ଧନ୍‌ତେରସ୍‌ରେ ୨୫୦କୋଟିର ବ୍ୟବସାୟ

ଭୁବନେଶ୍ୱର,୧୯।୧୦(ଅନୁରାଧା ମହାରଣା): ଚଳିତ ବର୍ଷ ଅତ୍ୟାବଶ୍ୟକ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ କମ୍‌ ଟିକସ ସାଧାରଣ ପରିବାରକୁ ଆଶ୍ୱସ୍ତି, ବଜାରକୁ ଶକ୍ତି ଦେଇଛି। ମୁଦ୍ରାସ୍ଫୀତି ଗତ ୮ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସିପିଆଇ ମୁଦ୍ରାସ୍ଫୀତି ମାତ୍ର ୧.୫୪%ରେ ପହଞ୍ଚିଥିବାବେଳେ ଖାଦ୍ୟ ମୁଦ୍ରାସ୍ଫୀତି ନକାରାତ୍ମକ (-୨.୩%) ହୋଇଛି। ଜିଏସ୍‌ଟି ହାର ହ୍ରାସ ପାଇବା ସହ ମୂଲ୍ୟ କମି କ୍ରୟ ଶକ୍ତି ବୃଦ୍ଧିପାଇଛି। ପର୍ବପର୍ବାଣି ଏବଂ ବିବାହଋତୁର କାରବାର ୭ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।
ଜିଏସ୍‌ଟି ସଞ୍ଚୟର ଲାଭ ଉଠାଇବା ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରୁ ଡିଜିଟାଲ ପେମେଣ୍ଟ ୧୦ ଗୁଣ ବୃଦ୍ଧି ପାଇ ୨୧ ସେପ୍ଟେମ୍ବରରେ ୧.୧୮ ଲକ୍ଷ କୋଟି ଟଙ୍କାରୁ ୨୨ ସେପ୍ଟେମ୍ବରରେ ୧୧.୩୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଦିଲ୍ଲୀ ଭଳି ସହରରେ ଉତ୍ସବ ବିକ୍ରୟ ୭୫,୦୦୦ କୋଟି ଟଙ୍କା ଥିବା ଆକଳନ କରାଯାଇଛି। ୨,୫୦୦ ଟଙ୍କାରୁ କମ୍‌ ପୋଷାକ ଉପରେ ଜିଏସ୍‌ଟି ହ୍ରାସ ପରେ ଅହମଦାବାଦର ସୂତା କପଡ଼ା ଚାହିଦା ପ୍ରାୟ ୧୦% ବୃଦ୍ଧି ପାଇଛି। ଅଟୋମୋବାଇଲ ଶିଳ୍ପ ଗତ ଦଶନ୍ଧି ମଧ୍ୟରେ ଏହାର ସର୍ବୋତ୍ତମ ନବରାତ୍ରି ପ୍ରଦର୍ଶନ କରିଛି । ମାରୁତି ସୁଜୁକିର ବିକ୍ରୟ ଗତ ବର୍ଷ ତୁଳନାରେ ଦ୍ୱିଗୁଣିତ ହୋଇଛି। ଅଷ୍ଟମୀରେ ୩୦,୦୦୦ ବାହନ ବିକ୍ରି ରେକର୍ଡ କରିଛି । ମହିନ୍ଦ୍ରାର ଏକ୍ସୟୁଭି ୭୦୦ ଏବଂ ସ୍କର୍ପିଓ ବିକ୍ରି ୬୦% ବୃଦ୍ଧି ପାଇଛି। ଟାଟା ମୋଟର୍ସ ୫୦,୦୦୦ରୁ ଅଧିକ ଯାନ ବିକ୍ରି କରିଥିବା ବେଳେ ଯେତେବେଳେ ହ୍ୟୁଣ୍ଡାଇର କ୍ରେଟା ଓ ଭେନ୍ୟୁ ବିକ୍ରି ୭୨% ପ୍ରତିଶତ ଅଂଶ ହାସଲ କରିଛି । ହିରୋ ଏବଂ ବଜାଜ ପରି ଦୁଇଚକିଆ ଯାନ କମ୍ପାନୀଗୁଡ଼ିକ ଗତ ବର୍ଷ ତୁଳନାରେ ୨ଗୁଣା ବିକ୍ରି କରିଛନ୍ତି । ଫାଡାର ତଥ୍ୟ ଅନୁସାରେ ଅଟୋମୋବାଇଲ ଶିଳ୍ପରେ ଏଥର ୩୪% ବାର୍ଷିକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଟିଭି, ଫ୍ରିଜ୍‌, ୱାଶିଂମେଶିନ ଭଳି ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି ୪୦୪୫% ବୃଦ୍ଧି ପାଇଛି । ହାୟର କମ୍ପାନୀ ଅଢ଼େଇ ଲକ୍ଷରୁ ଅଧିକ ଦାମ୍‌ର ଟିଭି ବିକ୍ରିରେ ୮୫% ଅଭିବୃଦ୍ଧି ହାସଲ କରିଛି । ରିଲାଏନ୍ସ ରିଟେଲରେ ଟିଭି ଓ ସ୍ମାର୍ଟଫୋନ୍‌ ବିକ୍ରି ୨୦-୨୫% ବୃଦ୍ଧି ପାଇଛି । ବିଜୟ ସେଲନ୍ସ, ଏଲ୍‌ଜି, ଗୋଦ୍‌ରେଜ୍‌ର ବିକ୍ରି ମଧ୍ୟ ଦୁଇ ଅଙ୍କ ଅଭିବୃଦ୍ଧି ହାସଲ କରିଛି । ଓଣମରୁ ନବରାତ୍ରି ପର୍ଯ୍ୟନ୍ତ ଭାରତର ପାର୍ବଣ ବିକ୍ରି ୪୦-୪୫%ରେ ପହଞ୍ଚିଛି । ଇ-କମର୍ସ ପ୍ଲାଟ୍‌ଫର୍ମରେ ମଧ୍ୟ ବିକ୍ରି ବଢ଼ିଛି । ଟିୟର ୨ ଏବଂ ଟିୟର ୩ ସହରରେ ଆମାଜନ୍‌ ଇଣ୍ଡିଆର ପାର୍ବଣ ଗ୍ରାହକ ସଂଖ୍ୟା ୨୭୬ କୋଟିକୁ ବୃଦ୍ଧି ପାଇଛି । ମେଟ୍ରୋ ସହର ବାହାରେ ଛୋଟ ସହରରୁ ପ୍ରାଇମ ମେମ୍ବରଶିପ ବଢ଼ିବା ସହ ୭୦% ନୂଆ ଗ୍ରାହକ ଯୋଡ଼ିହୋଇଛନ୍ତି।

ଭୁବନେଶ୍ୱର, ସୁନା ଓ ରୁପା ଦରରେ ଅହେତୁକ ବୃଦ୍ଧି କାରଣରୁ ଚଳିତ ବର୍ଷ ଧନ୍‌ତେରସ୍‌ରେ ଅଳଙ୍କାର ବ୍ୟବସାୟ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଥିଲା। ମାତ୍ର ଶନିବାର ଧନ୍‌ତେରସ୍‌ର ଉତ୍ସାହ ଏକ ପ୍ରକାର ପରିବେଶ ଓ ପରିସ୍ଥିତି ସବୁ ଦୃଷ୍ଟିକୋଣରୁ ଭଲ ରହିଛି। ଏହାର ପ୍ରଭାବ ଅଳଙ୍କାର ବ୍ୟବସାୟ ଉପରେ ପରିଲକ୍ଷିତ ହୋଇଛି। ଚଳିତ ବର୍ଷର ଧନ୍‌ତେରସ୍‌ ପାଇଁ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ରହିଛି। ରାଜଧାନୀ ଭୁବନେଶ୍ବରରୁ ଆରମ୍ଭକରି ରାଉରକେଲା ଏବଂ ବ୍ରହ୍ମପୁରରୁ ବାଲେଶ୍ବର ଏବଂ କଟକରୁ କୋରାପୁଟ ପର୍ଯ୍ୟନ୍ତ ସବୁବର୍ଗର ଅଳଙ୍କାର ପ୍ରତିଷ୍ଠାନ ଚଳଚଞ୍ଚଳ ହୋଇଉଠିବା ସହ
ରାଜ୍ୟର ସମସ୍ତ ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଓ ୩୦ ଜିଲାର ଜଣାଶୁଣା ସୁନା ଦୋକାନଗୁଡ଼ିକ ୨୫୦ କୋଟିରୁ ଅଧିକ ଟଙ୍କାର ସୁନା, ରୁପା ଓ ହୀରା ଆଦି ଅଳଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି। ଦୀପାବଳି ୨ଦିନ ମଧ୍ୟ ବ୍ୟବସାୟ ଜମିବ ବୋଲି ଅଳଙ୍କାର ବ୍ୟବସାୟୀମାନେ ଆଶା ରଖିଛନ୍ତି।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri