Categories: ଜାତୀୟ

ଦେଶରେ ହ୍ରାସ ପାଇଛି ଦୈନିକ ସଂକ୍ରମଣ, ଆଜି ୨,୫୫,୮୭୪ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୫।୧: ଦେଶରେ ଦୈନିକ ସଂକ୍ରମଣ ଧିରେ ଧିରେ କମୁଛି। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨,୫୫,୮୭୪ ଥିବା ଜଣାପଡିଛି । ଗତକାଲି ଠାରୁ ୫୦ ହଜାର ୧୯୦ଜଣ କମ୍‌ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏହାସହ ୬୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୪,୯୦,୪୬୨କୁ ବୃଦ୍ଧି ପାଇଛି। ଏହି ସମୟରେ ୨,୬୭,୭୫୩ ଜଣ ସୁସ୍ଥ ହୋଇଛନ୍ତି । ତେବେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୭୦,୭୧,୮୯୮ରେ ପହଞ୍ଚିଛି। ଏବେ ଆକ୍ଟିଭ ମାମଲା ରହିଛି ୨୨,୩୬,୮୪୨।

 

Share