୫ବର୍ଷରେ ୨୫,୦୦୦ ଚାର୍ଜିଂ ପଏଣ୍ଟ

ନୂଆଦିଲ୍ଲୀ,୧୪।୧: ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଟାଟା ପାୱାର ପକ୍ଷରୁ ଇ-ଯାନ ଗ୍ରହଣୀୟତା ବଢ଼ାଇବା ଲାଗି ଆସନ୍ତା ୫ ବର୍ଷରେ ଦେଶରେ ୨୫,୦୦୦ ଇଭି ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବା ଲାଗି କମ୍ପାନୀ ରଖିଥିବା ମହତ୍ୱାକାଂକ୍ଷୀ ଯୋଜନାକୁ ମଧ୍ୟ ଏହି ଅବସରରେ ଟାଟା ପାୱାର ପକ୍ଷରୁ ଘୋଷଣା କରାଯାଇଛି। ଟାଟା ପାୱାର ପକ୍ଷରୁ ଘର, କର୍ମକ୍ଷେତ୍ର, ଫ୍ଲିଟ୍‌ ଷ୍ଟେଶନ, ସାର୍ବଜନୀନ ସ୍ଥାନ, ଇ-ବସ୍‌ ଚାର୍ଜିଂ ଷ୍ଟେଶନ ପାଇଁ ଇଭି ଚାର୍ଜିଂ ସମାଧାନ ପ୍ରଦାନ କରାଯାଉଛି। ମଲ୍‌, ହୋଟେଲ, ବିମାନବନ୍ଦର ଏବଂ କାର୍ଯ୍ୟାଳୟ ପରିସର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କମ୍ପାନୀ ଫାଷ୍ଟ ଚାର୍ଜିଂ ପ୍ରଯୁକ୍ତି ମୁତୟନ କରିଛି।
ଏ ସମ୍ପର୍କରେ ଟାଟା ପାୱାରର ବ୍ୟବସାୟ ବିକାଶ ଓ ଇଭି ଚାର୍ଜିଂ ମୁଖ୍ୟ ବୀରେନ୍ଦ୍ର ଗୋୟଲ କହିଛନ୍ତି, ଭାରତରେ ଇଲେକ୍ଟ୍ରିକ୍‌ ଯାନର ଗ୍ରହଣୀୟତା ଦ୍ରୁତଗତିରେ ବୃଦ୍ଧି ପାଉଛି। ତେଣୁ ବର୍ତ୍ତମାନ ସମୟରେ ଏକ ସୁଦୃଢ଼ ସର୍ବଭାରତୀୟ ଚାର୍ଜିଂ ନେଟ୍‌ୱର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଆମର ଉପତ୍ାଦ ଓ ପ୍ରଯୁକ୍ତିକୁ ଉପସ୍ଥାପନକରି ବେଶ୍‌ ଉଲ୍ଲସିତ ମନେକରୁଛୁ, ଯାହା ଟାଟା ପାୱାରକୁ ଭାରତର ଅଗ୍ରଣୀ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀରେ ପରିଣତ କରିଛି। ଏପରିକି ଭବିଷ୍ୟତରେ ନିରନ୍ତର ଗମନାଗମନ ବିଷୟରେ ଗ୍ରାହକମାନେ ଯେଭଳି ବିଚାର କରିବେ ସେଥିରେ ଗ୍ରାହକଙ୍କୁ ସହାୟତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବା ଲାଗି ଟାଟା ପାୱାର ପ୍ରତିବଦ୍ଧ ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ଭାରତ ସରକାରଙ୍କ ଜାତୀୟ ଇଲେକ୍ଟ୍ରିକ୍‌ ଗମନାଗମନ ମିଶନ ପ୍ଲାନ୍‌ ଅନୁସାରେ ଟାଟା ପାୱାର ପକ୍ଷରୁ ଇଭି ଚାର୍ଜିଂ ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି। ଦେଶର ପ୍ରମୁଖ ସହର ଓ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ଇଭି ଚାର୍ଜିଂ ବ୍ୟବସ୍ଥା ବିକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri