Categories: ଜାତୀୟ

ଏହି ରାଜ୍ୟରେ ଛାଡ ହେଲା ୨୫% ସ୍କୁଲ ଫି

ଅହମଦାବାଦ,୩୦।୯-ଏଣିକି ଗୁଜୁରାଟରେ ସ୍କୁଲ ଫି ବାବଦରେ ୨୫% ଛାଡ କରାଯିବ। ‘ସିବିଏସଇ’ ସ୍କୁଲ ସମେତ ଗୁଜରାଟର ସମସ୍ତ ସ୍କୁଲରେ ଏହା ଲାଗୁ ହେବ। ଏ ନେଇ ବୁଧବାର ଗୁଜରାଟ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଦାସାମା କହିଛନ୍ତି, ୨୦୨୦ ଜୁନରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ୨୫% ସ୍କୁଲ ଫି’ ଛାଡ କରିବାକୁ ‘ସେଲ୍ଫ-ଫାଇନାନ୍ସ’ ସ୍କୁଲ ସମୂହ ରାଜି ହୋଇଛନ୍ତି। ପରିବହନ ଫିସ ସମେତ ବିଦ୍ୟାଳୟ ଗୁ଼ଡିକ କୌଣସି ଅତିରିକ୍ତ ଦେୟ ଦାବି କରିବେ ନାହିଁ। ଏହି ନିଷ୍ପତ୍ତିକୁ ସିବିଏସସି ସ୍କୁଲ ସମେତ ରାଜ୍ୟର ସବୁ ସ୍କୁଲ ଅନୁସରଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କୋଭିଡ-୧୯ ମହାମାରୀ ଏବଂ ସ୍କୁଲ ବନ୍ଦ କାରଣରୁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଥିଲେ। ଏହାକୁ ନେଇ ବିଭିନ୍ନ ସ୍କୁଲର ମୁଖ୍ୟଙ୍କ ସହ ଆଲୋଚନା କରାଯାଇଥିଲା। ସମସ୍ତେ ସ୍କୁଲ ଫି’ ବାବଦରେ ୨୫% ଅର୍ଥ ଛାଡ କରିବାକୁ ରାଜି ହୋଇଛନ୍ତି।

Share