Categories: ଜାତୀୟ

୨୫୩ ପଞ୍ଜୀକୃତ ଅଣ-ମାନ୍ୟତା ରାଜନୈତିକ ଦଳ ନିଷ୍କ୍ରିୟ…

ନୂଆଦିଲ୍ଲୀ, ୧୩।୯ : ପଞ୍ଜୀକୃତ ଅଣ-ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ ବିରୋଧରେ ମେ ୨୫ ରେ ଆରମ୍ଭ ହୋଇଥିବା କାର୍ଯ୍ୟକୁ ଜାରି ରଖି ମଙ୍ଗଳବାର ଭାରତର ନିର୍ବାଚନ ଆୟୋଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିର୍ବାଚନ ଆୟୋଗ ୮୬ ଟି ଅଣ-ପଞ୍ଜୀକୃତ ଅଣ-ମାନ୍ୟତା ରାଜନୈତିକ ଦଳକୁ ହଟାଇ ଦେଇଛନ୍ତି। ଏହା ସହିତ ୨୫୩ ପଞ୍ଜୀକୃତ ଅଣ-ମାନ୍ୟତା ରାଜନୈତିକ ଦଳକୁ ନିଷ୍କ୍ରିୟ ଘୋଷିତ କରିଛନ୍ତି।

ଅଣ-ମାନ୍ୟତା ରାଜନୈତିକ ଦଳଗୁଡ଼ିକ ହେଉଛି ସେହି ଦଳ, ଯେଉଁମାନେ ଏକ ରାଜ୍ୟ ଦଳ ହେବାକୁ ବିଧାନସଭା କିମ୍ବା ସାଧାରଣ ନିର୍ବାଚନରେ ଅବାଶ୍ୟକ ଯଥେଷ୍ଟ ପ୍ରତିଶତ ଭୋଟ ପାଇନାହାଁନ୍ତି, କିମ୍ବା ଯେଉଁ ଦଳଗୁଡିକ ପଞ୍ଜୀକୃତ ହେବା ପରଠାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି। ସେମାନଙ୍କୁ ଅଣ-ମାନ୍ୟତା ଦଳ ଭାବରେ ବିବେଚନା କରାଯାଏ। ଏହିପରି ଦଳଗୁଡିକ ମାନ୍ୟତାପ୍ରାପ୍ତ ଦଳମାନଙ୍କୁ ଦିଆଯାଇଥିବା ସମସ୍ତ ସୁବିଧା ସୁଯୋଗ ପାଆନ୍ତି ନାହିଁ।

Share