Categories: Home Leftଖେଳ

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି।

ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦ ଗୋଲରେ ପରାସ୍ତ କରିଛି। ଆଙ୍ଗ୍‌ଲୋ-ଭାରତୀୟ ମହିଳାଙ୍କଠାରୁ ଜନ୍ମିତ ନିଶାନଙ୍କୁ ଷ୍ଟାର୍ଟିଂ ଇଲେଭେନରେ ସାମିଲ କରାଯାଇ ନ ଥିଲା।

ସେ ୬୧ତମ ମିନିଟ୍‌ରେ ସବ୍‌ଷ୍ଟିଚ୍ୟୁଟ ଖେଳାଳି ଭାବେ ପଡ଼ିଆକୁ ଆସି ଡିଫେନ୍ସ ବିଭାଗ ସମ୍ଭାଳିଥିଲେ। ହେଲେ ୨୫ ବର୍ଷୀୟ ନିଶାନଙ୍କୁ ତାଙ୍କ ଆଟାକିଂ ଦକ୍ଷତା ଦେଖାଇବାକୁ ସୁଯୋଗ ମିଳି ନ ଥିଲା।

Share