Categories: ଖେଳ

ଭାରତକୁ ୨୫୦ ରନ୍‌ର ବିଜୟ ଟାର୍ଗେଟ୍‌

ଲକ୍ଷ୍ନୌ,୬।୧୦: ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଗୁରୁବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚରେ ଅଧିନାୟକ ଶିଖର ଧୱନ ଟସ୍‌ ଜିତି ବୋଲି ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରି ନିର୍ଦ୍ଧାରିତ ୪୦ ଓଭରରେ ୪ ଉଇକେଟ ହରାଇ ୨୪୯ ରନ୍‌ କରିଛି। ଫଳରେ ଭାରତ ଆଗରେ ୨୫୦ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଦକ୍ଷିଣ ଆଫ୍ରିକା।

ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଜାନେମନ ମଲାନ ଏବଂ କ୍ୱିଣ୍ଟନ ଡି’କକ ଦଳକୁ ଭଲ ଆରମ୍ଭ ଦେଇଥିଲେ। ୪୯ ରନ୍‌ରେ ଦଳର ପ୍ରଥମ ଉଇକେଟ ପଡିଥିଲା। ଜାନେମନ ୨୨ ରନ୍‌ କରି ଆଉଟ ହୋଇଥିଲେ। ସେହିପରି ଅଧିନାୟକ ଟେମ୍ବା ବାଭୁମା ୮ କରିଥିଲେ। ଆଡେନ ମାରକ୍ରମ (୦)ରେ ଆଉଟ ହୋଇଥିବା ବେଳେ କ୍ୱିଣ୍ଟନ ଡିକକ ୪୮ ରନ କରିଥିଲେ। ପରବର୍ତ୍ତୀ ସମୟରେ ଡେଭିଡ ମିଲର ଓ ହେନରିକ କ୍ଲାସେନ ଦଳକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ଦୁଇ ବ୍ୟାଟର ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ସ୍କୋରକୁ ୨୦୦ ରନ୍‌ ପାର କରିଥିଲେ। ଶେଷ ପର୍ଯ୍ୟନ୍ତ ଦୁହେଁ ଲଢ଼ୁଆ ବ୍ୟାଟିଂ କରିଥିଲେ। ହେନରିକ କ୍ଲାସେନ ୬୫ ବଲରେ ୭୪ ରନ୍‌ କରିଥିବା ବେଳେ ଡେଭିଡ ମିଲର ୬୩ ବଲରେ ୭୫ ରନ୍‌ କରିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୪୦ ଓଭର ମ୍ୟାଚରେ ୨୪୯ ରନ୍‌ କରିଥିଲା। ବର୍ଷା ଯୋଗୁ ମ୍ୟାଚ ବିଳମ୍ବ ହେବାରୁ ମ୍ୟାଚକୁ ୪୦ ଓଭର କରାଯାଇଥିଲା।

Share