Categories: ଜାତୀୟ

ସାଧାରଣତନ୍ତ୍ର ଦିବସ ପରେଡରେ ୨୫ ହଜାର ଦର୍ଶକଙ୍କୁ ଅନୁମତି!

ନୂଆଦିଲ୍ଲୀ,୩୧ ।୧୨: କରୋନା ମହାମାରୀ କାରଣରୁ ଆସନ୍ତା ମାସରେ ପାଳନ ହେବାକୁ ଯାଉଥିବା ୨୬ ଜାନୁୟାରୀ ବା ସାଧାରଣତନ୍ତ୍ର ଦିବସରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ସବୁବର୍ଷ ଅପେକ୍ଷା ଏଥର ପରେଡରେ ମାର୍ଚିଙ୍ଗ ସ୍କାଡଙ୍କ ସଂଖ୍ୟା କମ୍ ରହିବ ବୋଲି ଜଣାପଡିଛି । ପରେଡର ଦୂରତାକୁ ବି କମ୍ କରି ଦିଆଯିବା ସହ ଦର୍ଶକଙ୍କ ସଂଖ୍ୟାକୁ ସୀମିତ କରାଯାଇଛି । ଏଥର ମାତ୍ର ୨୫ ହଜାର ଦର୍ଶକଙ୍କ ଅନୁମତି ମିଳିଥିବା ସୂଚନା ରହିଛି । ହେଲେ ପ୍ରତିବର୍ଷ ଏଥିରେ ଲକ୍ଷାଧିକ ସଂଖ୍ୟାରେ ଦର୍ଶକ ଯୋଗ ଦେଇଥାଆନ୍ତି । ସୂଚନାଯୋଗ୍ୟ, ନଭେମ୍ବରରୁ ପାଖାପାଖି ୨ ହଜାର ସେନା ସାଧାରଣତନ୍ତ୍ର ଦିବସ ଓ ସେନା ଦିବସ ପାଇଁ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ଏଥରର ପରେଡ ବିଜୟ ଚୌକରୁ ଆରମ୍ଭ ହୋଇ ଲାଲକିଲା ପର୍ଯ୍ୟନ୍ତ ନ ଯାଇ ନ୍ୟାଶନାଲ ଷ୍ଟାଡିୟମ ପର୍ଯ୍ୟନ୍ତ ଯିବାର ଯୋଜନା ରହିଛି ।

Share