Categories: ଜାତୀୟ

୨୫୦ ମୁସଲମାନ୍‌ ଗ୍ରହଣ କଲେ ହିନ୍ଦୁଧର୍ମ

ବାଡମେର୍‌, ୬।୮: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଶିଳାନ୍ୟାସ ହେବା ପରେ ପରେ ୨୫୦ ମୁସଲମାନ୍‌ ହିନ୍ଦୁଧର୍ମ ଗ୍ରହଣ କରିଛନ୍ତି। ରାଜସ୍ଥାନର ବାଡ଼ମେର୍‌ ସହରର ପାୟଲା କଲ୍ଲା ପଞ୍ଚାୟତର ୫୦ ମୁସଲମାନ ପରିବାରର ସମସ୍ତ ସଦସ୍ୟ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ସେମାନଙ୍କର ପୂର୍ବଜ ହିନ୍ଦୁଥିଲେ ବୋଲି ସେମାନେ କହିଛନ୍ତି। ତେଣୁ ପ୍ରଭୁ ରାମଙ୍କ ୪୯୨ ବର୍ଷର ପ୍ରତୀକ୍ଷା ଶେଷ ହେବା ସହିତ ସେମାନେ ପୁରୁଣା ଧର୍ମକୁ ଫେରି ଆସିଥିବା କହିଛନ୍ତି। ମୋଗଲ ରାଜୁତି ସମୟରେ ସେମାନଙ୍କ ପୂର୍ବଜ ମୁସଲମାନ୍‌ ଧର୍ମ ଗ୍ରହଣ କରିଥିବା ଏବେ ହିନ୍ଦୁଧର୍ମ ଗ୍ରହଣ କରିବା ପରେ ଶୁଭନରାମ କହିଛନ୍ତି। ଏବେ ଶ୍ରୀରାମଙ୍କ ସାହାରାରେ ସେମାନେ ହିନ୍ଦୁ ଧର୍ମ ଗ୍ରହଣ କରିଥିବା ସେ ପ୍ରକାଶ କରିଛନ୍ତି। ଗାଁର ହରଜୀ ରାମଙ୍କ ଅନୁସାରେ ସେମାନଙ୍କର ବହୁ ପରମ୍ପରା ହିନ୍ଦୁଧର୍ମ ସହିତ ଖାପ ଖାଇଥାଏ। ସେମାନଙ୍କ ମୂଳ ପୂର୍ବଜ ହିନ୍ଦୁ ଥିବାରୁ ଏହା ହୋଇଥିବା ସେ କହିଛନ୍ତି। ସେମାନେ ସ୍ବଇଚ୍ଛାରେ ଏଭଳି କରିଥିବା କହିଛନ୍ତି।

Share