ରାତି ପାହିଲେ ନୂଆପଡ଼ାରେ ଭୋଟ: ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨,୫୪,୪୯୭ ଭୋଟର

ନୂଆପଡ଼ା,୧୦ା୧୧ (ମକାରୁ ବେମାଲ) : ରାତି ପାହିଲେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ମଇଦାନରେ ପ୍ରମୁଖ ଭାଜପା, ବିଜେଡି, କଂଗ୍ରେସ ଦଳର ପ୍ରାର୍ଥୀଙ୍କ ସମେତ ମୋଟ ୧୪ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ନିର୍ବାଚନମଣ୍ଡଳୀର ୨ ଲକ୍ଷ ୫୪ ହଜାର ୪୯୭ ଭୋଟର। ଭୋଟରମାନେ ୩୫୮ ମତଦାତା କେନ୍ଦ୍ରକୁ ଯାଇ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରି ବିଧାୟକ ଚୟନ କରିବେ। ନୂଆପଡ଼ା ବ୍ଲକରେ ୧୫୭, କୋମନା ବ୍ଲକରେ ୧୬୫, ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୭ ଓ ଖରିଆର ରୋଡ୍‌ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୯ ମତଦାନ କେନ୍ଦ୍ର କରାଯାଇଛି। ଉପନିର୍ବାଚନ ପାଇଁ ଭୋଟରମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପର ତ୍ସାହିତ ଥିବା ଦେଖିବାକୁ ମିଳିଛି।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ରବିବାର ଅପରାହ୍ନ ୪ଟାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ବର୍ତ୍ତମାନ ବିଭିନ୍ନ ଦଳର କର୍ମୀ ଓ ସମର୍ଥକ ଶେଷ ପର୍ଯ୍ୟାୟ ଲଢେଇ ପାଇଁ ପୁର ଦମରେ ଲାଗିପଡିଛନ୍ତି। ପ୍ରଚାର ଶେଷହେବା ପରେ ଆରମ୍ଭ ହୋଇଛି ଅନ୍ଧାରୀ ବିଜେ। କର୍ମୀମାନେ ଘରକୁ ଘର ବୁଲି ନିର୍ବାଚନୀ ଚିରକୁଟ ବାଣ୍ଟିବା ଆରମ୍ଭ କରିଛନ୍ତି। ଯେଉଁ ଗାଁ ବା ପଡ଼ାରେ ଦୁର୍ବଳ ସ୍ଥିତି ଦେଖୁଛନ୍ତି ତା’ ଉପରେ ଅଧିକ ନଜର ରଖିଛନ୍ତି। ପ୍ରାୟ ସମସ୍ତ ଦଳର କର୍ମୀମାନେ ଗଡ ଜଗିବା ଆରମ୍ଭ କରିଦେଇଛନ୍ତି। ରାତି ପାହିଲେ ନିର୍ବାଚନ ଥିବାରୁ ଦଳୀୟ ନେତା ଦିନରାତି ଏକ କରି ନିର୍ବାଚନ ବୈତରଣୀ ପାରିହେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ଭୋଟର ଏପଟସେପଟ ନ ହେବା ପାଇଁ ଗାଁ, ପଡ଼ା ଓ ବୁଥ୍‌ ସ୍ତରରେ ଭୋଜି ଭାତର ଆସର ଜମିଛି। ପ୍ରାର୍ଥୀମାନେ ଘରେ ବସି ଅଙ୍କ କଷିବା ଆରମ୍ଭ କରିଛନ୍ତି। ଯେଉଁ ବୁଥ୍‌ ଦୁର୍ବଳ ରହିଛି ତା’ ଉପରେ ନଜର ରଖି କର୍ମୀମାନଙ୍କୁ ଜଗାଇବା ସହ ବିକଳ୍ପ ବ୍ୟବସ୍ଥା ପାଇଁ ଅଣ୍ଟା ଭିଡିଛନ୍ତିା ଏଥିରେ କାହାର ପଲ୍ଲା ଭାରି ରହୁଛି, ଭୋଟର କାହାକୁ ବାଛୁଛନ୍ତି ଓ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳୁଛି ତାହା ଆସନ୍ତା ୧୪ରେ ଜଣାପଡିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ ଯାତ୍ରା କରୁଥିଲେ ଖୁସିଖବର, ୫୦% କମିଯିବ ଟ୍ରେନଭଡା!

ନୂଆଦିଲ୍ଲୀ,୧।୨: ଦେଶର ଲକ୍ଷ ଲକ୍ଷ ରେଳ ଯାତ୍ରୀ ଆଗାମୀ କେନ୍ଦ୍ର ବଜେଟ 2026 କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସବୁବେଳେ ପରି, ସାଧାରଣ ଲୋକ ଆଶା…

୨୦୨୫ରେ ଦେଶ ଛାଡିଛନ୍ତି ୭ ଲକ୍ଷରୁ ଅଧିକ ପାକିସ୍ତାନୀ, ରିପୋର୍ଟରେ ବଡ଼ ଦାବି

ଇସଲାମାବାଦ,୧।୨: ୨୦୨୫ ମସିହାରେ ୭,୬୦,୦୦୦ ରୁ ଅଧିକ ପାକିସ୍ତାନୀ ନିଯୁକ୍ତି ଖୋଜିବାକୁ ଦେଶ ଛାଡିଥିଲେ। ଏହି ସଂଖ୍ୟା ଦେଶରେ ବଢୁଥିବା ଆର୍ଥିକ ଚାପ ଏବଂ ନିଯୁକ୍ତି ସୁଯୋଗର…

ବିବାହିତଙ୍କୁ Budget 2026 ରୁ ମିଳିବ ଖୁସିଖବର! ଆଉ ଦେବାକୁ ପଡିବନି…

ନୂଆଦିଲ୍ଲୀ,୧।୨: ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂସ୍ଥାନ (ICAI) ବିବାହିତ ଦମ୍ପତିଙ୍କ ପାଇଁ ଇଚ୍ଛାଧୀନ ଯୁଗ୍ମ ଟିକସ ପ୍ରସ୍ତାବ ଦେଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଏହା…

 ବିରି ମାଡ଼ଦେଖି କୋଳଥ ଚେପା : ଗୋରୁ ମାଫିଆଙ୍କୁ ଗୋଡ଼ାଇଲା ବେଳେ, ସ୍କୁଟିରୁ ପଡ଼ିଲେ ଗଞ୍ଜେଇ ବେପାରୀ  

ଭଞ୍ଜନଗର,୧।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଡହ ଅଞ୍ଚଳରେ କିଛି ଗୋରୁ ମାଫିଆ ଗୋରୁ ଧରି ଯାଉଥିଲେ। ସମ୍ପୃକ୍ତ ଅଞ୍ଚଳବାସୀ ସେମାନଙ୍କୁ ଗୋଡାଇ ଧରିଥିଲେ। ପରେ…

Budget 2026 Gold Silver Rate: ବଜେଟ ପୂର୍ବରୁ ସୁନା-ରୂପାକୁ ନେଇ ବଡ଼ ଖବର, କିଣିବାକୁ ଚାହୁଁଥିଲେ…

ନୂଆଦିଲ୍ଲୀ,୧।୨: ବଜେଟ ଉପସ୍ଥାପନ ପୂର୍ୱରୁ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଫେବୃଆରୀ 1, 2026 ରେ, ଦିଲ୍ଲୀରେ 24 କ୍ୟାରେଟ ସୁନା ପ୍ରତି…

ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ: ଜଣାପଡୁନି କାରଣ ଚିନ୍ତାରେ…

ଭୁବନେଶ୍ୱର,୧।୨: ଜାତୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୨୩ରୁ ୩୦ ମଧ୍ୟରେ ମୋଟ ୫ କୁମ୍ଭୀରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…

Budget 2026: ବଜେଟ୍‌ରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା! ବଢିବ ଚାକିରି…

ନୂଆଦିଲ୍ଲୀ,୧।୨: ୨୦୨୬ ମସିହାର କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, ସାରା ଦେଶର ଅର୍ଥନୀତିଜ୍ଞମାନେ ସରକାରଙ୍କ ସମ୍ଭାବ୍ୟ ପ୍ରାଥମିକତା ଉପରେ ସେମାନଙ୍କର ମତାମତ ପ୍ରଦାନ କରୁଛନ୍ତି। ବିଶେଷଜ୍ଞମାନେ ବିଶ୍ୱାସ…

ଇତିହାସ ରଚିବେ ସୀତାରାମନ୍‌, ଶସ୍ତା ହୋଇପାରେ ଏସବୁ ଜିନିଷ!

ନୂଆଦିଲ୍‌ଲୀ,୧।୨: କୋଟି କୋଟି ଦେଶବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ସଂସଦରେ ଦେଶର ବାର୍ଷିକ ଖର୍ଚ୍ଚ ଖୋଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସକାଳ ୧୧ଟାରେ ଲୋକ ସଭାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri