ଭିତରକନିକା ବୁଲିଲେ ୨୫୧୯ ପର୍ଯ୍ୟଟକ

ରାଜନଗର, ୨୫ା୧୨ (ଭାସ୍କର ରାଉତରାୟ): ଏବେ ପର୍ଯ୍ୟଟନ ଋତୁ ଚାଲିଛି। ଦେଶ ବିଦେଶର ପର୍ଯ୍ୟଟକମାନେ ଭିତରକନିକା ଜାତୀୟ ଉଦ୍ୟାନ ପରିଭ୍ରମଣରେ ଆସୁଛନ୍ତି। ରବିବାର ଛୁଟିଦିନ ଥିବାରୁ ଭିତରକନିକାର ବିଭବକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ୧୬୧ଟି ବୋଟରେ ୧୯୩୪ଜଣ ପର୍ଯ୍ୟଟକ ନୌବିହାର କରିଥିବାବେଳେ ମୋଟ ୨୫୧୯ ପର୍ଯ୍ୟଟକ ଭିତରକନିକା ବୁଲିଛନ୍ତି। ଜଳପଥରେ ଆସିଥିବା ପର୍ଯ୍ୟଟକମାନେ ଭିତରକନିକାର ଶୋଭାକୁ ନୌବିହାର ମାଧ୍ୟମରେ ଉପଭୋଗ କରିବା ବେଳେ ନଦୀର ଉଭୟ ପାର୍ଶ୍ୱରେ ଖରା ପୋଉଁଥିବା କୁମ୍ଭୀରଙ୍କୁ ଦେଖିବା ସହ ଜଳ ଭିତରେ କୁମ୍ଭୀରଙ୍କ ଜଳକ୍ରୀଡ଼ା ଦେଖି ବିମୋହିତ ହୋଇଥିଲେ। ଡାଙ୍ଗମାଳରେ ପହଞ୍ଚତ୍ ଆବଦ୍ଧ ପୋଖରୀରେ ଥିବା ଗୋରୀ ଓ ମଲ୍ଲୀକୁ ଦେଖିଥିଲେ। କୁମ୍ଭୀର ପ୍ରଜନନ କେନ୍ଦ୍ର ବୁଲିବା ସହ ପ୍ରଜନନ କେନ୍ଦ୍ରରେ ଥିବା ଧଳା କୁମ୍ଭୀର ଶ୍ୱେତା, ଡାଙ୍ଗମାଳଠାରେ ଲୁଣା ଜଙ୍ଗଲ ନର୍ସରି, ମ୍ୟୁଜିୟମ, ଶହୀଦ୍‌ ସ୍ତମ୍ଭ ସମେତ ବୋଟ ଲାଇବ୍ରେରୀ ଦେଖି ବିମୋହିତ ହୋଇଥିଲେ। ଭିତରକନିକାରେ ଥିବା ବିରଳ ବଉଳା କୁମ୍ଭୀର, ଡଲଫିନ୍‌, ଅଲିଭ୍‌ ରିଡ୍‌ଲେ କଇଁଛ, ହରିଣ, ବାର୍‌ହା, ସମ୍ବର, ଫିଶିଂକ୍ୟାଟ୍‌, ହାଏନା, ଝିଙ୍କ ସହ ପାଣିଗୋଧି, ଅଜଗର, ଅହିରାଜ ଆଦି ସରୀସୃପ ଭଳି ବିରଳ ପ୍ରାଣୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ। ଏଥିସହ ଅଭୟାରଣ୍ୟରେ ହେନ୍ତାଳବଣ ଓ ୬୩ ପ୍ରକାରର ଲୁଣା ଜଙ୍ଗଲ ରହିଛି। ହେନ୍ତାଳ, ସୁନ୍ଦରୀ, ଶିଶୁମାର, କେରୁଆଁ, ରାଇ, ବଣି, ଗରଣି, ଖରସି, ବନ୍ଦରୀ, ପାଣିଆମ୍ବ, ସିଙ୍ଗଡା, ପୀତାମ୍ବରି, ପିତକୋରୁଆ ଭଳି ବିରଳ ଉଦ୍ଭିଦ ସହିତ ମନୋରମ ପ୍ରକୃତି ଓ ପରିବେଶ କେବଳ ପଶୁପକ୍ଷୀଙ୍କୁ ସୁହାଉନି, ଏହା ପର୍ଯ୍ୟଟକଙ୍କ ମନ ମଧ୍ୟ କିଣି ନେଇଛି। ସବୁଠୁ ଅଧିକ କେନ୍ଦ୍ରବିନ୍ଦୁ ପାଲଟିଛି ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର ମଧ୍ୟରେ ଥିବା ୨ ଫୁଟର ଆଉ ଏକ ଧଳା କୁମ୍ଭୀର। ଏହାବାଦ୍‌ ମ୍ୟୁଜିୟମ୍‌ରେ ୧୯ ଫୁଟ୍‌ ଓ ୧୭ ଫୁଟ୍‌ ଲମ୍ବର ବିରାଟକାୟ ଦୁଇଟି ବଉଳା କୁମ୍ଭୀରଙ୍କ କଙ୍କାଳ ସହିତ ଭିତରକନିକାରେ ଥିବା ପ୍ରାୟ ସମସ୍ତ ସ୍ତନ୍ୟପାୟୀ ଓ ସରୀସୃପ ପ୍ରାଣୀଙ୍କ କଙ୍କାଳ। ପ୍ରକୃତି ଓ ପରିବେଶ ମଧ୍ୟରେ ଭିତରକନିକାକୁ ପାଖରେ ଦେଖିବା ପାଇଁ ଏବେ ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଭିଡ ଜମାଉଛନ୍ତି। ଖୋଳା ଏଣ୍ଟ୍ରି ପଏଣ୍ଟ ଦେଇ ୭୮ଟି ବୋଟରେ ୮୮୯ଜଣ ପର୍ଯ୍ୟଟକ ଭିତରକନିକାର ଶୋଭା ଉପଭୋଗ କରିଥିବା ବେଳେ ଗୁପ୍ତି ଏଣ୍ଟ୍ରି ପଏଣ୍ଟ ଦେଇ ୨୭ଟି ବୋଟରେ ୩୬୯ଜଣ, ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟ ଦେଇ ୧୫ଟି ବୋଟରେ ୧୬୮ଜଣ, ଡାଙ୍ଗମାଳ ଏଣ୍ଟ୍ରି ପଏଣ୍ଟ ଦେଇ ୧୦୮୩ଜଣ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି। ଡାଙ୍ଗମାଳ ଏଣ୍ଟ୍ରି ପଏଣ୍ଟ ଦେଇ ଆସିଥିବା ୧୦୮୩ ଜଣଙ୍କ ମଧ୍ୟରୁ ୪୧ଟି ବୋଟରେ ୫୧୦ଜଣ ପର୍ଯ୍ୟଟକ ଡାଙ୍ଗମାଳରୁ ଜଳପଥରେ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣଭୂମି ପାଲଟି ଯାଇଛି ଏବେ ପର୍ଯ୍ୟଟକମାନଙ୍କର ଭୂସ୍ବର୍ଗ। ଜାତୀୟ ଉଦ୍ୟାନରେ ଭିଡ଼ ଜମାଇଥିବା ଅଷ୍ଟ୍ରେଲିଆ, ଆଫ୍‌ଗାନିସ୍ତାନ, ଆମେରିକା, ପାକିସ୍ତାନ, ଜାପାନ, ଶ୍ରୀଲଙ୍କା, ବାଂଲାଦେଶ ଆଦି ବିଦେଶୀ ପକ୍ଷୀମାନଙ୍କ ସହ ଦେଶୀୟ ପକ୍ଷୀଙ୍କ କାକଳିରେ ପର୍ଯ୍ୟଟକ ବିମୋହିତ ହୋଇପଡ଼ୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?