ବିରାଶତ୍‌କୁ ପୂରିଲା ୨୫ବର୍ଷ

ମୁମ୍ବାଇ: ବଲିଉଡ ଅଭିନେତା ଅନିଲ କପୁର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନାମ୍ନୀ ଅଭିନେତା। ନିଜର ଦମ୍‌ଦାର ଅଭିନୟ ଓ ଫିଟନେସ୍‌ ପାଇଁ ଜଣାଶୁଣା ଅନିଲ କପୁର ସୋମବାର ତାଙ୍କର ଏକ ସୁପରହିଟ ଫିଲ୍ମର ସିଲଭର୍‌ ଜୁବଲୀ ପାଳନ କରିଛନ୍ତି। ୧୯୯୭ରେ ଆଜିର ଦିନରେ ମୁକ୍ତିଲାଭ କରିଥିବା ଫିଲ୍ମ ବିରାଶତ୍‌କୁ ୨୫ବର୍ଷ ପୂରିଛି। ଏହି ବିଶେଷ ଅବସରରେ ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ଅଭିନୟ କରିଥିବା ଅନିଲ କପୁର ସୋସିଆଲ ମିଡିଆରେ ତାଙ୍କ ଫିଲ୍ମର କିଛି ଅଦୃଶ୍ୟ ଫଟୋକୁ ଶେୟାର କରିଛନ୍ତି।
ନିଜର ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅନିଲ କପୁର ଉକ୍ତ ଫିଲ୍ମରେ ତାଙ୍କ ସହ ନଜର ଆସିଥିବା ଅଭିନେତ୍ରୀ ତବ୍ବୁ ଏବଂ ପୂଜା ଭଟ୍ଟଙ୍କ କିଛି ଫଟୋ ଶେୟାର କରିଥିବା ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ ସେ କ୍ୟାପଶନ୍‌ରେ ଲେଖିଛନ୍ତି, ମୋର ପସନ୍ଦର ଫିଲ୍ମ ବିରାଶତ୍‌ର ୨୫ତମ ବର୍ଷକୁ ଶ୍ରେଷ୍ଠ ପ୍ରଯୋଜକଙ୍କୁ ଉତ୍ସର୍ଗୀକୃତ କରୁଛି, ଯେଉଁମାନଙ୍କ ସହ ମୁଁ କାମ କରିଛି। ସୂଚନା ମୁତାବକ, ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ତଥା କମଲ ହାସନଙ୍କ ଦ୍ୱାରା ଲିଖିତ ବିରାସତ୍‌ ୧୯୯୭ର ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଅନ୍ୟତମ। ସେହି ବର୍ଷ ଏହି ଫିଲ୍ମକୁ ଅନେକ ପୁରସ୍କାର ମିଳିଥିଲା। ଏହି ଚଳଚ୍ଚିତ୍ରରେ ଅନିଲ କପୁର, ତବ୍ବୁ ଓ ପୂଜା ଭଟ୍ଟଙ୍କ ବ୍ୟତୀତ ଅମରେଶ ପୁରୀ, ମିଲିନ୍ଦ ଗୁନାଜୀ ଏବଂ ଗୋବିନ୍ଦ ନାମଦେବ ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଫିଲ୍ମର ଗୀତ ତାରେ ହେଁ ବାରାତି ଓ ଢ଼ୋଲ ବଜନେ ଲଗା ସେହି ସମୟରେ ବେଶ୍‌ ପପୁଲାର ହେବା ସହ ସ୍ମରଣୀୟ ଗୀତ ମଧ୍ୟରୁ ଅନ୍ୟତମ।

Share