୨୫ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ

ଭୁବନେଶ୍ୱର,୨୫।୨ (ଅନୁରାଧା ମହାରଣା): ୨୫ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ(ଏମ୍‌ଇ ଓ ଏମ୍‌ସି) ଅନୁଷ୍ଠିତ ହୋଇଯାଇଛି। ୮୭ଟି ଖଣିକୁ ଏକତ୍ରିତକରି ଆଞ୍ଚଳିକ ଭୁବନେଶ୍ୱର କେନ୍ଦ୍ରର ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ ଅଧୀନରେ ଏହି ବାର୍ଷିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନା ଅଧୀନ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର ଦୈତାରି ଆଇରନ ଓର୍‌ ମାଇନ୍ସ ଚଳିତ ବର୍ଷ ଏହାର ରୌପ୍ୟ ଜୟନ୍ତୀ ଉତ୍ସବ ଆୟୋଜନ କରିଥିଲା। ‘ସ୍ଥାୟୀ ଖଣି ସହ ଭବିଷ୍ୟତକୁ ସୁରକ୍ଷିତ ରଖିବା’ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଥିଲା। ଆଇବିଏମ୍‌ ମାଇନ୍ସ (ଆଇ/ସି) ଏମ୍‌ଡିଆର୍‌ଡିର ମୁଖ୍ୟ ନିୟନ୍ତ୍ରକ ପୀୟୂଷ ନାରାୟଣ ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ତାଙ୍କ ସହ କୋଲକାତା ଆଇବିଏମ୍‌ କଣ୍ଟ୍ରୋଲର ଅଫ୍‌ ମାଇନ୍ସ(ଇଜି) ଶୈଳେନ୍ଦ୍ର କୁମାର ଓ ସବ୍ୟସାଚୀ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରର ରିଜିଓନାଲ କଣ୍ଟ୍ରୋଲର ଅଫ୍‌ ମାଇନ୍ସ ଅରୁଣ କୁମାର, ଡେପୁଟି କଣ୍ଟ୍ରୋଲର ଅଫ୍‌ ମାଇନ୍ସ ରାଜେଶ କୁମାର ଦାସ, ଓଏମ୍‌ସି ପ୍ରୋଜେକ୍ଟ ଓ ପ୍ଲାନିଂ ନିର୍ଦ୍ଦେଶକ କ୍ଷୀରୋଦ ଚନ୍ଦ୍ର ବ୍ରହ୍ମା, ବିଜ୍‌ନେସ୍‌ ହେଡ୍‌ (ମାଇନ୍ସ) ଏମ୍‌. ମୁଥୁମାରୀ, ଓଏମ୍‌ସି ଏଜିଏମ୍‌ ପିନାକୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସୂଚନା ଥାଉ କି, ଭୁବନେଶ୍ୱର ଅଞ୍ଚଳର ଭାରତୀୟ ବ୍ୟୁରୋ ଅଫ୍‌ ମାଇନ୍ସ ଅଧୀନରେ ୩୦ ନଭେମ୍ବରରୁ ୬ ଡିସେମ୍ବର ୨୦୨୩ ପୂର୍ବରୁ ଅନୁଷ୍ଠିତ (ଏମ୍‌ଇ ଓ ଏମ୍‌ସି) ୧ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକଳାପ ଦେଖି ସଂସ୍ଥାଗୁଡ଼ିକ ମଧ୍ୟରେ ପରିବେଶ ସଚେତନତା ଏବଂ ଖଣିଜ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ବୃକ୍ଷରୋପଣ, ବର୍ଜ୍ୟବସ୍ତୁ ଡମ୍ପିଂ ପରିଚାଳନା, ମୃତ୍ତିକା ଉପର ସ୍ତର ସଂରକ୍ଷଣ ଓ ପରିଚାଳନା, ପୁନରୁଦ୍ଧାର ଏବଂ ପୁନର୍ବାସ, ସବ୍‌ ଗ୍ରେଡ୍‌ ଖଣିଜ ପଦାର୍ଥ ପରିଚାଳନା ଏବଂ ଖଣି ଉପଯୋଗ ସୁବିଧା, ମନିଟରିଂ ଏବଂ ସଷ୍ଟେନେବଲ ମାଇନିଂ ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟଦକ୍ଷତା ଉପରେ ଆଧାରକରି ଯାଞ୍ଚ ଦଳ ଖଣିଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ୪ ଦିନ ଝଡ଼ବର୍ଷା

ଭୁବନେଶ୍ୱର, ୧୫ା୩(ବନ୍ଦନା ସେଠୀ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଶନିବାର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡାରେ ସର୍ୱାଧିକ ତାପମାତ୍ରା…

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri