୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ଜକିର-ଉର-ରହମାନ-ଲଖଭି ଗିରଫ

ଇସଲାମାବାଦ,୨ ।୧: ପାକିସ୍ତାନ ଗଣମାଧ୍ୟମର ସୂଚନା ଅନୁଯାୟୀ, ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଓ ଲସ୍କର-ଇ-ତୋଏବାର ସଦସ୍ୟ ଜକିର-ଉର-ରହମାନ-ଲଖଭିଙ୍କୁ ଟେରର ଫଣ୍ଡିଂ ମାମଲାରେ ଗିରଫ କରାଯାଇଛି । ପାକିସ୍ତାନର ପଞ୍ଜାବରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ତେବେ ମୁମ୍ବାଇ ଆକ୍ରମଣ ସହ ଏହି ଗିରଫର କୌଣସି ସମ୍ପର୍କ ନାହିଁ । ପାକିସ୍ତାନର ପଞ୍ଜାବ ଆତଙ୍କ ନିରୋଧି ବିଭାଗର ପ୍ରବକ୍ତା ଏହା ସ୍ପଷ୍ଟ କରିଛନ୍ତି । ଲଖଭିଙ୍କୁ ଲାହୋରରୁ ଗିରଫ କରାଯାଇଛି । ଲଖଭିଙ୍କୁ ୨୦୦୮ରେ ମୁମ୍ବାଇ ଆକ୍ରମଣ ଘଟଣା ପରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଦ୍ୱାରା ଆତଙ୍କବାଦୀ ଘୋଷଣା କରାଯାଇଥିଲା । ସୂଚନାଯୋଗ୍ୟ, ୨୬ ନଭେମ୍ବର ୨୦୦୮ରେ ପାକିସ୍ତାନୀ ସେନା ଓ ଗୁପ୍ତ ଏଜେନ୍ସିଙ୍କ ସହ ଲସ୍କର-ଇ-ତୋଏବା ଆତଙ୍କବାଦୀମାନେ ମୁମ୍ବାଇର କେତେକ ସ୍ଥାନରେ ଆକ୍ରମଣ କରିଥିଲେ । ଏଥିରେ କେତେଜଣ ବିଦେଶୀଙ୍କ ସମେତ ପାଖାପାଖି ୧୫୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର ମାଷ୍ଟର ମାଇଣ୍ଡ ଥିଲେ ଲଖଭି । ଯାହାଙ୍କୁ ପାକିସ୍ତାନରେ ଗିରଫ କରାଯିବା ପରେ ଜାମିନ ମିଳଯାଇଥିଲା ।

Share