Categories: ଫୁରସତ

ନା ଧନ, ନା ସମ୍ପତ୍ତି… ଏହି ଗୋଟିଏ କାରଣ ପାଇଁ ୭୧ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ଯୁବତୀ

କଥାରେ ଅଛି ପ୍ରେମ ମାନେନା ବୟସ। ସେଭଳି କିଛି ଘଟିଛି ୨୫ ବର୍ଷୀୟ ଡାନିଏଲ ରିଫ୍‌ ଏବଂ ୭୧ ବର୍ଷୀୟ ରିକି ମାଷ୍ଟର ହାଓ୍ବାର୍ଡ ରିଫ୍‌ଙ୍କ କ୍ଷେତ୍ରରେ। ଦୀର୍ଘବର୍ଷର ବୟସାଗତ ତଫାତ ଥିଲେ ହେଁ ଉଭୟ ପରସ୍ପରକୁ ବହୁତ ଭଲପାଆନ୍ତି।

ଡାନିଏଲ-ହାଓ୍ବାର୍ଡଙ୍କ ପ୍ରେମକାହାଣୀ ବେଶ ହୃଦୟସ୍ପର୍ଶୀ। ଦୀର୍ଘଦିନରୁ ଡାନିଏଲ ଏକ ରହସ୍ୟମୟ ରୋଗରେ ପୀଡ଼ିତ ହୋଇଥିଲେ। ଶୋଇବା ସତ୍ତ୍ୱେ ତାଙ୍କୁ ଥକ୍କା ଲାଗୁଥିଲା। ଭୋକ ଲାଗୁ ନ ଥିଲା। ହେଲେ ତାଙ୍କ ଓଜନ ବଢ଼ୁଥିଲା। ହାଡ ଏବଂ ମାଂସପେଶୀରେ ସର୍ବଦା ଯନ୍ତ୍ରଣା ହେଉଥିଲା। ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କଲେ ହେଁ ରୋଗ ସମ୍ପର୍କରେ କିଛି ଜଣାପଡ଼ି ନ ଥିଲା। ଡାନିଏଲଙ୍କୁ ଲାଭ ନ ମିଳିବା ଯୋଗୁ ୨୦୧୯ରେ ସେ ହାଓ୍ବାର୍ଡଙ୍କ ସହ ଏକ ସେଶନ କରିଥିଲେ। ହାଓ୍ବାର୍ଡ କିଛି ଦିନ ତାଙ୍କର ଚିକିତ୍ସା କରିଥିଲେ। ଏହାପରେ ଡାନିଏଲ ଠିକ ହୋଇଯାଇଥିଲେ। ଏସବୁ ମଧ୍ୟରେ ଡାନିଏଲ୍‌ ହାଓ୍ବାର୍ଡଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଧିରେ ଧିରେ ଏହା ପ୍ରେମରେ ପରିଣତ ହୋଇଥିଲା।

ଏକଦା ଡାନିଏଲ ପ୍ରେମ ନିବେଦନ କରିବାକୁ ଭାବି ହାଓ୍ବାର୍ଡଙ୍କୁ ତାଙ୍କ ବୟସ ପଚାରିଥିଲେ। ସେତେବେଳେ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଅର୍ଥାତ ଉଭୟଙ୍କ ମଧ୍ୟରେ ୪୬ ବର୍ଷର ବୟସାଗତ ତଫାତ। ହେଲେ ଡାନିଏଲଙ୍କୁ ଫରକ ପଡ଼ି ନ ଥିଲା। ସେ ଏକାଠି ରହିବା ସହ ବିବାହ କରିଥିଲେ। ଦୁହେଁ ସିନା ଜୀବନରେ ଖୁସି ଥିଲେ, ଯିଏ ତାଙ୍କୁ ଦେଖୁଥିଲା ଜେଜେ ନାତୁଣୀ ବୋଲି କହୁଥିଲା। ଏପରିକି ଅନେକ ସ୍ଥାନରେ ତାଙ୍କର ମଜା ଉଡାଯାଇଥିଲା। ଦିନକୁ ଦିନ ଏହା ବଢ଼ିବା ପରେ ଡାନିଏଲ ସବୁକିଛି ନ ଶୁଣିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ତାଙ୍କୁ କୌଣସି ଫରକ ପଡ଼ୁ ନ ଥିବା ବେଳେ ଦୁହେଁ ସୁଖରେ ଘର ସଂସାର କରୁଛନ୍ତି।

Share