ବ୍ଲାଙ୍କ ଫାୟାରିଂ କରି ଲୁଟିନେଲେ ୨୫ ହଜାର ଟଙ୍କା ସହ ସୁନା ଗହଣା

କଟକ,୬।୯: କଟକ କନ୍ଦରପୁର ଥାନା ମତଗଜପୁରରେ ବ୍ଲାଙ୍କ ଫାୟାରିଂ କରି ଲୁଟ୍‌ ହୋଇଛି। ୩ଟି ବାଇକ୍‌ରେ ୭ ଦୁର୍ବୃତ୍ତ ଆସି ବ୍ଲାକ ଫାୟାରିଂ କରି ୨୫ ହଜାର ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି । ଏ ନେଇ କନ୍ଦରପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।