Categories: ଜାତୀୟ

୨୫୬ ଡାଇନୋସର ଅଣ୍ଡା ଜୀବାଶ୍ମ ଠାବ

ଇନ୍ଦୋର,୨୨।୧: ମଧ୍ୟପ୍ରଦେଶର ଧରରୁ ବୈଜ୍ଞାନିକମାନେ ୨୫୬ଟି ଟାଇଟାନୋସର (ଉଦ୍ଭିଦ ଖାଉଥିବା ଡାଇନୋସର)ର ଜୀବାଶ୍ମ ଅଣ୍ଡା ଠାବ କରିଛନ୍ତି। ପାଖାପାଖି ୯୨ଟି ସ୍ଥାନରୁ ଏହି ଅଣ୍ଡା ମିଳିଛି। ଡାଇନୋସର ବିଶାଳ ଆକାରର ହୋଇଥିବାବେଳେ ବସବାସ କରୁଥିବା ସ୍ଥାନଠାରୁ ଦୂରରେ ଏମାନେ ଅଣ୍ଡା ଦେଇଥାନ୍ତି। ୧୦୦.୫ରୁ ୬୬ ନିୟୁତ ବର୍ଷ ପୂର୍ବେ ଏହି ଉଭୟଚର ପ୍ରାଣୀ ଦେଖିବାକୁ ମିଳୁଥିଲେ। ଉକ୍ତ ସ୍ଥାନର ସିଟିସ୍କାନ କରିବା ଲାଗି ବୈଜ୍ଞାନିକମାନଙ୍କ ପକ୍ଷରୁ ଯୋଜନା କରାଯାଉଛି। ଡାଇନୋସରଙ୍କ ଅଣ୍ଡାର ଆକୃତି କୁମ୍ଭୀର ଓ ଚଢ଼େଇଙ୍କ ଅଣ୍ଡା ସଦୃଶ ହୋଇଥିବା ଦିଲ୍ଲୀ ୟୁନିଭର୍ସିଟି ପ୍ରଫେସର ହର୍ଷ ଧିମାନ କହିଛନ୍ତି। କୁମ୍ଭୀର ଅଣ୍ଡ ଦେଇସାରି ତାକୁ ପୋତି ଦେଉଥିବାବେଳେ ଡାଇନୋସର ମଧ୍ୟ ଏ ପରି କରୁଥିବା ଦେଖାଯାଇଛି। ତେବେ ଡାଇନୋସର ଶରୀର କୌଣସି ଅଙ୍ଗ ବା ହାଡ଼ ମିଳି ନ ଥିବାବେଳେ ବୈଜ୍ଞାନିକମାନେ ଏହାର ସନ୍ଧାନ ଚଳାଇଛନ୍ତି।

Share