୨୫% ସିଟ୍‌ରେ ମାଗଣା ନାମ ଲେଖାଯାଉନି

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ୨୦୦୯-ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଅବହେଳିତ ଶ୍ରେଣୀର ପିଲାଙ୍କ ପାଇଁ ସବୁ ସ୍କୁଲରେ ୨୫% ସିଟ୍‌ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହି ନିୟମାନୁସାରେ ରାଜ୍ୟରେ ଗଣଶିକ୍ଷା ବିଭାଗ ଏକ ପୋର୍ଟାଲ ‘ପାରଦର୍ଶୀ’ ଉନ୍ମୋଚନ କରିଥିଲା। ଏଥିରେ ସବୁ ସ୍କୁଲ ୨୫% ସିଟ୍‌ ସଂରକ୍ଷଣ ବିଷୟରେ ତଥ୍ୟ ଦେବା ସହିତ ପିଲାମାନେ ମଧ୍ୟ ଆବେଦନ କରିବାର ସୁବିଧା ରହିଛି। କିନ୍ତୁ କେତେକ ସ୍କୁଲ ଏହି ଯୋଜନାରେ ନାମ ଲେଖାଇବା ପାଇଁ ଅଭିଭାବକ ଓ ପିଲାଙ୍କୁ ମନା କରାଯିବା ନେଇ ଅଭିଯୋଗ ଆସୁଛି। ଏ ନେଇ ଓଡ଼ିଶା ଅଭିଭାବକ ମହାସଂଘ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛି। ମହାସଂଘ କର୍ମକର୍ତ୍ତା କହିଛନ୍ତି, ମହାସଂଘ ବହୁବାର ଧାରଣା, ଧର୍ମଘଟ, ଅନଶନ କରିବା ପରେ ରାଜ୍ୟରେ ଗତବର୍ଷ ଏହି ଆଇନ କାର୍ଯ୍ୟକାରୀ ହୋଇଥିଲା। ସେଥିରେ ମାତ୍ର ପାଞ୍ଚ ହଜାର ପିଲା ନାମ ଲେଖାଇଥିଲେ। ଏହି ଆଇନ ଠିକ ଭାବେ କାର୍ଯ୍ୟକାରୀ ହେଲେ ପାଖାପାଖି ୭୦ହଜାରରୁ ଅଧିକ ଗରିବ ପିଲା ଏଭଳି ସୁବିଧା ପାଇପାରିବେ। ଚଳିତବର୍ଷ ମଧ୍ୟ ପ୍ରାୟ ୧୫ହଜାର ପିଲା ନାମଲେଖା ପାଇଁ ପୋର୍ଟାଲରେ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପୋର୍ଟାଲରେ ନାମଲେଖା ପାଇଁ ଆଉଥରେ ଆବେଦନ ସୁଯୋଗ ଦେବା ପାଇଁ ଗଣଶିକ୍ଷା ବିଭାଗର ଯୋଜନା ରହିଛି। ଏହି ଯୋଜନାରେ ୩ ରୁ ୭ବର୍ଷ ମଧ୍ୟରେ ପିଲା ଉଭୟ ନର୍ସରୀ ଓ ପ୍ରଥମ ଶ୍ରେଣୀରେ ନାମଲେଖାର ବ୍ୟବସ୍ଥା ରହିଛି। ହେଲେ କେତେକ ସ୍କୁଲ ଏହି ଯୋଜନାରେ ନାମଲେଖା ପାଇଁ ଅଭିଭାବକ ଓ ପିଲାଙ୍କୁ ମନା କରିବା ଅଭିଯୋଗ ଆସିବା ନିନ୍ଦନୀୟ ବିଷୟ। ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ପୂର୍ବରୁ ବିଭାଗ ମଧ୍ୟ ସବୁ ଜିଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଯେଉଁ ସ୍କୁଲ ନିୟମ ମାନୁନାହିଁ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତା’ର ସ୍ବୀକୃତି ପ୍ରତ୍ୟାହାର ଲାଗି ପଦକ୍ଷେପ ନେବାକୁ କହିଛି। ଏହି ଯୋଜନାରେ ପିଲାଙ୍କ ନାମ ଲେଖାଇବାକୁ କେତୋଟି ସ୍କୁଲ ମନା କରିବା ଅଭିଯୋଗ ଆମ ପାଖକୁ ଆସିଛି। ତେଣୁ ସେହି ସ୍କୁଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶିକ୍ଷା ସଚିବଙ୍କୁ ମହାସଂଘ ଅଧ୍ୟକ୍ଷ ଭଟ୍ଟ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri