Categories: ଜାତୀୟ

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦକୁ ୧୦ ବର୍ଷ ଜେଲ୍‌

ନୂଆଦିଲ୍ଲୀ,୧୯।୧୧- ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଜମାତ୍‌ ଉଦ୍‌ ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସଇଦଙ୍କୁ ଗୁରୁବାର ୧୦ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି। ପାକିସ୍ତାନର ଆତଙ୍କବାଦ ବିରୋଧୀ ଅଦାଲତ ଦୁଇଟି ଆତଙ୍କବାଦୀ ମାମଲାରେ ତାଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି।
ସଇଦଙ୍କୁ ଜାତିସଂଘ ପକ୍ଷରୁ ଆତଙ୍କବାଦୀ ଭାବେ ଦର୍ଶାଯାଇଥିଲା। ଆମେରିକା ପକ୍ଷରୁ ମଧ୍ୟ ତାଙ୍କ ଲାଗି ୧୦ ନିୟୁତ ଡଲାର ପୁରସ୍କାର ଘୋଷଣା କରାଯାଇଥିଲା। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଅଭିଯୋଗରେ ଗତବର୍ଷ ଜୁଲାଇ ୧୭ରେ ସଇଦଙ୍କୁ ଗିରଫ କରାଯାଇଥିଲା। ଆତଙ୍କ ବିରୋଧୀ ଅଦାଲତ ଗତ ଫେବୃୟାରୀରେ ତାଙ୍କୁ ୧୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏବେ ସେ ଲାହୋର୍‌ର କୋଟ ଲଖ୍‌ପତ୍‌ ଜେଲରେ ଅଛନ୍ତି। ଗୁରୁବାର ଲାହୋର୍‌ର ଆତଙ୍କବିରୋଧୀ ଅଦାଲତ ହାଫିଜ୍‌ ସଇଦଙ୍କ ସମେତ ୪ ଜେୟୁଡି ନେତାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି।

Share