ହଲ୍‌ ଅଫ୍‌ ଫେମ୍‌ ୨.୦ ରେ ୨୫ ଷ୍ଟାର୍ଟଅପ

ଭୁବନେଶ୍ୱର,୨୨।୧୧: ଷ୍ଟାର୍ଟଅପ ଓଡ଼ିଶା ଓ ଟିଆଇଇ ଭୁବନେଶ୍ୱର ପକ୍ଷରୁ ‘ହଲ୍‌ ଅଫ୍‌ ଫେମ୍‌ ୨.୦’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୋମବାର ସ୍ଥାନୀୟ ଜୟଦେବ ବିହାର ନିକଟସ୍ଥ ଏକ ହୋଟେଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ ଓଡ଼ିଶାର ଏକଜିକ୍ୟୁଟିଭ ଚେୟାରମ୍ୟାନ ଓମକାର ରାୟ, ଓଡ଼ିଶା ସରକାରଙ୍କ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗର ଶାସନ ସଚିବ ମନୋଜ ମିଶ୍ର, ଟିଆଇଇ ଭୁବନେଶ୍ୱରର ସଭାପତି ଦେବାଶିଷ ପଟ୍ଟନାୟକ ଏବଂ ଉପସଭାପତି ସୁନୀଲ ତନେଜା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରୁ ୨୫ ଟି ଷ୍ଟାର୍ଟଅପ ୟୁନିଟ ସେମାନଙ୍କର ଉପତ୍ାଦଗୁଡିକୁ ପ୍ରଦର୍ଶିତ କରିଥିଲେ।
ଏ ସମ୍ପର୍କରେ ଓମକାର ରାୟ କହିଥିଲେ, ରାଜ୍ୟରେ ଷ୍ଟାର୍ଟଅପ ପରି ବ୍ୟବସ୍ଥା ବେଶ ଉଚ୍ଚତର ସ୍ତରରେ ପହଞ୍ଚତ୍ଛି। ଚଳିତ ବର୍ଷ ଓଡ଼ିଶାରେ ଷ୍ଟାର୍ଟଅପ ପରିବ୍ୟବସ୍ଥାକୁ ରାଜ୍ୟର ବିବିଧ ଷ୍ଟାର୍ଟଅପଗୁଡିକ ନିମନ୍ତେ ପ୍ରାୟ ୧୦୦କୋଟି ଟଙ୍କାର ପାଣ୍ଠି ମିଳିଛି ଏବଂ ଆଞ୍ଜେଲ ନିବେଶକ ଓ ଭେଞ୍ଜର କ୍ୟାପିଟାଲିଷ୍ଟମାନଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାଣ୍ଠିକୁ ନେଇ ଏହା ୩୫୯କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସମଗ୍ର ରାଜ୍ୟରେ ଷ୍ଟାର୍ଟଅପଗୁଡିକ ନିକଟରୁ କାର୍ଯ୍ୟ କ୍ଷେତ୍ରରେ ଆମେ ଅତ୍ୟନ୍ତ ଉତ୍ସାହଜନକ ପ୍ରତିକ୍ରିୟା ପାଉଛୁ। ନିକଟରେ ସମାପ୍ତ ହୋଇଥିବା ଓଡ଼ିଶା ଷ୍ଟାର୍ଟଅପ ଗ୍ରୋଥ ଫଣ୍ଡ, ଫଣ୍ଡ ଅଫ ଫଣ୍ଡସ ୧୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ଲାଭ କରିଛି, ଯାହା ଷ୍ଟାର୍ଟଅପଗୁଡିକ ପାଇଁ ଉପଲବ୍ଧ କରାଯିବ ଏବଂ ଆଗାମୀ ୫ବର୍ଷ ମଧ୍ୟରେ ତାହା ନିବେଶ କରାଯିବ। ମୁଁ ନିଶ୍ଚିତ ଯେ ହଲ୍‌ ଅଫ ଫେମ ୨.୦ କାର୍ଯ୍ୟକ୍ରମରେ ମନୋନୀତ ୨୫ଟି ଷ୍ଟାର୍ଟଅପ ଆମ ପରିବ୍ୟବସ୍ଥାକୁ ଅଧିକ ପୁଞ୍ଜି ଆକୃଷ୍ଟ କରିପାରିବେ।
ସେହିଭଳି ମନୋଜ ମିଶ୍ର କହିଥିଲେ, ଅଧିକ ଭଲ ପାଇଁ ଓଡ଼ିଶାରେ ଆଇଟି କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ଘଟୁଛି ଏବଂ ଏ କ୍ଷେତ୍ରରେ ଷ୍ଟାର୍ଟଅପଗୁଡିକ ବୃହତ୍ତର ଭୂମିକା ଗ୍ରହଣ କରିବେ। ହଲ୍‌ ଅଫ ଫେମ ୨.୦ ପାଇଁ ୨୫ଟି ଷ୍ଟାର୍ଟଅପ ଦ୍ୱାରା ପ୍ରଦର୍ଶନୀ ରାଜ୍ୟରେ ସମୁଦାୟ ଷ୍ଟାର୍ଟଅପ ପରିବ୍ୟବସ୍ଥାର ପ୍ରତିନିଧିତ୍ୱକାରୀ ଉଭୟ ଆଇଟି ଓ ଅଣଆଇଟି କ୍ଷେତ୍ରର ବହୁବିଧ ଉପତ୍ାଦ ପ୍ରଦର୍ଶନ ବେଶ ପ୍ରଭାବୀ ହୋଇପାରିଛି। ଅପରପକ୍ଷରେ ଦେବାଶିଷ କହିଥିଲେ ଯୋଗ୍ୟ ଷ୍ଟାର୍ଟଅପଗୁଡିକ ଯେଉଁମାନଙ୍କର ବିଦ୍ୱତାକୁ ସ୍ବୀକୃତି ମିଳିନାହିଁ,ସେଗୁଡିକର ସମ୍ପୂର୍ଣ୍ଣ ନୂତନ ଚିନ୍ତାଧାରା ଓ ସୃଜନଶୀଳତାକୁ ପ୍ରଦର୍ଶିତ କରିବା ସକାଶେ ହଲ ଅଫ ଫେମ ପକ୍ଷରୁ ଯୋଜନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଶେଷରେ ଧନ୍ୟବାଦ ଅର୍ପଣ କରି ସୁନୀଲ ତନେଜା କହିଥିଲେ ଟିଆଇଇ ଉଦ୍ୟୋଗୀମାନଙ୍କୁ ସମର୍ଥନ ଯୋଗାଇଦେବା ଦିଗରେ କାର୍ଯ୍ୟ କରୁଛି। ଉଦ୍ୟୋଗୀ ଭାବେ ବିବେଚିତ ହେବା ନିମନ୍ତେ ଆପଣଙ୍କୁ କର୍ମଚାରୀ ନିଯୁକ୍ତ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘କାମରେ ଧ୍ୟାନ ଦିଅ’, କର୍ମଚାରୀଙ୍କୁ ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦ା୪: ନିକଟରେ ଗୁଗ୍‌ଲ ଅଫିସ୍ ଭିତରେ କିଛି କର୍ମଚାରୀ ଧାରଣାରେ ବସିଥିଲେ। ସେମାନେ ଗୁଗ୍‌ଲ କ୍ଲାଉଡ୍ ସିଇଓଙ୍କ କାର୍ଯ୍ୟାଳୟକୁ ପ୍ରାୟ ୮ ଘଣ୍ଟା ଧରି ଦଖଲ...

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri