିନି କଠିନ ସଂଘର୍ଷ କରି ମୁଁ ଏପର୍ଯ୍ୟନ୍ତ ପହଞ୍ଚିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri