୨୫ ଆତଙ୍କବାଦୀଙ୍କୁ ହତ୍ୟା କଲା ପାକିସ୍ତାନ ସୁରକ୍ଷା ବାହିନୀ

ଇସଲାମାବାଦ,୨୧ା୧୨: ପାକିସ୍ତାନର ସୁରକ୍ଷା ବାହିନୀ ଉତ୍ତର-ପଶ୍ଚିମ ସହର ବାନୁରେ ଆତଙ୍କବାଦୀ ବିରୋଧୀ କେନ୍ଦ୍ରରେ ଲୁଚି ରହିଥିବା ୩୫ ଇସଲାମବାଦୀ ଆତଙ୍କବାଦୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ହତ୍ୟା କରିଛି। ତେହେରିକ-ଇ-ତାଲିବାନ ପାକିସ୍ତାନର ସଦସ୍ୟମାନେ ଏକ ଗୋଷ୍ଠୀଙ୍କୁ ଅଟକ ରଖିଥିଲେ। ଯାହାକୁ ଦୃଷ୍ଟିରେ ରଖି ସ୍ପେଶାଲ ଗ୍ରୁପ ସର୍ଭିସର କମାଣ୍ଡୋମାନେ ବୁଧବାର ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହି ସମୟରେ ପାକିସ୍ତାନୀ ସେନାର ଜଣେ ବନ୍ଧୁକଧାରୀ ଏବଂ ଦୁଇଜଣ କମାଣ୍ଡୋଙ୍କୁ ହତ୍ୟା କରାଯାଇଥିଲା।

ସୂଚନାଯୋଗ୍ୟ, ଖେବର ପଖତୁନଖଓ୍ବା ପ୍ରଦେଶର ଆତଙ୍କବାଦୀ ବିରୋଧୀ କେନ୍ଦ୍ରରେ କିଛି ଲୋକଙ୍କୁ ଦୁଇ ଦିନ ଧରି ବନ୍ଧକ ରଖାଯାଇଥିଲା। ଡିସେମ୍ବର ୨୦ରେ ସେନା କମାଣ୍ଡୋ ଉପରେ ଆକ୍ରମଣ କରି ସମସ୍ତ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ସେନା ମୁଖପାତ୍ର ମେଜର ଜେନେରାଲ ଅହମ୍ମଦ ସରିଫ ୨୦ ଡିସେମ୍ବରରେ କହିଥିଲେ, ଲୁଚି ରହିଥିବା ୩୫ ଆତଙ୍କବାଦୀଙ୍କ ମଧ୍ୟରୁ ୭ ଜଣ ଆତ୍ମସମର୍ପଣ କରିଛନ୍ତି। ଖସିଯିବାକୁ ଚେଷ୍ଟା କରୁଥିବା ଅନ୍ୟ ତିନିଜଣଙ୍କୁ ଗିରଫ କରାଯାଇଛି। ଜଣେ ବନ୍ଧୁକଧାରୀ ଏବଂ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟିଛି।

Share