ଆତଙ୍କରେ ୨୫୦ ମହିଳା ବିଚାରପତି

ହେଗ୍‌/କାବୁଲ,୪।୯: ଆଫଗାନିସ୍ତାନରେ ପାଶ୍ଚାତ୍ୟ ସମର୍ଥତ୍ତ ନାଗରିକ ସରକାର ଚାଲିଥିବା ପର୍ଯ୍ୟନ୍ତ ମହିଳା ବିଚାରପତିମାନେ କୋର୍ଟକୁ ଯାଇ ଶୁଣାଣି କରୁଥିଲେ। ତାଲିବାନ୍‌ର କାବୁଲ ଦଖଲ ସହ ବିଦେଶୀ ସୈନ୍ୟ ଫେରିଯିବା ପରେ ସେମାନେ ଆତଙ୍କରେ ଜୀବନ ବିତାଉଛନ୍ତି। କାରଣ ମହିଳା ଜଜ୍‌ମାନେ ଯେଉଁ ତାଲିବାନ୍‌ ଆତଙ୍କବାଦୀମାନଙ୍କୁ ଜେଲ ପଠାଇଥିଲେ ସେମାନେ ଏବେ ମୁକୁଳା ବୁଲୁଛନ୍ତି। ବନ୍ଧୁକ ଧରି ମହିଳା ବିଚାରପତିମାନଙ୍କୁ ମାରିବା ପାଇଁ ଖୋଜୁଛନ୍ତି।

ଆଫଗାନିସ୍ତାନର ୨୫୦ ମହିଳା ବିଚାରପତି ଜୀବନ ବଞ୍ଚାଇବା ପାଇଁ ଶରଣ ଖୋଜୁଛନ୍ତି। ଅଶ୍ରଫ୍‌ ଗନି ସରକାରଙ୍କ ପତନ ପୂର୍ବରୁ ଯେଉଁ ତାଲିବାନ୍‌ର ଆତଙ୍କବାଦୀମାନଙ୍କୁ ଜେଲକୁ ପଠାଇଥିଲେ ସେମାନେ ଏବେ ନିର୍ଭୟରେ ମୁକୁଳା ବୁଲୁଛନ୍ତି। ବନ୍ଧୁକ ଧରି ମାରିବାକୁ ଖୋଜୁଛନ୍ତି। କେତେଜଣ ମହିଳା ବିଚାରପତି ଦେଶ ଛାଡ଼ି ପଳାୟନ କରିବାରେ ସକ୍ଷମ ହୋଇଥିବାବେଳେ ଅଧିକାଂଶ ଆଫଗାନିସ୍ତାନରେ ରହିଯାଇଛନ୍ତି। ସେମାନେ ବର୍ତ୍ତମାନ ତାଲିବାନ୍‌ର ବର୍ବରତାରୁ ମୁକ୍ତି ପାଇବା ପାଇଁ ଅନ୍ୟ ଦେଶକୁ ଆଶ୍ରୟ ମାଗିଛନ୍ତି।
ଆମେରିକା ନେତୃତ୍ୱାଧୀନ ନାଟୋ ସେନା ଆଫଗାନିସ୍ତାନ ଛାଡ଼ି ଚାଲିଯିବା ପରେ ତାଲିବାନ୍‌ ଏବେ ସରକାର ଗଠନ କରିବାକୁ ଯାଉଛି। ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ଦିଆଯିବ ବୋଲି ଆତଙ୍କବାଦୀ ସଙ୍ଗଠନ କହୁଛି। କିନ୍ତୁ ଯାହା କହୁଛି ତାକୁ ପାଳନ କରୁନାହିଁ। ପୂର୍ବରୁ ମଧ୍ୟ ମହିଳା ବିଚାରପତିମାନଙ୍କୁ ତାଲିବାନ୍‌ ଟାର୍ଗେଟ କରିଆସିଛି। ଗତ ଜାନୁୟାରୀରେ ସୁପ୍ରିମକୋର୍ଟର ୨ ମହିଳା ବିଚାରପତିଙ୍କୁ ଆତଙ୍କବାଦୀ ହତ୍ୟା କରିଥିଲେ। ତାଲିବାନ୍‌ ସାରା ଦେଶରେ ଥିବା ଜେଲଗୁଡ଼ିକରୁ କଏଦୀମାନଙ୍କୁ ଛାଡ଼ିଦେଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆତଙ୍କବାଦୀ। ସେହି ରକ୍ତମୁଖା ଆତଙ୍କବାଦୀମାନେ ମହିଳା ବିଚାରପତିମାନଙ୍କ ପାଇଁ ଘାତକ ସାଜିଛନ୍ତି ବୋଲି ୟୁରୋପର ଏକ ଅଜ୍ଞାତ ସ୍ଥାନକୁ ପଳାୟନ କରିଥିବା ଜଣେ ବରିଷ୍ଠ ମହିଳା ଜଜ୍‌ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ତାଲିବାନ୍‌ର ବର୍ବରତାକୁ ସ୍ମରଣ କରି କହିଛନ୍ତି, ଆମ କାବୁଲସ୍ଥିତ ଘରକୁ ୪ରୁ ୫ ତାଲିବାନ୍‌ ସଦସ୍ୟ ଆସି ମହିଳା ଜଜ୍‌ କୁଆଡ଼େ ଗଲେ ବୋଲି ପଚାରିଥିଲେ। ସେହି ସଦସ୍ୟମାନଙ୍କୁ ସେ ପୂର୍ବରୁ ଜେଲକୁ ପଠାଇଥିବାରୁ ସେମାନେ ତାଙ୍କୁ ଖୋଜୁଥିବା ନିଜ ନାମ ଗୋପନ ରଖିବା ସର୍ତ୍ତରେ ମହିଳା ବିଚାରପତି ଜଣକ କହିଛନ୍ତି। ଇଣ୍ଟରନ୍ୟାଶନାଲ ଆସୋସିଏଶନ୍‌ ଅଫ୍‌ ଓମେନ୍‌ ଜଜେସ୍‌ (ଆଇଏଡବ୍ଲ୍ୟୁଜେ)ର ବିଦେଶୀ ସହଯୋଗୀ ଏବଂ ମାନବାଧିକାର ସ୍ବେଚ୍ଛାସେବୀଙ୍କ ସହାୟତାରେ ଆଫଗାନିସ୍ତାନରୁ ଏହି ବିଚାରପତି ପଳାୟନ କରିବାରେ ସକ୍ଷମ ହୋଇଛନ୍ତି। ଦେଶର ଅନ୍ୟ ମହିଳା ବିଚାରପତିମାନଙ୍କ ସହ ସେ ଯୋଗସୂତ୍ରରେ ଅଛନ୍ତି। ସେମାନେ ମଧ୍ୟ ଆତଙ୍କରେ ଜୀବନ ବିତାଉଛନ୍ତି। ଉଦ୍ଧାର ନ କଲେ କୌଣସି ମୁହୂର୍ତ୍ତରେ ତାଲିବାନ୍‌ ସେମାନଙ୍କୁ ହତ୍ୟା କରିପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି। କେବଳ ମହିଳା ବିଚାରପତି ନୁହନ୍ତି, ସମସ୍ତ ଆଫଗାନ୍‌ ମହିଳା ତାଲିବାନ୍‌ ବର୍ବରତାକୁ ନେଇ ଆତଙ୍କିତ ବୋଲି ଆଫଗାନିସ୍ତାନର ମାନବାଧିକାର କର୍ମୀ ହୋରିଆ ମୋସାଦିକ୍‌ କହିଛନ୍ତି। ଲଣ୍ଡନ ପକ୍ଷରୁ ଗତ ସପ୍ତାହରେ ୯ ମହିଳା ବିଚାରପତିଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିବା ନେଇ ବ୍ରିଟେନ୍‌ର ନ୍ୟାୟ ମନ୍ତ୍ରୀ ରବର୍ଟ ବକ୍‌ଲାଣ୍ଡ ସୂଚନା ଦେଇଥିଲେ।

ଯୌନକର୍ମୀଙ୍କ କିଲ୍‌ ଲିଷ୍ଟ

୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ କ୍ଷମତାରେ ଥିବାବେଳେ ରୁଢ଼ିବାଦୀ ତାଲିବାନ୍‌ ବହୁ ସଂଖ୍ୟକ ଯୌନକର୍ମୀଙ୍କୁ ହତ୍ୟା କରିଥିଲା। ଆମେରିକୀୟ ସୈନ୍ୟ ଆଫଗାନିସ୍ତାନରୁ ଫେରିଯିବା ପରେ ଏବେ ସଙ୍ଗଠନ ପକ୍ଷରୁ ସେକ୍ସ ଓ୍ବାର୍କରଙ୍କ ଆଉ ଏକ ‘କିଲ୍‌ ଲିଷ୍ଟ’ ପ୍ରସ୍ତୁତ କରାଯାଉଛି। ଆଡଲ୍ଟ ଫିଲ୍ମଗୁଡ଼ିକରେ ଅଭିନୟ କରୁଥିବା ଓ ଗଣିକା ବୃତ୍ତିରେ ଲିପ୍ତ ଥିବା ମହିଳାମାନଙ୍କୁ ଚିହ୍ନଟ କରି ସେମାନଙ୍କ ନାମ ଏହି ତାଲିକାରେ ଲେଖାଯାଉଛି। ତାଲିକା ସମ୍ପୂର୍ଣ୍ଣ ହେବା ପରେ ସେମାନଙ୍କୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ହୋଇପାରେ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri