ହଲ୍‌ ଅଫ୍‌ ଫେମ୍‌ ୨.୦ ରେ ୨୫ ଷ୍ଟାର୍ଟଅପ

ଭୁବନେଶ୍ୱର,୨୨।୧୧: ଷ୍ଟାର୍ଟଅପ ଓଡ଼ିଶା ଓ ଟିଆଇଇ ଭୁବନେଶ୍ୱର ପକ୍ଷରୁ ‘ହଲ୍‌ ଅଫ୍‌ ଫେମ୍‌ ୨.୦’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୋମବାର ସ୍ଥାନୀୟ ଜୟଦେବ ବିହାର ନିକଟସ୍ଥ ଏକ ହୋଟେଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ ଓଡ଼ିଶାର ଏକଜିକ୍ୟୁଟିଭ ଚେୟାରମ୍ୟାନ ଓମକାର ରାୟ, ଓଡ଼ିଶା ସରକାରଙ୍କ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗର ଶାସନ ସଚିବ ମନୋଜ ମିଶ୍ର, ଟିଆଇଇ ଭୁବନେଶ୍ୱରର ସଭାପତି ଦେବାଶିଷ ପଟ୍ଟନାୟକ ଏବଂ ଉପସଭାପତି ସୁନୀଲ ତନେଜା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରୁ ୨୫ ଟି ଷ୍ଟାର୍ଟଅପ ୟୁନିଟ ସେମାନଙ୍କର ଉପତ୍ାଦଗୁଡିକୁ ପ୍ରଦର୍ଶିତ କରିଥିଲେ।
ଏ ସମ୍ପର୍କରେ ଓମକାର ରାୟ କହିଥିଲେ, ରାଜ୍ୟରେ ଷ୍ଟାର୍ଟଅପ ପରି ବ୍ୟବସ୍ଥା ବେଶ ଉଚ୍ଚତର ସ୍ତରରେ ପହଞ୍ଚତ୍ଛି। ଚଳିତ ବର୍ଷ ଓଡ଼ିଶାରେ ଷ୍ଟାର୍ଟଅପ ପରିବ୍ୟବସ୍ଥାକୁ ରାଜ୍ୟର ବିବିଧ ଷ୍ଟାର୍ଟଅପଗୁଡିକ ନିମନ୍ତେ ପ୍ରାୟ ୧୦୦କୋଟି ଟଙ୍କାର ପାଣ୍ଠି ମିଳିଛି ଏବଂ ଆଞ୍ଜେଲ ନିବେଶକ ଓ ଭେଞ୍ଜର କ୍ୟାପିଟାଲିଷ୍ଟମାନଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାଣ୍ଠିକୁ ନେଇ ଏହା ୩୫୯କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସମଗ୍ର ରାଜ୍ୟରେ ଷ୍ଟାର୍ଟଅପଗୁଡିକ ନିକଟରୁ କାର୍ଯ୍ୟ କ୍ଷେତ୍ରରେ ଆମେ ଅତ୍ୟନ୍ତ ଉତ୍ସାହଜନକ ପ୍ରତିକ୍ରିୟା ପାଉଛୁ। ନିକଟରେ ସମାପ୍ତ ହୋଇଥିବା ଓଡ଼ିଶା ଷ୍ଟାର୍ଟଅପ ଗ୍ରୋଥ ଫଣ୍ଡ, ଫଣ୍ଡ ଅଫ ଫଣ୍ଡସ ୧୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ଲାଭ କରିଛି, ଯାହା ଷ୍ଟାର୍ଟଅପଗୁଡିକ ପାଇଁ ଉପଲବ୍ଧ କରାଯିବ ଏବଂ ଆଗାମୀ ୫ବର୍ଷ ମଧ୍ୟରେ ତାହା ନିବେଶ କରାଯିବ। ମୁଁ ନିଶ୍ଚିତ ଯେ ହଲ୍‌ ଅଫ ଫେମ ୨.୦ କାର୍ଯ୍ୟକ୍ରମରେ ମନୋନୀତ ୨୫ଟି ଷ୍ଟାର୍ଟଅପ ଆମ ପରିବ୍ୟବସ୍ଥାକୁ ଅଧିକ ପୁଞ୍ଜି ଆକୃଷ୍ଟ କରିପାରିବେ।
ସେହିଭଳି ମନୋଜ ମିଶ୍ର କହିଥିଲେ, ଅଧିକ ଭଲ ପାଇଁ ଓଡ଼ିଶାରେ ଆଇଟି କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ଘଟୁଛି ଏବଂ ଏ କ୍ଷେତ୍ରରେ ଷ୍ଟାର୍ଟଅପଗୁଡିକ ବୃହତ୍ତର ଭୂମିକା ଗ୍ରହଣ କରିବେ। ହଲ୍‌ ଅଫ ଫେମ ୨.୦ ପାଇଁ ୨୫ଟି ଷ୍ଟାର୍ଟଅପ ଦ୍ୱାରା ପ୍ରଦର୍ଶନୀ ରାଜ୍ୟରେ ସମୁଦାୟ ଷ୍ଟାର୍ଟଅପ ପରିବ୍ୟବସ୍ଥାର ପ୍ରତିନିଧିତ୍ୱକାରୀ ଉଭୟ ଆଇଟି ଓ ଅଣଆଇଟି କ୍ଷେତ୍ରର ବହୁବିଧ ଉପତ୍ାଦ ପ୍ରଦର୍ଶନ ବେଶ ପ୍ରଭାବୀ ହୋଇପାରିଛି। ଅପରପକ୍ଷରେ ଦେବାଶିଷ କହିଥିଲେ ଯୋଗ୍ୟ ଷ୍ଟାର୍ଟଅପଗୁଡିକ ଯେଉଁମାନଙ୍କର ବିଦ୍ୱତାକୁ ସ୍ବୀକୃତି ମିଳିନାହିଁ,ସେଗୁଡିକର ସମ୍ପୂର୍ଣ୍ଣ ନୂତନ ଚିନ୍ତାଧାରା ଓ ସୃଜନଶୀଳତାକୁ ପ୍ରଦର୍ଶିତ କରିବା ସକାଶେ ହଲ ଅଫ ଫେମ ପକ୍ଷରୁ ଯୋଜନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଶେଷରେ ଧନ୍ୟବାଦ ଅର୍ପଣ କରି ସୁନୀଲ ତନେଜା କହିଥିଲେ ଟିଆଇଇ ଉଦ୍ୟୋଗୀମାନଙ୍କୁ ସମର୍ଥନ ଯୋଗାଇଦେବା ଦିଗରେ କାର୍ଯ୍ୟ କରୁଛି। ଉଦ୍ୟୋଗୀ ଭାବେ ବିବେଚିତ ହେବା ନିମନ୍ତେ ଆପଣଙ୍କୁ କର୍ମଚାରୀ ନିଯୁକ୍ତ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri