Categories: ଜାତୀୟ

ଡେଙ୍ଗୁ ରୋକିବା ପାଇଁ ପୋଖରୀରେ ଛଡ଼ାଗଲା ୨୫ ହଜାର ମାଛ…

ଫିରୋଜାବାଦ,୬।୯: ଉତ୍ତରପ୍ରଦେଶର ଫିରୋଜାବାଦ ଜିଲାରେ ଡେଙ୍ଗୁ ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ଶେଷରେ ମାଛର ସହାୟତା ନିଆଯାଇଛି। ଡେଙ୍ଗୁ ରୋକିବା ପାଇଁ ’ଗମ୍ବୁସିଆ’ ମାଛକୁ ଜିଲାର ବିଭିନ୍ନ ପୋଖରୀ ଏବଂ ପାଣି ଜମିଥିବା ସ୍ଥାନରେ ଛଡ଼ା ଯାଇଛି। ଫିରୋଜାବାଦ ନଗର ନିଗମ ଟିମ୍‌ ସୋମବାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ବିଶେଷଜ୍ଞଙ୍କ ଅନୁଯାୟୀ, ଗମ୍ବୁସିଆ ମାଛ ମଶାର ଲାର୍ଭା ଖାଏ। ଏହା ଦ୍ୱାରା ମଶା ବଂଶ ବଢ଼ିବା ସମ୍ଭବ ହୋଇପାରି ନ ଥାଏ।

ନଗର ନିଗମ  ବଦାୟୁଁ ଠାରୁ ମାଛ କିଣିଛନ୍ତି। ଏହିମର୍ମରେ ମୁଖ୍ୟ ଚିକିତ୍ସା ଅଧିକାରୀ ଦୀନେଶ କୁମାର କହିଛନ୍ତି ଯେ ଏପର୍ଯ୍ୟନ୍ତ ପୋଖରୀ ଏବଂ ପାଣି ଜମିଥିବା ସ୍‌ତାନରେ ପ୍ରାୟ ୨୫ ହଜାର ମାଛ ଛଡ଼ାଯାଇଛି।

ଅନ୍ୟପକ୍ଷରେ ଡେଙ୍ଗୁ ରୋକିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟ ଚିକିତ୍ସା ଅଧିକାରୀ ଲୋକଙ୍କୁ ଅନୁରୋଧ କରିଛନ୍ତି।

Share