ଧନ୍‌ତେରସ୍‌ରେ ୨୫୦କୋଟିର ବ୍ୟବସାୟ

ଭୁବନେଶ୍ୱର,୧୯।୧୦(ଅନୁରାଧା ମହାରଣା): ଚଳିତ ବର୍ଷ ଅତ୍ୟାବଶ୍ୟକ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ କମ୍‌ ଟିକସ ସାଧାରଣ ପରିବାରକୁ ଆଶ୍ୱସ୍ତି, ବଜାରକୁ ଶକ୍ତି ଦେଇଛି। ମୁଦ୍ରାସ୍ଫୀତି ଗତ ୮ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସିପିଆଇ ମୁଦ୍ରାସ୍ଫୀତି ମାତ୍ର ୧.୫୪%ରେ ପହଞ୍ଚିଥିବାବେଳେ ଖାଦ୍ୟ ମୁଦ୍ରାସ୍ଫୀତି ନକାରାତ୍ମକ (-୨.୩%) ହୋଇଛି। ଜିଏସ୍‌ଟି ହାର ହ୍ରାସ ପାଇବା ସହ ମୂଲ୍ୟ କମି କ୍ରୟ ଶକ୍ତି ବୃଦ୍ଧିପାଇଛି। ପର୍ବପର୍ବାଣି ଏବଂ ବିବାହଋତୁର କାରବାର ୭ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।
ଜିଏସ୍‌ଟି ସଞ୍ଚୟର ଲାଭ ଉଠାଇବା ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରୁ ଡିଜିଟାଲ ପେମେଣ୍ଟ ୧୦ ଗୁଣ ବୃଦ୍ଧି ପାଇ ୨୧ ସେପ୍ଟେମ୍ବରରେ ୧.୧୮ ଲକ୍ଷ କୋଟି ଟଙ୍କାରୁ ୨୨ ସେପ୍ଟେମ୍ବରରେ ୧୧.୩୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଦିଲ୍ଲୀ ଭଳି ସହରରେ ଉତ୍ସବ ବିକ୍ରୟ ୭୫,୦୦୦ କୋଟି ଟଙ୍କା ଥିବା ଆକଳନ କରାଯାଇଛି। ୨,୫୦୦ ଟଙ୍କାରୁ କମ୍‌ ପୋଷାକ ଉପରେ ଜିଏସ୍‌ଟି ହ୍ରାସ ପରେ ଅହମଦାବାଦର ସୂତା କପଡ଼ା ଚାହିଦା ପ୍ରାୟ ୧୦% ବୃଦ୍ଧି ପାଇଛି। ଅଟୋମୋବାଇଲ ଶିଳ୍ପ ଗତ ଦଶନ୍ଧି ମଧ୍ୟରେ ଏହାର ସର୍ବୋତ୍ତମ ନବରାତ୍ରି ପ୍ରଦର୍ଶନ କରିଛି । ମାରୁତି ସୁଜୁକିର ବିକ୍ରୟ ଗତ ବର୍ଷ ତୁଳନାରେ ଦ୍ୱିଗୁଣିତ ହୋଇଛି। ଅଷ୍ଟମୀରେ ୩୦,୦୦୦ ବାହନ ବିକ୍ରି ରେକର୍ଡ କରିଛି । ମହିନ୍ଦ୍ରାର ଏକ୍ସୟୁଭି ୭୦୦ ଏବଂ ସ୍କର୍ପିଓ ବିକ୍ରି ୬୦% ବୃଦ୍ଧି ପାଇଛି। ଟାଟା ମୋଟର୍ସ ୫୦,୦୦୦ରୁ ଅଧିକ ଯାନ ବିକ୍ରି କରିଥିବା ବେଳେ ଯେତେବେଳେ ହ୍ୟୁଣ୍ଡାଇର କ୍ରେଟା ଓ ଭେନ୍ୟୁ ବିକ୍ରି ୭୨% ପ୍ରତିଶତ ଅଂଶ ହାସଲ କରିଛି । ହିରୋ ଏବଂ ବଜାଜ ପରି ଦୁଇଚକିଆ ଯାନ କମ୍ପାନୀଗୁଡ଼ିକ ଗତ ବର୍ଷ ତୁଳନାରେ ୨ଗୁଣା ବିକ୍ରି କରିଛନ୍ତି । ଫାଡାର ତଥ୍ୟ ଅନୁସାରେ ଅଟୋମୋବାଇଲ ଶିଳ୍ପରେ ଏଥର ୩୪% ବାର୍ଷିକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଟିଭି, ଫ୍ରିଜ୍‌, ୱାଶିଂମେଶିନ ଭଳି ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି ୪୦୪୫% ବୃଦ୍ଧି ପାଇଛି । ହାୟର କମ୍ପାନୀ ଅଢ଼େଇ ଲକ୍ଷରୁ ଅଧିକ ଦାମ୍‌ର ଟିଭି ବିକ୍ରିରେ ୮୫% ଅଭିବୃଦ୍ଧି ହାସଲ କରିଛି । ରିଲାଏନ୍ସ ରିଟେଲରେ ଟିଭି ଓ ସ୍ମାର୍ଟଫୋନ୍‌ ବିକ୍ରି ୨୦-୨୫% ବୃଦ୍ଧି ପାଇଛି । ବିଜୟ ସେଲନ୍ସ, ଏଲ୍‌ଜି, ଗୋଦ୍‌ରେଜ୍‌ର ବିକ୍ରି ମଧ୍ୟ ଦୁଇ ଅଙ୍କ ଅଭିବୃଦ୍ଧି ହାସଲ କରିଛି । ଓଣମରୁ ନବରାତ୍ରି ପର୍ଯ୍ୟନ୍ତ ଭାରତର ପାର୍ବଣ ବିକ୍ରି ୪୦-୪୫%ରେ ପହଞ୍ଚିଛି । ଇ-କମର୍ସ ପ୍ଲାଟ୍‌ଫର୍ମରେ ମଧ୍ୟ ବିକ୍ରି ବଢ଼ିଛି । ଟିୟର ୨ ଏବଂ ଟିୟର ୩ ସହରରେ ଆମାଜନ୍‌ ଇଣ୍ଡିଆର ପାର୍ବଣ ଗ୍ରାହକ ସଂଖ୍ୟା ୨୭୬ କୋଟିକୁ ବୃଦ୍ଧି ପାଇଛି । ମେଟ୍ରୋ ସହର ବାହାରେ ଛୋଟ ସହରରୁ ପ୍ରାଇମ ମେମ୍ବରଶିପ ବଢ଼ିବା ସହ ୭୦% ନୂଆ ଗ୍ରାହକ ଯୋଡ଼ିହୋଇଛନ୍ତି।

ଭୁବନେଶ୍ୱର, ସୁନା ଓ ରୁପା ଦରରେ ଅହେତୁକ ବୃଦ୍ଧି କାରଣରୁ ଚଳିତ ବର୍ଷ ଧନ୍‌ତେରସ୍‌ରେ ଅଳଙ୍କାର ବ୍ୟବସାୟ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଥିଲା। ମାତ୍ର ଶନିବାର ଧନ୍‌ତେରସ୍‌ର ଉତ୍ସାହ ଏକ ପ୍ରକାର ପରିବେଶ ଓ ପରିସ୍ଥିତି ସବୁ ଦୃଷ୍ଟିକୋଣରୁ ଭଲ ରହିଛି। ଏହାର ପ୍ରଭାବ ଅଳଙ୍କାର ବ୍ୟବସାୟ ଉପରେ ପରିଲକ୍ଷିତ ହୋଇଛି। ଚଳିତ ବର୍ଷର ଧନ୍‌ତେରସ୍‌ ପାଇଁ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ରହିଛି। ରାଜଧାନୀ ଭୁବନେଶ୍ବରରୁ ଆରମ୍ଭକରି ରାଉରକେଲା ଏବଂ ବ୍ରହ୍ମପୁରରୁ ବାଲେଶ୍ବର ଏବଂ କଟକରୁ କୋରାପୁଟ ପର୍ଯ୍ୟନ୍ତ ସବୁବର୍ଗର ଅଳଙ୍କାର ପ୍ରତିଷ୍ଠାନ ଚଳଚଞ୍ଚଳ ହୋଇଉଠିବା ସହ
ରାଜ୍ୟର ସମସ୍ତ ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଓ ୩୦ ଜିଲାର ଜଣାଶୁଣା ସୁନା ଦୋକାନଗୁଡ଼ିକ ୨୫୦ କୋଟିରୁ ଅଧିକ ଟଙ୍କାର ସୁନା, ରୁପା ଓ ହୀରା ଆଦି ଅଳଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି। ଦୀପାବଳି ୨ଦିନ ମଧ୍ୟ ବ୍ୟବସାୟ ଜମିବ ବୋଲି ଅଳଙ୍କାର ବ୍ୟବସାୟୀମାନେ ଆଶା ରଖିଛନ୍ତି।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri