ରାଜଧାନୀରୁ ୨୫ ଲକ୍ଷର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ କଳିଙ୍ଗନଗର ଅଞ୍ଚଳରୁ ପୋଲିସ ସୋମବାର ୨୨୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ। ଏହି କାରବାରରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ହେଲେ ମୁନା ସେଠୀ। ତାଙ୍କ ଘର ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରେ। ଅଭିଯୁକ୍ତଙ୍କ ନିକଟରୁ ଏକ ଦାମୀ କାର ସହିତ ଗୋଟିଏ ବନ୍ଧୁକ ମଧ୍ୟ ଜବତ କରାଯାଇଛି।