Advertisement

୫ବର୍ଷରେ ୨୫,୦୦୦ ଚାର୍ଜିଂ ପଏଣ୍ଟ

ନୂଆଦିଲ୍ଲୀ,୧୪।୧: ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଟାଟା ପାୱାର ପକ୍ଷରୁ ଇ-ଯାନ ଗ୍ରହଣୀୟତା ବଢ଼ାଇବା ଲାଗି ଆସନ୍ତା ୫ ବର୍ଷରେ ଦେଶରେ ୨୫,୦୦୦ ଇଭି ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବା ଲାଗି କମ୍ପାନୀ ରଖିଥିବା ମହତ୍ୱାକାଂକ୍ଷୀ ଯୋଜନାକୁ ମଧ୍ୟ ଏହି ଅବସରରେ ଟାଟା ପାୱାର ପକ୍ଷରୁ ଘୋଷଣା କରାଯାଇଛି। ଟାଟା ପାୱାର ପକ୍ଷରୁ ଘର, କର୍ମକ୍ଷେତ୍ର, ଫ୍ଲିଟ୍‌ ଷ୍ଟେଶନ, ସାର୍ବଜନୀନ ସ୍ଥାନ, ଇ-ବସ୍‌ ଚାର୍ଜିଂ ଷ୍ଟେଶନ ପାଇଁ ଇଭି ଚାର୍ଜିଂ ସମାଧାନ ପ୍ରଦାନ କରାଯାଉଛି। ମଲ୍‌, ହୋଟେଲ, ବିମାନବନ୍ଦର ଏବଂ କାର୍ଯ୍ୟାଳୟ ପରିସର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କମ୍ପାନୀ ଫାଷ୍ଟ ଚାର୍ଜିଂ ପ୍ରଯୁକ୍ତି ମୁତୟନ କରିଛି।
ଏ ସମ୍ପର୍କରେ ଟାଟା ପାୱାରର ବ୍ୟବସାୟ ବିକାଶ ଓ ଇଭି ଚାର୍ଜିଂ ମୁଖ୍ୟ ବୀରେନ୍ଦ୍ର ଗୋୟଲ କହିଛନ୍ତି, ଭାରତରେ ଇଲେକ୍ଟ୍ରିକ୍‌ ଯାନର ଗ୍ରହଣୀୟତା ଦ୍ରୁତଗତିରେ ବୃଦ୍ଧି ପାଉଛି। ତେଣୁ ବର୍ତ୍ତମାନ ସମୟରେ ଏକ ସୁଦୃଢ଼ ସର୍ବଭାରତୀୟ ଚାର୍ଜିଂ ନେଟ୍‌ୱର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଆମର ଉପତ୍ାଦ ଓ ପ୍ରଯୁକ୍ତିକୁ ଉପସ୍ଥାପନକରି ବେଶ୍‌ ଉଲ୍ଲସିତ ମନେକରୁଛୁ, ଯାହା ଟାଟା ପାୱାରକୁ ଭାରତର ଅଗ୍ରଣୀ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀରେ ପରିଣତ କରିଛି। ଏପରିକି ଭବିଷ୍ୟତରେ ନିରନ୍ତର ଗମନାଗମନ ବିଷୟରେ ଗ୍ରାହକମାନେ ଯେଭଳି ବିଚାର କରିବେ ସେଥିରେ ଗ୍ରାହକଙ୍କୁ ସହାୟତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବା ଲାଗି ଟାଟା ପାୱାର ପ୍ରତିବଦ୍ଧ ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ଭାରତ ସରକାରଙ୍କ ଜାତୀୟ ଇଲେକ୍ଟ୍ରିକ୍‌ ଗମନାଗମନ ମିଶନ ପ୍ଲାନ୍‌ ଅନୁସାରେ ଟାଟା ପାୱାର ପକ୍ଷରୁ ଇଭି ଚାର୍ଜିଂ ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି। ଦେଶର ପ୍ରମୁଖ ସହର ଓ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ଇଭି ଚାର୍ଜିଂ ବ୍ୟବସ୍ଥା ବିକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ କିଛି ଏକାକୀ ସମାଧାନ କରିପାରିବନି ପିଏମ୍‌ଓ: ରାଜନ

ନୂଆଦିଲ୍ଲୀ,୨୨।୫: ଭାରତୀୟ ଅର୍ଥ ବ୍ୟବସ୍ଥାର ଗତି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ନିମ୍ନଗାମୀ ହୋଇ ଚାଲିଥିଲା। ବିଶ୍ୱ ମାନ୍ଦାବସ୍ଥା, ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ...

ଭୁବନେଶ୍ୱରରେ ରାଜରତନ ଶୋ’ରୁମ

ଭୁବନେଶ୍ୱର,୧୪।୯ : କଟକର ପ୍ରମୁଖ ଫ୍ୟାଶନ ଶୋ’ରୁମ୍‌ ରାଜରତନ ତାର ୨ୟ ଶୋ ରୁମ ଭୁବନେଶ୍ୱରର ଶ୍ରୀୟା ଛକଠାରେ ଶୁଭାରମ୍ଭ କରିଛି। ସଂସ୍ଥାର ଏହି ନୂଆ...

ନିବେଶ ଲାଗି ଭାରତ ପ୍ରକୃଷ୍ଟ ସ୍ଥାନ:ସୀତାରାମନ

ନୂଆଦିଲ୍ଲୀ,୧୮-୧୦: ନିବେଶ ଲାଗି ଭାରତ ଭଳି ପ୍ରକୃଷ୍ଟ ସ୍ଥାନ ନିବେଶକମାନେ ଅନ୍ୟ କେଉଁଠାରେ ପାଇବେ ନାହିଁ। ଭାରତରେ ଗଣତନ୍ତ୍ର ଏବଂ ପୁଞ୍ଜିବାଦକୁ ସମ୍ମାନ ଦେବା ଭଳି...

ଓଲା ଏସ୍‌୧ ଏୟାରର ଅନାବରଣ

ନୂଆଦିଲ୍ଲୀ,୨୬।୧୦: ଦେଶର ପ୍ରମୁଖ ଇଲେକ୍‌ଟ୍ରିକ୍‌ ଭେଇକିଲ୍‌ (ଇଭି) କମ୍ପାନୀ ଓଲା ଇଲେକ୍‌ଟ୍ରିକ୍‌ ପକ୍ଷରୁ ନୂଆ ଓଲା ଏସ୍‌୧ ଏୟାରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ଚିନ୍ତାରେ ସୁନା ଶିଳ୍ପ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ,୨୬।୭: ଭାରତୀୟ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନା ଏହାର ଅଣ୍ଟାକୁ ଭାଙ୍ଗି ଦେଇଛି। ଏହି ସମୟରେ ସୁନା ଦର ଲଗାତର...

ଟେକ୍ନିକାଲ ରିସେସନ, ସେନ୍‌ସେକ୍ସ ସ୍ତର ୫୦ ହଜାର

ନୂଆଦିଲ୍ଲୀ: ୨୦୧୯ ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ପାଳି ଆରମ୍ଭ କରିଥିଲେ। ୨୦୨୪ ସୁଦ୍ଧା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବା...

ବୀମା କ୍ଷେତ୍ରରୁ ସରକାର ସମ୍ପୂର୍ଣ୍ଣ ଓହରିବେନି

ନୂଆଦିଲ୍ଲୀ,୨୬।୮:  ସରକାର ବୀମା କ୍ଷେତ୍ରରୁ ସମ୍ପୂର୍ଣ୍ଣ ଭାବେ ଓହରିଯିବେନି ବୋଲି ଅର୍ଥମନ୍ତ୍ରୀ ସୀତାରାମନ ସ୍ପଷ୍ଟ କରିଛନ୍ତି। ମାତ୍ର ଏକ୍ଷେତ୍ରରେ ସରକାରଙ୍କ ଅଂଶଧନ ସାମାନ୍ୟ ରହିବ। ଷ୍ଟ୍ରାଟେଜିକ ଗୁରୁତ୍ୱକୁ...

ଭାରତଠାରୁ ଋଣ ନେଲା ଆମେରିକା

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବିକାଶଶୀଳ ଓ ଧନୀ ରାଷ୍ଟ୍ର ଆମେରିକା ବର୍ତ୍ତମାନ ସମସ୍ୟା ଘେରରେ ରହିଛି। ଫଳରେ ବିଶ୍ୱର ବଡ଼ ଅର୍ଥବ୍ୟବସ୍ଥା କୁହାଯାଉଥିବା ଆମେରିକାର ଅର୍ଥବ୍ୟବସ୍ଥା ଭୁଷୁଡି...

Advertisement
Archives

Model This Week